ETV Bharat / technology

ଲୁକ୍କାୟିତ ବିପଦ: ସ୍ମାର୍ଟୱାଚ୍ ରିଷ୍ଟବ୍ୟାଣ୍ଡରେ ମିଳିଲା 'Forever Chemicals' - CHEMICALS IN SMARTWATCH WRISTBANDS

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସ୍ମାର୍ଟୱାଚର ରିଷ୍ଟବ୍ୟାଣ୍ଡରେ PFHxA ଅଧିକ ମିଳିଥାନ୍ତି, ବିଶେଷ କରି ଦାମି ସ୍ମାର୍ଟୱାଚ୍‌ ଓ ଫିଟନେସ ଟ୍ରାକରରେ ଏହା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Representational image
Representational image (ETV Bharat via Copilot Designer)
author img

By ETV Bharat Tech Team

Published : 6 hours ago

ହାଇଦ୍ରାବାଦ: ସ୍ମାର୍ଟ ୱାଚ୍ ଏବଂ ଫିଟନେସ୍ ଟ୍ରାକରଗୁଡିକ ଚର୍ମକୁ 'ସ୍ଥାୟୀ ରାସାୟନିକ ପଦାର୍ଥ'ର ସଂସ୍ପର୍ଶରେ ଆଣିପାରେ । ଏ ନେଇ ଏସିଏସ୍ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ଫ୍ଲୋରିନେଟେଡ୍ ସିନ୍ଥେଟିକ୍ ରବରରେ ନିର୍ମିତ ରିଷ୍ଟବ୍ୟାଣ୍ଡରେ ଉଚ୍ଚ ସ୍ତରର ପର୍ଫ୍ଲୋରୋହେକ୍ସାନିକ୍ ଏସିଡ୍ (PFHxA) ରହିଥାଏ, ଯାହାକି ଏକ ପ୍ରକାର ଚିରସ୍ଥାୟୀ ରାସାୟନିକ ପଦାର୍ଥ ।

ଅଧ୍ୟୟନରେ କୁହାଯାଇଛି ଯେ ସ୍ବଳ୍ପ ମୂଲ୍ୟର ଘଣ୍ଟାର ରିଷ୍ଟବ୍ୟାଣ୍ଡ ପରିବର୍ତ୍ତେ ମହଙ୍ଗା ଘଣ୍ଟାର ରିଷ୍ଟବ୍ୟାଣ୍ଡରେ ଏହି ରାସାୟନିକ ପଦାର୍ଥ ଅଧିକ ଦେଖିବାକୁ ମିଳିଛି । ଅଧ୍ୟୟନର ଲେଖକ ଗ୍ରାହାମ୍ ପିସଲି କହିଛନ୍ତି ଯେ ଏହି ଖୁଲାସା ନିଶ୍ଚିତ ଚିନ୍ତାର ବିଷୟ କାରଣ ଆମର ଚର୍ମ ଏହି ରାସାୟନିକ ପଦାର୍ଥ ସହିତ ବହୁ ସମୟ ଧରି ସଂସ୍ପର୍ଶରେ ଆସିବ । ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ ରିଷ୍ଟବ୍ୟାଣ୍ଡରେ ଥିବା ଉଚ୍ଚସ୍ତରର PFHxA ଫ୍ଲୋରୋଏଲାଷ୍ଟୋମର ଉତ୍ପାଦନ ସମୟରେ ସର୍ଫାକ୍ଟାଣ୍ଟ ଭାବରେ ବ୍ୟବହାର ଯୋଗୁଁ ହୋଇଛି । ଏବେ ବୈଜ୍ଞାନିକମାନେ ଭଲ ଭାବରେ ବୁଝିପାରୁ ନାହାନ୍ତି ଯେ PFHxA କିପରି ଏତେ ସହଜରେ ଚର୍ମରେ ପ୍ରବେଶ କରୁଛି ଏବଂ ସମ୍ଭାବ୍ୟ ସ୍ବାସ୍ଥ୍ୟ ପ୍ରଭାବ କ’ଣ ରହିବ ।

ସ୍ଥାୟୀ ରାସାୟନିକ ପଦାର୍ଥ:-

ପର୍ ଏବଂ ପଲିଫ୍ଲୋରୋଆକିଲ୍ ପଦାର୍ଥ (PFAS) ହେଉଛି ରାସାୟନିକ ପଦାର୍ଥ ଯାହାକି ସେମାନଙ୍କର ସ୍ଥାୟିତ୍ବ ଏବଂ ଜଳ, ଝାଳ ଓ ତେଲରୁ ପ୍ରଡକ୍ଟକୁ ରକ୍ଷା କରିବା ଲାଗି ଜଣାଶୁଣା । PFASର ଏହି ଗୁଣ ଯୋଗୁଁ ଏହାକୁ ଅନେକ ଉପଭୋକ୍ତା ଉତ୍ପାଦରେ ବ୍ୟବହାର କରାଯାଏ । ଯେପରିକି ଷ୍ଟେନ ରେଜିଷ୍ଟାଣ୍ଟ ବେଡିଂ, ମାସିକ ଋତୁସ୍ରାବ ଏବଂ ଫିଟନେସ୍ ପୋଷାକ, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ଟ୍ରାକର ରିଷ୍ଟବ୍ୟାଣ୍ଡ ଆଦି ।

ଏହା ବି ପଢନ୍ତୁ
ଶକ୍ତି ବଞ୍ଚାଇବା ପାଇଁ ସାମୁଦ୍ରିକ ପ୍ରାଣୀମାନେ କିପରି ପହଁରନ୍ତି; ଅଧ୍ୟୟନରେ ଖୁଲାସା

