ETV Bharat / state

ପାଟଶାଢ଼ୀ ପିନ୍ଧି ହସୁ ନାହିଁ ଆଉ ସାଧବବୋହୂ

ପ୍ରକୃତି ରାଣୀର ସୁନ୍ଦର ଏକ ସୃଷ୍ଟି ହେଉଛି ସାଧବବୋହୂ ବା ପାଟ ପୋକ । ଯେତେବେଳ ଆକାଶରୁ ଟିପ ଟିପ ବର୍ଷା ଝରି ପଡେ ସେତେବେଳେ ସବୁଜ ଘାସ ଉପରେ ଚାଲି ଆସନ୍ତି ଲାଲ ଟୁକ ଟୁକ ସାଧବବୋହୂ । ସାଧବବୋହୂଙ୍କ ଆବିର୍ଭାବ ଭଲ ଫସଲର ହେବାର ସୂଚନା ବୋଲି ବିଶ୍ବାସ କରନ୍ତି ଚାଷୀକୂଳ । କିନ୍ତୁ ମଣିଷର ଅନେକ ଉପକାର କରୁଥିବା ଏହି କୀଟ ଆଜି ନିଖୋଜ ।

ଡିଜାଇନ ଫଟୋ
author img

By

Published : Sep 13, 2019, 10:36 PM IST

ହାଇଦ୍ରାବାଦ: ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃ୍ଷ୍ଠକୁ ସ୍ପର୍ଶ କରେ ସେତେବେଳେ ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ । ସାଧବବୋହୂକୁ ସୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ । କିନ୍ତୁ ଚାଷୀକୂଳଙ୍କ ସେହି ବିଶ୍ବାସ ଧୀରେଧୀରେ ମଳିନ ହୋଇଯାଉଛି । ବିକାଶର ପ୍ରଶସ୍ତ ପଥ ଉପରେ ନିଜର କୁନି କୁନି ପାଦ ରଖିବାକୁ ଆଉ ସ୍ଥାନ ପାଉନାହିଁ ସାଧବବୋହୂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଉତପ୍ତ ଖରାଦିନରେ କେଉଁଆଡେ ଅନ୍ତର୍ଧ୍ୟାନ ହେଉଯାଉଥିବା ଏହି ପୋକ ବର୍ଷା ହେବା ମାତ୍ରେ କେଉଁଠୁ ଯେ ଆବିର୍ଭାବ ହୁଅନ୍ତି ତାହା କେହି କେହି ଜାଣି ନାହାନ୍ତି । ସାଧବ ବୋହୂ ନାଁ ଟି କେଉଁଠୁ ଆସିଛି ତାହା ମଧ୍ୟ କହିପାରିବା କଷ୍ଟ । ସାଧବ ଘର ବୋହୁ ନାଲି ପାଟ ଶାଢ଼ୀ ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖାଯାଏ ସେମିତି ସୁନ୍ଦର ଏହି ପୋକ ଦେଖାଯାଉଥିବାରୁ ବୋଧହୁଏ ତାକୁ ମଧ୍ୟ ସାଧବବୋହୂ ବୋଲି କୁହାଯାଏ । ଇଂରାଜୀରେ ‘ରେଡ ଭେଲଭେଟ ମାଇଟ’ କୁହାଯାଉଥିବା ସାଧବବୋହୂ ବା ପାଟ ପୋକର ରହିଛି ଅନେକ ନାଁ । ପ୍ରାଣୀ ବିଜ୍ଞାନ ଭାଷାରେ ଏହାର ନାମ ଟ୍ରମ୍ବିଡିଡିଡିଆଏ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁରେ ଜଣା ଶୁଣା ଏହି କୁନି କୀଟଟି କେଉଁଠି ବୀର ବାହୁତି, ହିନ୍ଦିରେ ରାନୀ କିଡା, କେଉଁଠି ପୁଣି ସ୍କାଲେଟ ଫ୍ଲାଏ, ରେନ ବଗ, ଲେଡି ଫ୍ଲାଏ ଭାବେ ଜଣାଶୁଣା ।

