ETV Bharat / state

ମୁଣ୍ଡ ଟେକିପାରୁନି ମାଲକାନଗିରି ମଡେଲ୍ କଲେଜ, ଲାଗି ରହିଛି ମୌଳିକ ସମସ୍ୟା - ମାଲକାନଗିରିରେ ମଡେଲ କଲେଜ ସମସ୍ୟା

ମାଲକାନଗିରିରେ ଥିବା ଏକମାତ୍ର ମଡେଲ କଲେଜର ଅବସ୍ଥା ଦେଖିଲେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରୁଛି । ମାଲକାନଗିରି ମଡେଲ କଲେଜରେ ଏବେବି ଲାଗି ରହିଛି ମୌଳିକ ସମସ୍ୟା । ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ମୁଣ୍ଡ ଟେକିପାରୁନି ମାଲକାନଗିରି ମଡେଲ୍ କଲେଜ, ଲାଗି ରହିଛି ମୌଳିକ ସମସ୍ୟା

author img

By

Published : Mar 9, 2022, 8:28 PM IST

ମାଲକାନଗିରି: ଦେଶର ଭବିଷ୍ୟତ ଗଠନ କରିବାରେ ଛାତ୍ରଛାତ୍ରୀଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଅପରିହାର୍ଯ୍ୟ । ଆଉ ଶିକ୍ଷାଦାନ ପାଇଁ ଆବଶ୍ୟକ ଉପୁଯୁକ୍ତ ପରେବେଶ ଓ ଆନୁସଙ୍ଗିକ ବ୍ୟବସ୍ଥା । ହେଲେ ଏଥିରେ ହେଳା କଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଚାଲିଯାଏ । ମାଲକାନଗିରି ଜିଲ୍ଲା ମଡେଲ କଲେଜରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ଯାହା ରାଜ୍ୟ ସରକାର ଓ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରୁଛି ।

ମୁଣ୍ଡ ଟେକିପାରୁନି ମାଲକାନଗିରି ମଡେଲ୍ କଲେଜ, ଲାଗି ରହିଛି ମୌଳିକ ସମସ୍ୟା

ମାଲକାନଗିରି ସହର ଠାରୁ 7 କିଲମିଟର ଦୁରରେ ରହିଛି ମାଲକାନଗିରି ସ୍ନାତକ ମହାବିଦ୍ୟାଳୟ । କଲେଜକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ । ଖାଲ ଢିପ ରାସ୍ତାରେ ଚାଲିଚାଲି କଲେଜକୁ ଆସୁଛନ୍ତି ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀ ସାଇକେଲ୍ କିମ୍ବା ଦୁଇଚକିଆ ଗାଡି ଆସୁଛନ୍ତି ସେମାନଙ୍କ ପାଇଁ ସାଇକେଲ କିମ୍ବା ବାଇକ ଷ୍ଟାଣ୍ଡ ଟିଏ ମଧ୍ୟ ନାହିଁ । ଫଳରେ ଖରାରେ ସାଇକେଲ ବା ବାଇକ ରଖୁଛନ୍ତି ଛାତ୍ରଛାତ୍ରୀ । ମୋଟାମୋଟି ଭାବରେ କହିବାକୁ ଗଲେ ମାଲାକାନଗିରି ସ୍ନାତକ ମଡେଲ ତିଆରି ହେବାପରେ କେବଳ ସମସ୍ୟା ମଧ୍ୟରେ ରହିଛି । ଏହାକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଛାତ୍ରଛାତ୍ରୀ । ହେଲେ କିଛି ସୁଫଳ ମିଳିନାହିଁ ।

କଲେଜକୁ ଯିବା ଆସିବା କରିବା ପରେ ବସ୍‌ ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ମାଲକାନଗିରି ମଡେଲ କଲେଜର ୧୦ ଏକର ଜାଗା ଥିବା କଥା କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଜାଗା ଚିହ୍ନଟ ହୋଇ ପାରିନାହିଁ । ଫଳରେ ପାଚେରୀ ମଧ୍ୟ ନିର୍ମାଣ ହୋଇ ପାରୁନାହିଁ । ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ମୋଟ ୮୬୪ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ସେମାନଙ୍କ ପାଇଁ ନିୟମିତ ଅଧ୍ୟାପକ ନାହାନ୍ତି ଫଳରେ ଶିକ୍ଷାଦାନରେ ମଧ୍ୟ ସମସ୍ୟା ଦେଖା ଦେଉଛି । ଖାଲି ସେତିକି ନୁହେଁ ମାଲକାନଗିରି ମଡେଲ କଲେଜ ପାଇଁ ହଷ୍ଟେଲ ମଧ୍ୟ ରହିଛି । ହେଲେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଏହି ହଷ୍ଟେଲ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ।

କଲେଜକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକକୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ସେହିଭଳି ଜାଗା ସମସ୍ୟା ନେଇ ଉଚ୍ଚ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କ ଅବଗତ କରାଯାଇଛି । କଲେଜରେ ବିଭିନ୍ନ ସମସ୍ୟା ଥିବା କଥାକୁ ମାନିଛନ୍ତି କଲେଜ ଅଧ୍ୟକ୍ଷ । ଏହାାର ସମାଧାନ ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥିବା ସେ କହିଛନ୍ତି । ସେପେଟ ଜିଲ୍ଲାପାଳ ମଧ୍ୟ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.