ETV Bharat / state

ପରକୀୟା ପ୍ରୀତିରୁ ଯୁବକଙ୍କୁ ନିର୍ମମ ହତ୍ୟା

author img

By

Published : Feb 13, 2021, 10:48 AM IST

ପରକୀୟା ପ୍ରୀତି ହେଲା କାଳ । ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ନିର୍ମମ ହତ୍ୟା । ମାଲକାନଗିରିର ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହ, ଯୁବକକୁ ହତ୍ୟା କଲା ସ୍ବାମୀ

ମାଲକାନଗିରି: ପରକୀୟା ପ୍ରୀତି ହେଲା କାଳ । ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ନିର୍ମମ ହତ୍ୟା । ମାଲକାନଗିରିର ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାମୁତାବକ, ମାରଡିମେଟଲା ଗ୍ରାମର ଇର୍ମା କବାସୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସେହି ଗ୍ରାମର ଆଡମା କାବାସୀଙ୍କ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖି ଆସିଥିବା ନେଇ ଆଡମା ସନ୍ଦେହ କରି ଆସୁଥିଲା।

ଏଥିପାଇଁ ଆଡମା ନିଜର ସମ୍ପର୍କୀୟ ଭାଇ ମୂକା କାବାସୀ ସହ ମିଶି ଇର୍ମାକୁ ନିଜ ଘର ପାଖକୁ ଡାକିଥିଲା । ସେଠାରେ ଆଡମା, ଇର୍ମା ସହ ପାଟିତୁଣ୍ଡ କରିବା ସହ ପୂର୍ବ ଯୋଜନା ମୁତାବକ ହତ୍ୟା କରିଥିଲା । ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ବିଷୟରେ ଜଣାପଡିବା ପରେ ବିଳମ୍ବିତ ରାତିରେ ମୃତ ଇର୍ମାର ବାପା କବାସୀ ବିଚେମ ପଡିଆ ଥାନାରେ ଏତଲା ଦେଇଥିଲେ ।

ଏନେଇ ପଡିଆ ଥାନାରେ କେସ୍ ନଂ ୦୬/୨୧ ରେ ଏକ ମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଜଣାପଡ଼ିଛି । ଏଥିସହ ଆଜି(ଶନିବାର) କୋରାପୁଟରୁ ଏକ ସାଇଣ୍ଟିଫିକ ଟିମ୍ ଗ୍ରାମକୁ ଆସି ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.