ETV Bharat / state

ଦାଉ ସାଧୁଛି ବାଲିମେଳା ଡ୍ୟାମ, ଚିନ୍ତାରେ ସ୍ବାଭିମାନ ଅଞ୍ଚଳବାସୀ - ବାଲିମେଳା ଡ୍ୟାମ ପାଇଁ ଚିନ୍ତାରେ ଲୋକେ

ଡ୍ୟାମ ବଢାଉଛି ଚିନ୍ତା । ପାଣି ଘେରରେ ସ୍ବାଭିମାନ ଅଞ୍ଚଳର ଏକମାତ୍ର ଜାନବାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ସ୍ବାସ୍ଥ୍ୟକେନ୍ଦ୍ରରେ ଲହଡି ଭାଙ୍ଗୁଛି ପାଣି । ଖାଲି ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ ଫସଲରେ ମଧ୍ୟ ମାଡି ଯାଇଛି ପାଣି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ଦାଉ ସାଧୁଛି ବାଲିମେଳା ଡ୍ୟାମ, ଚିନ୍ତାରେ ସ୍ବାଭିବାନ ଅଞ୍ଚଳବାସୀ
author img

By

Published : Oct 18, 2019, 9:12 PM IST

ମାଲକାନଗିରି: ବଢୁଛି ବାଲିମେଳା ଜଳ ଭଣ୍ଡାର ଜଳସ୍ତର । ବିପଦରେ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳ । ବିଚ୍ଛିନ୍ନାଞ୍ଚଳର ଏକମାତ୍ର ଡାକ୍ତରଖାନା ଭିତରେ ପାଣି ପଶି ଯାଇଥିବା ବେଳେ ବୁଡି ଯାଇଛି ଶହ ଶହ ଲୋକଙ୍କ ଫସଲ । ଡ୍ୟାମରୁ ପାଣି ଛାଡିବା ଲାଗି ଲୋକେ ଦାବି କରୁଥିବା ବେଳେ ବିଭାଗ କିନ୍ତୁ ସାଜିଛି ନୀରବଦ୍ରଷ୍ଟା । ଏନେଇ ଗ୍ରାଉଣ୍ଡ ଜିରୋରେ ବାସ୍ତବ ସ୍ଥିତି ପରଖିଥିଲା ଇଟିଭି ଭାରତ ଟିମ୍ ।

ଦାଉ ସାଧୁଛି ବାଲିମେଳା ଡ୍ୟାମ, ଚିନ୍ତାରେ ସ୍ବାଭିବାନ ଅଞ୍ଚଳବାସୀ

ସ୍ବାଭିମାନ ଅଞ୍ଚଳର ଅସଜଡା ଚିତ୍ର । ଥରେ ନଜର ପକାନ୍ତୁ ପାଣିରେ କିଭଳି ଉବୁଟୁବୁ ହେଉଛି ଜାନବାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ରୋଗୀଙ୍କ ଖଟିଆ ଠାରୁ ଆରମ୍ଭ କରି ଡାକ୍ତରଙ୍କ ଚେୟାର ଟେବୁଲ ପର୍ଯ୍ୟନ୍ତ ସବୁଠି ଲହଡି ଭାଙ୍ଗୁଛି ପାଣି । ସ୍ବାଭିମାନ ଅଞ୍ଚଳର ଏକମାତ୍ର ସାହାରା ପାଲିଟିଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ଏବେ ନିଜେ ଖୋଜୁଛି ସାହାରା । ଗତ ସପ୍ତାହ ଧରି ବାଲିମେଳା ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଏଭଳି ପରିସ୍ଥିତି ଉପୁଜୁଛି ।

