ETV Bharat / state

ଚାଷୀ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି ‘ସାର କଳାବଜାରୀ’

ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ରହିଥିବା ବେଳେ ଏବେ ଭଲ ଫସଲ ଅମଳ ପାଇଁ ଯୋଜନା କରୁଥିବା ବେଳେ ସାର କଳାବଜାରୀ ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଛି । ଅଧିକ ପଢନ୍ତୁ...

author img

By

Published : Aug 17, 2021, 5:39 PM IST

ସାର କଳା ବଜାରୀ ଅଭିଯୋଗରେ କୃଷି ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

ମାଲକାନଗିରି: ଜିଲ୍ଲାରେ ଚାଲିଛି ସାରର କଳା ବଜାରୀ । ଜିଲ୍ଲାରେ ଚାଷ କାର୍ଯ୍ୟ ଜାରି ରହିଥିବା ବେଳେ ଚାଷୀ ମାନେ ନାନାଦି ହଇରାଣ ହରକତ ହେଉଥିବା ନେଇ ନଜରକୁ ଆସିଛି । ଅସାଧୁ ବେପାରୀ ୨୭୦ ଟଙ୍କାର ସାର ବସ୍ତାକୁ ୬୦୦ ଟଙ୍କା ମାଗିବା ନେଇ ଅଭିଯୋଗ ଆଣିଛନ୍ତି ଚାଷୀ । ଗରିବ ଆଦିବାସୀ ଲୋକେ ସରକାରଙ୍କ ରିହାତି ମୁଲ୍ୟରେ ସାର ପାଉନଥିବା ବେଳେ ଦଲାଲଙ୍କ ପାଖରେ ଗଚ୍ଛିତ ହୋଇ ରହିଛି ଶହ ଶହ ବସ୍ତା ସାର ।

ଚାଷୀଙ୍କ ପାଇଁ ସରକାର ୟୁରିଆ(UREA) ସାରର ମୁଲ୍ୟ ୨୭୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଦଲାଲ ମାନେ ଏହାକୁ ବଜାରରେ ଉଚ୍ଚା ଦରରେ ବିକ୍ରି କରୁଛନ୍ତି । ଜିଲ୍ଲାର ସିଆଇଡିମାଳ ଗାଁର ଭବେନ ହାଲଦାର ନାମକ ଜଣେ ବ୍ୟକ୍ତି ୟୁରିଆ ସାରର ଏପରି କଳା ବଜାରୀ କରୁଥିବା ବେଳେ ଗାଁ ଲୋକେ ଏକାଠି ହୋଇ ସାର ଗୋଦାମରେ ତାଲା ପକାଇବା ପରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଭବେନ ହାଲଦାରଙ୍କୁ ଗିରଫ କରିବା ଲାଗି ଗାଁ ଲୋକେ ପୋଲିସ ଓ କୃଷି ବିଭାଗକୁ ସୂଚନା ଦେଇଛନ୍ତି । ଗରିବ ଆଦିବାସୀ ଲୋକେ ୬୦୦ ଟଙ୍କା ଦରରେ ୟୁରିଆ ସାର ବସ୍ତା କିଣିବା ଫଳରେ ଫସଲ ଅମଳ ହେବା ପରେ କିଛି ବି ଳାଭ ହେବନାହିଁ ବୋଲି ଚାଷୀ ମାନେ ଦୃଢୋକ୍ତି ଦେଇଛନ୍ତି । ପରେ ଏ ଘଟଣାରେ ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରିବା ପରେ ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ତା ସହିତ କଳା ବଜାରୀ କରୁଥିବା ଲୋକଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଅଧିକାରି କହିଛନ୍ତି । ଏହା ସହ ଜିଲ୍ଲାର ସମସ୍ତ ଗରିବ ଲୋକଙ୍କୁ ରିହାତି ମୁଲ୍ୟରେ ସାର ଯୋଗାଇଦେବାକୁ ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି ।

ସେପଟେ ଜିଲ୍ଲାର ସମସ୍ତ ଦୋକାନରେ ୟୁରିଆ ସାର ମହଜୁଦ୍ ରହିଥିବା ବେଳେ ଚାଷୀଙ୍କ ଲାଗି ଫେଡରେସନରେ ୧୭୫ ମେଟ୍ରିକ ଟନ୍ ସାର ଗଚ୍ଛିତ ରହିଥିବା ଜିଲ୍ଲା କୃଷି ଅଧିକାରି ସୁଚନା ଦେଇଛନ୍ତି । ତେଣୁ କୌଣସି ଚାଷୀ ଠକାମିର ଶିକାର ନହୋଇ ସରକାରୀ ଦୋକାନରୁ ସାର କିଣିବା ଲାଗି ପରାମର୍ଶ ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.