ଖୁବ କ୍ଷୁଦ୍ର ଆକାରର ହୋଇଥାନ୍ତି ଏହି କୀଟ ଗୁଡିକ । 1 ମିଲିମିଟରରୁ ମଧ୍ୟ କମ କିନ୍ତୁ ମଣିଷରେ ଉପକାର କରିବାରେ କେବେ ମଧ୍ୟ ଥକି ନାହାନ୍ତି ଏମାନେ । ପରିବେଶର ସନ୍ତୁଳନ ବଜାୟ ରଖିବାରେ ମଧ୍ୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଜଙ୍ଗଲ ଅଞ୍ଚଳରେ ପଚାସଢ଼ା ପତ୍ର, ଡାଳ ଆଦିକୁ ବିଘଟନ କରି ମାଟିରେ ମିଶାଇ ଦିଅନ୍ତି ଏମାନେ । ଆଜି କିନ୍ତୁ ଏମାନେ ନିଖୋଜ । ବିକଶିତ ସହର ଗୁଡିକ ଭିତରେ କେଉଁଠି ଛପି ଯାଇଛି ସାଧବବୋହୂ । ଏମାନଙ୍କ ଅନୁପସ୍ଥିତି ଅନେକ ପ୍ରଭାବ ପକାଇଛି ପରିବେଶ ଉପରେ । ମନ୍ଥର ହୋଇଯାଇଛି ମୃତ୍ତିକାର ଅନେକ ପ୍ରକ୍ରିୟା ।

ଗାଁ ଗୁଡିକ ପରିବର୍ତ୍ତିତ ହୋଇ ସହର ହେଲା, ବିଲ ଚାଷଜମି ସବୁ ବଦଳି ଯାଇ ଉଚ୍ଚ ଅଟ୍ଟାଳିକାରେ ପରିଣତ ହେଲା । ଆଉ ନିଜ ପ୍ରାକୃତିକ ବାସସ୍ଥାନ ହରାଇଲା ସାଧବବୋହୂ । ଚାଷ ଜମି ମାନଙ୍କରେ କୀଟନାସକର ପ୍ରୟୋଗ ଫଳରେ ଲୋପ ପାଉଛି ଏମାନଙ୍କ ବଂଶ । ଏହାର ଆଉ ଏକ କାରଣ ହେଲା ଓଡ଼ିଶା ତଥା ଛତିଶଗଡ଼ର ଆଦିବାସୀ ମାନେ ବିଭିନ୍ନ ରୋଗର ଉପଚାର ପାଇଁ ତିଆରି କରୁଥିବା ପାରମ୍ପରିକ ଔଷଧରେ ସାଧବବୋହୂର ବ୍ୟବହାର । ସାଧବବୋହୂ ଦେହରୁ ମିଳୁଥିବା ଏକ ବିଶେଷ ତୈଳ ବିଭିନ୍ନ ରୋଗର ଉପଷମ କରିବାରେ ସହାୟକ ହୋଇଥାଏ ।

ତେବେ ଯଥାଶୀଘ୍ର ଏମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶବିତ । ନଚେତ ଏମାନେ ମଧ୍ୟ ପ୍ରକୃତି ବୁକୁରୁ ନିଶ୍ଚିହ୍ନ ହୋଇଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜା । ନିଜେ ଜନ୍ମ କଲା ନାବାଳିକା ମୁକ କନ୍ୟାକୁ ଦୁଷ୍କର୍ମ କରିଛି ତାର ଜନ୍ମ କଲା ବାପା । ଏଭଳି ଗୁରୁତର ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ । ନିଜ ପ୍ରଥମ ପତ୍ନୀଙ୍କ ଔରସରୁ ଜନ୍ମିତ ନାବାଳିକା କନ୍ୟା ଜଣକ ମୁକ ହୋଇଥିବା ନିଜେ ବାପା ମଦ ପିଇ ଅତ୍ୟନ୍ତ ମାତାଲ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଅବଗତ ହେବା ସହ ପିଡିତା ନାବାଳିକା ଠାରୁ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏ ନେଇ ଖଲ୍ଲିକୋଟ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା ପୋଲିସ ଅଭିଯୁକ୍ତ କାମାନ୍ଧ ବାପା କୁ ଗିରଫ କରିବା ସହ ବ୍ରହ୍ମପୁର ଏମ୍.କେ.ସି.ଜି ଠାରେ ଉଭୟ ପିଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି ତଦନ୍ତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପତିତପାବନ ଚୈଧରୀ ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.