କେବଳ ସ୍ବାସ୍ଥକେନ୍ଦ୍ର ନୁହେଁ ବିଛିନ୍ନାଞ୍ଚଳର ଶହ ଶହ ଏକର ଫସଲରେ ମଧ୍ୟ ମାଡି ଯାଇଛି ଡ୍ୟାମ ପାଣି । ଆଖି ଆଗରେ ଏସବୁକୁ ନଷ୍ଟ ହେଉଥିବା ଦେଖି ଅଥୟ ହୋଇପଡିଛନ୍ତି ଲୋକେ । ଗତ ସପ୍ତାହ ଧରି ଲୋକେ ଡ୍ୟାମରୁ ପାଣି ଛାଡିବା ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ପ୍ରଶାସନ ଏପର୍ଯ୍ୟନ୍ତ କର୍ଣ୍ଣପାତ କରିନାହିଁ । ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ପଚରା ଯିବାରୁ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ବାଲିମେଳା ଡ୍ୟାମ ଖୁସିର କାରଣ ହେବା ବଦଳରେ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି । ତେବେ ଅଞ୍ଚଳବାସୀ କେବେ ମୁକୁଳିବେ ପାଣି ସମସ୍ୟାରୁ ତାହା ଦେଖିବାକୁ ବାକି ରହିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ବଢୁଛି ମାଲକାନଗିରି ଜିଲ୍ଲା ବାଲିମେଳା ଜଳ ଭଣ୍ଡାରର ପାଣି ଫଳରେ ବିପରେ ଏବେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବାସି । ବିଚ୍ଛିନ୍ନାଞ୍ଚଳର ଏକ ମାତ୍ର ଡାକ୍ତରଖାନା ଭିତରେ ପାଣି ପଶି ଯାଇଥିବା ବେଳେ ବୁଡି ଯାଇଛି ଶହ ଶହ ଲୋକଙ୍କ ଫସଲ । ଡ୍ୟାମରୁ ପାଣି ଛାଡିବା ଲାଗି ଆଦିବାସି ଲୋକେ ଦାବି କରୁଥିବା ବେଳେ ବିଭାଗ କିନ୍ତୁ ତାହା ଶୁଣୁନାହି । ଜଳ ସ୍ତର ବୃଦ୍ଧି ଯୋଗୁଁ ଗୁରୁପ୍ରିୟା ସେତୁ ଉପରେ ମଧ୍ୟ ବିପଦର ଆଶଙ୍କା ଦେଖା ଦେଇଥିବା ବେଳେ ଗ୍ରାଉଣ୍ଡ ଜିରୋରେ ପହଁଚି ବାସ୍ତବ ସ୍ଥିତି ପରଖି ଥିଲା ଆମ ଇଟିଭି ଭାରତ ଟିମ...........Body:ଭି.ଓ.୧ – ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ ଡାକ୍ତର ଖାନା ଭିତରେ କେମିତି ଉବୁ ଡୁବୁ ହେଉଛି ପାଣି । ଆଣ୍ଠୁଏ ପାଣି ଭିତରେ ଚଲା ବୁଲା କରି ରୋଗଙ୍କୁ ସେବା ଯୋଗାଉଛନ୍ତି ସ୍ବାସ୍ଥ୍ୟ କର୍ମୀ । ରୋଗିଙ୍କ ଖଟିଆ ଠାରୁ ଆରମ୍ଭ କରି ଡାକ୍ତରଙ୍କ ଟେବୁଲ ଚେଆର ଓ ଆଲମିରା ସବୁ ପାଣିରେ ବୁଡି ରହିଥିବା ବେଳେ ଷ୍ଟ୍ରେଚରରେ ବୁହା ହେଉଛି ଔଷଧ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ । ସ୍ବାଭିମାନ ଅଞ୍ଚଳର ଜାନବାଇ ଠାରେ ଥିବା ଏକମାତ୍ର ଡାକ୍ତର ଖାନା ଭିତରେ ଏବେ ଏପରି ଅବସ୍ତା । ଏହାର କାରଣ ଗତ ଏକ ସପ୍ତାହ ଧରି ବାଲିମେଳା ଜଳ ଭଣ୍ଡାରର ପାଣି କ୍ରମଶଃ ବଢିବାରେ ଲାଗିଛି । ହେଲେ ଏହାକୁ ନେଇ ସ୍ତାନିୟ ଡାକ୍ତର ଓ ଲୋକେ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି କିଛି ଶୁଣୁନଥିବା ଅଭିଯୋଗ ହୋଇଛି ।