ଏହି ବ୍ୟାଣ୍ଡଗୁଡ଼ିକ ଫ୍ଲୋରୋଏଲାଷ୍ଟୋମର୍ ଦ୍ବାରା ନିର୍ମିତ ଯାହାକି ରଙ୍ଗ ପରିବର୍ତ୍ତନ ଏବଂ ମଇଳାକୁ ଘଣ୍ଟା ବ୍ୟାଣ୍ଡରୁ ଦୂରେଇ ରଖେ । ଏଥିଲାଗି ଏହି ବ୍ୟାଣ୍ଡଗୁଡ଼ିକ ବ୍ୟାୟାମ ସମୟର ବାହାରେ, ଯାହାଦ୍ବାରା ଝାଳ ବାହାରିଲେ ମଧ୍ୟ ଘଣ୍ଟାବ୍ୟାଣ୍ଡ ଉପରେ କୌଣସି ପ୍ରଭାବ ପଡ଼ିନଥାଏ । କିନ୍ତୁ ଏହି ବ୍ୟାଣ୍ଡରେ ଥିବା ରାସାୟନିକ ପଦାର୍ଥ ସିଧାସଳଖ ଚର୍ମର ସଂସ୍ପର୍ଶରେ ଆସେ । ଏହି ସମସ୍ୟାକୁ ଅନୁସନ୍ଧାନ କରିବା ପାଇଁ, ପିସଲି ଏବଂ ସହ-ଲେଖକ ଆଲିସା ୱିକ୍ସ ଫ୍ଲୋରିନ ଓ 20ଟି ଭିନ୍ନ ଭିନ୍ନ PFASର ଉପସ୍ଥିତି ଜାଣିବା ପାଇଁ ମାର୍କେଟରେ ଉପଲବ୍ଧ ରିଷ୍ଟବ୍ୟାଣ୍ଡକୁ ଯାଞ୍ଚ କରିଥିଲେ ।

ମହଙ୍ଗା ରିଷ୍ଟବ୍ୟାଣ୍ଡରେ ଅଧିକ ଫ୍ଲୋରିନ:-

ଅନୁସନ୍ଧାନକାରୀ ଟିମ ବିଭିନ୍ନ ବ୍ରାଣ୍ଡର ପ୍ରାୟ 22ଟି ରିଷ୍ଟବ୍ୟାଣ୍ଡକୁ ପରୀକ୍ଷା କରିଥିଲା । ଏଥିରେ ଉଭୟ ନୂତନ ଏବଂ ବ୍ୟବହୃତ ରିଷ୍ଟବ୍ୟାଣ୍ଡ ମଧ୍ୟ ସାମିଲ ଥିଲା । ଟିମ ଜାଣିବାକୁ ପାଇଛି ଯେ ସମସ୍ତ 13ଟି ବ୍ୟାଣ୍ଡରେ ଫ୍ଲୋରୋଏଲାଷ୍ଟୋମର୍ ଦ୍ବାରା ପ୍ରସ୍ତୁତ ଫ୍ଲୋରାଇନ୍ ଅଛି । ଏପରିକି ଫ୍ଲୋରୋଏଲାଷ୍ଟୋମର୍ ଭାବରେ ବିଜ୍ଞାପନ ହୋଇନଥିବା 9ଟି ବ୍ୟାଣ୍ଡ ମଧ୍ୟରୁ ଦୁଇଟିରେ ଫ୍ଲୋରାଇନ୍ ମଧ୍ୟ ରହିଥିଲା ଯାହା PFASର ଉପସ୍ଥିତି ବିଷୟରେ ସୂଚିତ କରେ । 30 ଡଲାରରୁ ଅଧିକ ମୂଲ୍ୟର ରିଷ୍ଟବ୍ୟାଣ୍ଡରେ ଅଧିକ ଫ୍ଲୋରିନ ମିଳିଥିବା ବେଳେ 15 ଡଲାରରୁ କମ୍ ରିଷ୍ଟବ୍ୟାଣ୍ଡର କମ ଫ୍ଲୋରିନ୍ ଥିଲା । ରାସାୟନିକ ପଦାର୍ଥକୁ ହଟାଇବା ପରେ ପୁଣି ଥରେ 20 PFAS ପାଇଁ ପରୀକ୍ଷା କରାଯାଇଥିଲା । 22ଟି ରିଷ୍ଟବ୍ୟାଣ୍ଡ ମଧ୍ୟରୁ 9ଟିରେ PFHxA ସବୁଠାରୁ ସାଧାରଣ ଥିଲା ।

ଏହାପରେ ଅଧ୍ୟୟନର ମୁଖ୍ୟ ଲେଖକ ୱିକ୍ସ ଜନସାଧାରଣଙ୍କୁ ଉପଦେଶ ଦେଇଛନ୍ତି ଯେ ସିଲିକନରେ ତିଆରି ଶସ୍ତା ରିଷ୍ଟବ୍ୟାଣ୍ଡକୁ ବ୍ୟବହାର କରିବା ଉଚିତ । ଯଦି କେହି ଅଧିକ ମହଙ୍ଗା ରିଷ୍ଟବ୍ୟାଣ୍ଡ କିଣିବାକୁ ଚାହୁଁଛନ୍ତି ତେବେ ଉକ୍ତ ପ୍ରଡକ୍ଟକୁ କିଣିବା ପୂର୍ବରୁ ଏଥିରେ ବ୍ୟବହୃତ ସାମଗ୍ରୀର ଯାଞ୍ଚ ଧ୍ୟାନର ସହ କରନ୍ତୁ ଏବଂ ଫ୍ଲୋରୋଏଲାଷ୍ଟୋମର ଥିଲେ ଉକ୍ତ ପ୍ରଡକ୍ଟକୁ କିଣିବାଠାରୁ ଦୂରେଇ ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.