ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ସାର୍‌

ମହଙ୍ଗା ପଡିଲା ଛାତ୍ରୀଙ୍କ ସହ ଅସଦାଚରଣ । ଘଟଣା ପ୍ରକାଶ ପାଇବା ପରେ ଉତକ୍ଷିପ୍ତ ଗ୍ରାମବାସୀ ନିର୍ଧୂମ ମାଡ ମାରି ସ୍କୁଲ ଗେଟରେ ଶିକ୍ଷକଙ୍କୁ ବାନ୍ଧି ରଖିଛନ୍ତି । ସେପଟେ ଘଟଣାକୁ ଖୋଦ୍‌ ଶିକ୍ଷକ ଅସ୍ବୀକାର କରୁଥିବାବେଳେ ମାଲକାନଗିରି ଡିଡବ୍ଲ୍ୟୁଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି
author img

By

Published : Aug 26, 2019, 7:53 PM IST

ମାଲକାନଗିରି: ପୁଣି ଗୁରୁ-ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ । ଛାତ୍ରୀଙ୍କୁ ଅସଦାଚାରଣ କରି ଛେଚା ଖାଇଲେ ଶିକ୍ଷକ । ମାଲକାନଗିରି ଜିଲ୍ଲା କତାମାଟେରୁ ଆବାସିକ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୁଦ୍ଧରେ ଆସିଛି ଅଭିଯୋଗ । ଶିକ୍ଷକ ଅଶ୍ବିନୀ ଦେହୁରୀଙ୍କୁ ନିର୍ଧୁମ ମାଡ ମାରି ସ୍କୁଲ ଗେଟ୍‌ରେ ବାନ୍ଧି ରଖିଲେ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ସୂଚନାନୁସାରେ, ଗତ 23 ତାରିଖ ଦିନ ଅଶ୍ବିନୀ ଉକ୍ତ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଖାତା ଦେଖା ବାହାନାରେ ନିଜ ବାସଭବନକୁ ଡାକି ନେଇଥିଲେ । ସେଠାରେ ଖାତା ଦେଖା ଆଳରେ ଛାତ୍ରୀଙ୍କ ସହ ଅସଦାଚାରଣ କରିଥିଲେ । ଏହା ପରେ ଗତ 25 ତାରିଖରେ ପୁନର୍ବାର ଅଶ୍ବିନୀ ଉକ୍ତ ଛାତ୍ରୀଙ୍କୁ ବିଦ୍ୟାଳୟର ପମ୍ପ ହାଉସ ଭିତରେ ଅସଦାଚରଣ କରିଥିଲେ । ଏନେଇ ନେଇ ପୀଡିତା ଛାତ୍ରୀ ଜଣକ ଅଭିଯୋଗ କରିବା ପରେ ଗ୍ରାମବାସୀମାନେ ଉତକ୍ଷିପ୍ତ ହୋଇ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ।

ସେପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଖୋଦ୍‌ ଶିକ୍ଷକ । ଘଟଣା ସାର୍ବଜନୀନ ହେବା ପରେ ମାଲକାନଗିରି ଡିଡବ୍ଲ୍ୟୁଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀBody:ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀConclusion:ପୂର୍ବରୁ ଏହି ଷ୍ଟୋରୀ ର ଭିଜୁଆଲ ଓ କପି ଯାଇଛି ବର୍ତ୍ତମାନ ଏହି ବାଇଟ ଟିକୁ ବ୍ୟବହାର କରନ୍ତୁ ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.