ବାଇଟ ୧- ଜଗନ୍ନାଥ ପାଢି, ଧଳା ସାର୍ଟ ପିନ୍ଧିଛନ୍ତି, ଜାନବାଇ ମେଡିକାଲ ଅଧିକାରୀ

ବାଇଟ ୨ – କେଶବ ସୁନାବସିଆ, ବ୍ରାଉନ କୋଲର ସାର୍ଟ ପିନ୍ଧି ଛନ୍ତି, ସ୍ବାଭିମାନ ଅଞ୍ଚଳବାସି

ଭି.ଓ.୨ – କେବଳ ଜାନବାଇ ସ୍ବାସ୍ଥ୍ୟ କେନ୍ଦ୍ର ନୁହେ । ପାଣିରେ ଉବୁ ଡୁଡୁ ଏବେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ସମଗ୍ର ଇଲାକା । ପାଣିରେ ବୁଡି ଯାଇଛି ହଜାର ହଜାର ଲୋକଙ୍କ ଧାନ, ବିରି ଓ ମାଣ୍ଡିଆ ଫସଲ । ଫଳରେ ବିପଦରେ ଏବେ ବିଚ୍ଛିନ୍ନାଞ୍ଚଳର ୧୫୧ ଟି ଗାଁର ଲୋକେ । ଡ୍ୟାମରୁ ପାଣି ଛାଡିବା ଲାଗି ଗତ ଏକ ସପ୍ତାହ ଧରି ବିଚ୍ଛିନ୍ନାଞ୍ଚଳର ଆଦିବାସି ଲୋକେ ଦାବି କରି ଆସୁଥିଲେ ସୁଦ୍ଧା ପ୍ରଶାସନ ଏହାକୁ କର୍ଣପାତ କରୁନାହି । ଧିରେ ଧିରେ ପାଣି ଗାଁ ପାଖରୁ ମାଡି ଆସୁଥିବା ବେଳେ ଭୟବିତ ଅବସ୍ତାରେ ରହିଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସି ଲୋକେ । ତେବେ ଏହାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ରେ ମାଲକାନଗିରି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ କହିଛନ୍ତି ଯେ ଲୋକଙ୍କ ପାଇଁ ୬ଟି ସବ୍ ସେଣ୍ଟର କରାଯାଇଛି । ଆବଶ୍ୟକ ସ୍ଥଳେ ପ୍ରଶାସନ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବ ।

ବାଇଟ ୩- ରୁକ୍ମଣୀ ଖରା, ବ୍ରାଉନ କୋଲର ଶାଢ଼ୀ ପିନ୍ଧିଛନ୍ତି, ସ୍ବାଭିମାନ ଅଞ୍ଚଳବାସି

ବାଇଟ ୪ – ପ୍ରମୋଦ ବେହେରା , ମାଲକାନଗିରି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ
Conclusion:ଫା.ଭି.ଓ – ବାଲିମେଳା ଜଳ ଭଣ୍ଡରରେ ୧୫୧୬ ଫୁଟ ପାଣି ସଂରକ୍ଷଣ କରିବାର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ଏହା ୧୫୧୫ ଫୁଟକୁ ଛୁଇଁ ସାରିଛି । ଯଦି ଜଳ ସ୍ଥଳ କ୍ରମାଗତ ଭାବେ ବଢି ଚାଲେ ତାହା ହେଲେ ଏହାର ପ୍ରଭାବ ସ୍ବପ୍ନର ସେତୁ ଗୁରୁପ୍ରିୟା ଉପରେ ମଧ୍ୟ ପଡିବ । କାରଣ ଗୁରୁପ୍ରିୟା ସେତକୁ ପାଣି ଛୁଇଁଥିବା ବେଳେ ଏବେ ସେତୁ ଉପରେ ବିପଦର ଆଶଙ୍କା ମଧ୍ୟ ଦେଖା ଦେଇଛି ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.