ETV Bharat / state

ଭୂତ ଝାଡିବା ଆଳରେ ମହିଳାଙ୍କୁ ନିସ୍ତୁକ ମାଡ ସହ ଖୁଆଇଲେ ଘୁଷୁରୀ ବିଷ୍ଠା

author img

By

Published : Jul 20, 2020, 9:17 AM IST

Updated : Jul 20, 2020, 10:02 AM IST

ମାଲକାନଗିରିରେ ପୁଣି ଅନ୍ଧବିଶ୍ବାସର ଅନ୍ଧକାର । ଭୂତ ଲାଗିଛି କହି ମହିଳାଙ୍କୁ ମାଡ଼ ମାରିବା ସହ ଘୁଷୁରୀ ବିଷ୍ଠା ଖୁଆଇଲା ଗୁଣିଆ । ଅଧିକ ପଢ଼ନ୍ତୁ...

superstition in Malkangir, woman was  beaten brutally, Malkangiri news, ଭୂତ ଝାଡିବା ଆଳରେ ମହିଳାଙ୍କୁ ନିସ୍ତୁକ ମାଡ,  ଘୁଷୁରି ବିଷ୍ଠା ଖୁଆଇଲା ଗୁଣିଆ, ମାଲକାନଗିରି ଖବର
ଭୂତ ଝାଡିବା ଆଳରେ ମହିଳାଙ୍କୁ ନିସ୍ତୁକ ମାଡ ସହ ଖୁଆଇଲେ ଘୁଷୁରି ବିଷ୍ଠା

ମାଲକାନଗିରି: ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଅନ୍ଧବିଶ୍ବାସର କୁପରିଣତି ଯୋଗୁଁ ଜଣେ ବିବାହିତ ମହିଳା ଗୁଣିଆର ମାଡରେ ଗୁରୁତର ହୋଇଛନ୍ତି । ମାଲକାନଗିରି ବ୍ଲକର ଏମଭି-୬ ଗ୍ରାମରେ ଘଟିଛି ଏହି ଘଟଣା । ଏହି ଗ୍ରାମର ସନ୍ତୋଷ ଅରାଓଙ୍କ ପତ୍ନୀ ଲିପିକା ଅରାଓ ଗତ ସାତ ଦିନ ତଳେ ଅସୁସ୍ଥ ହୋଇଥିଲେ । ତେବେ ପରିବାର ଲୋକେ ତାକୁ ଭୂତ ଲାଗିଥିବା ନେଇ ସନ୍ଦେହ କରିଥିଲେ । କାରଣ ଥିଲା ଗତ ତିନି ମାସ ତଳେ ସନ୍ତୋଷଙ୍କର ଜଣେ ସଂପର୍କୀୟ ମହିଳାଙ୍କର ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ହୋଇଥିବା ମହିଳା ଜଣକ ଗର୍ଭବତୀ ଥିଲେ । ଦୁଇ ପତି ଓ ପତ୍ନୀ ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସନ୍ତୋଷ ଓ ତାଙ୍କ ପତ୍ନୀ ଲିପିକା ଘରକୁ ଫେରିବା ପରେ ସବୁ ଠିକଠାକ ଥିଲା । କିନ୍ତୁ ଅଚାନକ ଲିପିକାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସେହି ମହିଳାଙ୍କ ଆତ୍ମା ଲିପିକାଙ୍କ ଦେହରେ ଆସିଥିବା ନେଇ ପରିବାର ଲୋକେ ବିଶ୍ବାସ କରିଥିଲେ । ଏହାପରେ ତୁରନ୍ତ ଏକ ଗୁଣିଆକୁ ଡାକି ଭୂତ ଘଉଡାଇବାର ବ୍ୟବସ୍ଥା କରିଥିଲେ । ଗୁଣିଆ ଜଣକ ଲିପିକାକୁ ନିସ୍ତୁକ ମାଡ ମାରିବା ସହ ମୁହଁରେ ନିଆଁ ଝୁଲ ଦେଇଥିଲେ । ଯାହାଫଳରେ ଲିପିକାଙ୍କ ମୁହଁ ପୋଡ଼ି ଯାଇଥିବାବେଳେ ତାର ସଂପୂର୍ଣ୍ଣ ଶରୀର କ୍ଷତବିକ୍ଷତ ହୋଇଛି । ଏତେ ସବୁ କରିବା ପରେ ମଧ୍ୟ ଭୂତ ନଯିବାରୁ ଗୁଣିଆ ଘୁଷୁରୀ ବିଷ୍ଠା ଆଣି ଲିପିକାଙ୍କୁ ଖୁଆଇ ଦେଇଥିଲ । ତେବେ କିଛି ସୁଫଳ ନମିଳିବାରୁ ଶେଷରେ ଗୁଣିଆ ଚାଲିଯାଇଥିଲା ।

ତେବେ ସ୍ଥାନୀୟ ଅଞ୍ଚଳର ଆଶା ଦିଦି, ଅଙ୍ଗନବାଡ଼ି ଦିଦି ଏବଂ ସ୍ବାସ୍ଥ୍ୟ କର୍ମୀ ଏହା ଜାଣିବା ପରେ ଲିପିକାଙ୍କ ପରିବାରକୁ ବୁଝାଇଥିଲେ । କିନ୍ତୁ ସେମାନେ ଏତେସବୁ ଘଟିବା ପରେ ମଧ୍ୟ ଭୂତ ଲାଗିଥିବା ନେଇ ଜିଦ ଧରୁଥିଲେ । ଲିପିକା ଗୁରୁତର ଅବସ୍ଥାରେ ଘରେ ପଡି ରହିଥିବାବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ନିଜ ମା ଏବଂ ଅନ୍ୟ ଜଣେ ପଡୋଶୀ ତାକୁ ଧରି ରଖିଥିଲେ । ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡି ଯୋଗୁଁ ଗତ ମାସକ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଦିନକୁ ଦିନ ଗୁଣି ଗାରେଡିକୁ ନେଇ ଅନ୍ଧବିଶ୍ବାସ ବଢୁଥିବା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ସଚେତନ କରାଯାଉନଥିବାରୁ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jul 20, 2020, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.