ETV Bharat / state

ମାଲକାନଗିରିରେ ସ୍ବଚ୍ଛ ଭାରତ ଅଭିଯାନ ଫେଲ

ମାଲକାନଗିରି ସହରର ସ୍ବଚ୍ଛତା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହେଲେ ଫଳାଫଳ କିଛି ଅଲଗା । ଅଳିଆ ଆବର୍ଜନାରେ ଭରି ରହିଛି ଡ୍ରେନ । ଯେଉଁଥିପାଇଁ ଅସୁବିଧା ଭୋଗୁଛନ୍ତି ସହରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 6, 2019, 9:19 PM IST

ମାଲକାନଗିରି: ପରିଷ୍କାର ହେବ ପରିବେଶ ଆଉ ସ୍ବପ୍ନ ପୁରଣ ହେବ ଜାତିର ପିତା ମହାତ୍ମା ଗାନ୍ଧିଙ୍କର । ଏହା ହିଁ ହେଉଛି ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ । ହେଲେ ଯେଉଁଠି ସ୍ବଚ୍ଛତାର ମାନେ ହିଁ ବୁଝି ପାରୁନାହାନ୍ତି ପ୍ରଶାସକ ସେଇଠି ସାଧରଣ ଲୋକେ କରିବେ ବା କ'ଣ । ତେବେ ଏଭଳି ଅଭିଯୋଗ ଆସିଛି ମାଲକାନଗିରିର ଜିଲ୍ଲାରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଟିକିଏ ଭଲ ଭାବେ ଦେଖନ୍ତୁ ଏ ହେଉଛି ମାଲକାନଗିରି ପୌର ପରିଷଦର ଦୃଶ୍ୟ । ସ୍ବଚ୍ଛତା ବଜାଇ ରଖିବାକୁ ଯାଇ ମାଲକାନଗିରି ପୌର ପରିଷଦରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ହେଲେ ସହରର ନାଳ ନର୍ଦ୍ଦମା ଠିକ ଭାବେ ସଫା ହେଉନାହିଁ । ଯାହାଫଳରେ ଫାଟି ପଡୁଛି ଉକ୍ତ ଅଞ୍ଚଳ ଆଉ ପ୍ରତିଦିନ ସେଇପଟେ ଯିବାଆସିବା କରିବା ମଧ୍ୟ କଷ୍ଟକର ବ୍ୟାପାର ହେଇଯାଉଛି ।

ଖାଲି ସେତିକି ନୁହେଁ ଏଣେ ତେଣେ ମଳ ମୁତ୍ର ପରିତ୍ୟାଗ ନକରିବା ଲାଗି ସ୍ବଚ୍ଛ ଭାରତ ଅଭିଯାନରେ ସହରରେ ତିଆରି ହୋଇଛି ୫ଟି ଟଏଲେଟ । ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୦ ଲକ୍ଷ ଟଙ୍କା । କିନ୍ତୁ ଏହା ନାଁକୁ ମାତ୍ର । ଟଏଲେଟ ଭିତରେ ଭରି ରହିଛି ଅଜସ୍ର ଅଳିଆ ଆବର୍ଜନା । ଏହା କେବେହେଲେ ସଫା ହେଉନଥିବା ବେଳେ ଟାଙ୍କିରୁ ପାଣି ମଧ୍ୟ ଆସୁନାହି । ଯେଉଁଥିପାଇଁ ଲୋକେ ସରକାରୀ ପାଇଖାନା ଛାଡି ରାସ୍ତା କଡରେ ମଳମୂତ୍ର ତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି ।

ତେବେ ଏଭଳି ଦୃଶ୍ୟ ଦେଖିବାପରେ କେହିବି କହିବଯେ, ମାଲକାନଗିରି ଜିଲ୍ଲାରେ ଫେଲ ମାରିଛି ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.