ETV Bharat / state

ବାଦାମ ବିକ୍ରିରେ ବିଳମ୍ବ, ଶିଖପାଲୀ ମଣ୍ଡିରେ ଉତ୍ତେଜନା - ଶିଖପାଲୀ ମଣ୍ଡିରେ ଉତ୍ତେଜନା

ମାଲକାନଗିରି ଜିଲ୍ଲା ଶିଖପାଲୀ ବାଦାମ ମଣ୍ଡିରେ ଚାଷୀଙ୍କ ଉତ୍ତେଜନା । ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ବାଦାମ ବିକ୍ରି ନହେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ବାଦାମ ବିକ୍ରିରେ ବିଳମ୍ବ, ଶିଖପାଲୀ ମଣ୍ଡିରେ ଉତ୍ତେଜନା

author img

By

Published : Jun 2, 2021, 2:19 PM IST

ମାଲକାନଗିରି: ଜିଲ୍ଲା ଶିଖପାଲୀ ବାଦାମ ମଣ୍ଡିରେ ଚାଷୀଙ୍କ ଉତ୍ତେଜନା । ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ବାଦାମ ବିକ୍ରି ନହେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଶିଖପାଲୀ ଲ୍ୟାମ୍ପ ଏମଡିଙ୍କୁ ଘେରିବା ସହ ବାଦାମ ଗୁଡିକ ଉଠାଇବା ପାଇଁ କହିଥିଲେ । ସରକାରୀ ନିୟମ ଅନୁସାରେ ୭୦ ପ୍ରତିଶତରୁ ଅଧିକ ଏଫଏକ୍ୟୁ ମାନ ଥିଲେ ବାଦାମ ଉଠିପାରିବ ବୋଲି ନିୟମ ରହିଛି ।

ବାଦାମ ବିକ୍ରିରେ ବିଳମ୍ବ, ଶିଖପାଲୀ ମଣ୍ଡିରେ ଉତ୍ତେଜନା

ତେବେ ମାଲକାନଗିରି ଚାଷୀଙ୍କ ବାଦାମ ଏଫଏକ୍ୟୁ ମାନର ହୋଇନଥିବାରୁ ଉଠିପାରୁନି ବୋଲି ଜଣାପଡିଛି । ଦୀର୍ଘ ୧୫ ଦିନ ହେବ ବାଦାମ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଗୋଟିଏ ବସ୍ତା ବି ବାଦାମ କିଣି ନାହିଁ ଲ୍ୟାମ୍ପ । ଏହି ଉତ୍ତେଜନାର ଖବର ପାଇ ମଣ୍ଡିରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ଆଦିତ୍ୟ ମାଢି । ବିଧାୟକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ସହ ଲ୍ୟାମ୍ପ କର୍ମଚାରୀଙ୍କ ସାଙ୍ଗରେ ଆଲୋନଚା କରିଥିଲେ । କିଭଳି ଚାଷୀଙ୍କ ବାଦାମ ଉଠାଯିବ ସେନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ କହି ଥିବାବେଳେ ଜିଲ୍ଲାରେ ମିଳୁଥିବା ବାଦାମ ବିହନ ନିମ୍ନମାନର ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅନୁମାନ କରାଯାଉଛି । ଜିଲ୍ଲାରେ ୮ଟି ଲ୍ୟାମ୍ପ ଅଧିନରେ ୮ଟି ସ୍ଥାନରେ ବାଦାମ ମଣ୍ଡି କରାଯାଇଛି ।

ମାତ୍ର ଆଜି ସୁଦ୍ଧା କୌଣସି ମଣ୍ଡିରେ ବାଦାମ କିଣାଯାଇପାରୁନଥିବା ଦେଖିବାକୁ ମିଳିଛି । ପ୍ରଥମତଃ ନେଟଓ୍ବାର୍କ ରହୁନଥିବାବେଳେ ନିୟମ କାନୁନ ବହୁତ ରହିଥିବାରୁ ଚାଷୀଙ୍କ ବାଦାମ ଉଠିପାରୁନଥିବା ଜଣାପଡିଛି । ପ୍ରାୟ ଚାଷୀଙ୍କ ବାଦାମ ଏଫଏକ୍ୟୁ ମାନ ରହୁନଥିବାରୁ ଲ୍ୟାମ୍ପ କର୍ତ୍ତୃପକ୍ଷ ବାଦାମ କିଣିବାକୁ ଅମଙ୍ଗ ହେଉଛନ୍ତି । ଆଗକୁ କିପରି ବାଦାମ ଉଠିବ ସେନେଇ ଜିଲ୍ଲା ପ୍ରଶାସନ ତୁରନ୍ତ କୌଣସି ପଦକ୍ଷେପ ନେବା ପାଇଁ ଦାବି ହୋଇଛି । ଶିଖପାଲୀ ମଣ୍ଡିରେ ଉତ୍ତେଜନା ପ୍ରକାଶ ପାଇବାରୁ ଆଗାମୀ ଦିନରେ ଅନ୍ୟ ମଣ୍ଡିରେ ମଧ୍ୟ ଏଭଳି ଘଟଣା ଘଟିବ ବୋଲି ଅନୁମାନ କରାଯାଉଛି । ତେବେ ମାଲକାନଗିରି ଏବଂ ପଡିଆ ମଣ୍ଡିରେ କିଛି ଚାଷୀଙ୍କର ବାଦାମ ଉଠିବା ନେଇ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.