ETV Bharat / state

ମାଲକାନଗିରିରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା - ମାଲକାନଗିରିରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପାଣ୍ଡ୍ରିପାଣି ସରକାରି ଅନୁଶାସିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ମାଲକାନଗିରିରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

author img

By

Published : Aug 20, 2022, 9:59 PM IST

ମାଲକାଗିରି: ପାଣ୍ଡ୍ରିପାଣି ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ । ସୂଚନାଅନୁସାରେ, ଜିଲ୍ଲା ସଦର ବ୍ଲକ ପାଣ୍ଡ୍ରିପାଣି ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ପେଟ କାଟିବାରୁ ଅସୁସ୍ଥ ହୋଇପଡିଥିଲେ । ତେବେ ଘଟଣା ସଂମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ ଜାଣିଥିବା ସତ୍ତ୍ବେ ମଧ୍ୟ ଛାତ୍ରଜଣକୁ ହସ୍ପିଟାଲକୁ ନନେଇ କିଛି ଓୌଷଧ ଦେଇ ଚୁପ ହୋଇ ବସି ପଡିବା ନେଇ ଅଭିଯୋଗ କରିଛନ୍ତି ମୃତଛାତ୍ରଙ୍କ ପରିବାର ଲୋକେ ।

ମାଲକାନଗିରିରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ମୃତ ଛାତ୍ର ହେଲେ ପୋଡଭାଟା ଗ୍ରାମର ସାନିଆ ଦୋରା । ତେବେ ଶନିବାର ସାନିଆଙ୍କ ସ୍ବସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଥମେ ପାଣ୍ଡ୍ରିପାଣି ଓ ପରେ ମାଲକାନଗିରି ଚିକିସ୍ୟାଳୟକୁ ଅଣାଯାଇଥିଲା । କିନ୍ତୁ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସାନିଆଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ କରି କହିଛନ୍ତି ଯେ, "ସାନିଆଙ୍କ ଦେହ ଖରାପ ହେବାରୁ ପରିବାର ଲୋକଙ୍କୁ ଖବର ନଦେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଚୁପ ରହିଲେ । ଆଜି ଗୁରିତର ହେବାରୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଆମକୁ ଖବର ଦେଲେ । ଏଇଟା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ଏମିତି ଦୁଇ ତିନିଟା ଘଟଣା ହୋଇଛି । ଯଦି କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତାହାହେଲେ ଆମେ ରାଜ ରାସ୍ତାକୁ ଓହ୍ଲାଇବୁ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.