ETV Bharat / state

ସ୍କୁଲ ରୋଷେଇ ଘରେ ଛାତ୍ର: କଲମ ବଦଳରେ ହାତରେ କରଚୁଲି, ଆସିଛି ସାଂଘାତିକ ଅଭିଯୋଗ - ଛାତ୍ରଙ୍କୁ ରୋଷେଇ କାମରେ ଲଗାଉଛନ୍ତି ପ୍ରଧାନଶିକ୍ଷକ

ହଷ୍ଟେଲରେ ପିଲାଙ୍କୁ ପାଠପଢ଼ା ବଦଳରେ କାମ କରିବାକୁ ପଡୁଛି । ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

students are cooking at hostel in malkangiri
ହଷ୍ଟେଲରେ ଛାତ୍ରଙ୍କୁ ରୋଷେଇ କାମରେ ଲଗାଉଛନ୍ତି ପ୍ରଧାନଶିକ୍ଷକ
author img

By

Published : Apr 20, 2022, 3:51 PM IST

ମାଲକାନଗିରି: ସରକାରୀ ସହାୟତାରେ ପାଠ ପଢ଼ିବା ପାଇଁ ଅଭିଭାବକ ପିଲାଙ୍କୁ ହଷ୍ଟେଲ ଛାଡ଼ିଥାନ୍ତି। ହେଲେ ହଷ୍ଟେଲରେ ପିଲାଙ୍କୁ ପାଠ ପଢ଼ା ବଦଳରେ କାମ କରିବାକୁ ପଡୁଛି। ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସେରପାଲି ସହିଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ।

ହଷ୍ଟେଲରେ ଛାତ୍ରଙ୍କୁ ରୋଷେଇ କାମରେ ଲଗାଉଛନ୍ତି ପ୍ରଧାନଶିକ୍ଷକ

କୋଭିଡ କଟକଣା ହ୍ରାସପରେ ଏପ୍ରିଲ ୮ରୁ ମାଲକାନଗିରି ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଖୋଲିଛି । ଏଥିସହ ସ୍କୁଲର ସମସ୍ତ ଛାତ୍ରାବାସ ମଧ୍ୟ ଖୋଲାଯାଇଛି। ସ୍କୁଲରେ ବାର୍ଷିକ ପରୀକ୍ଷା ଚାଲୁଥିବାବେଳେ ଛାତ୍ରମାନେ ପାଠ ପଢ଼ିବା ପରିବର୍ତ୍ତେ ହଷ୍ଟେଲରେ ଦୁଇ ବେଳା ରୋଷେଇ କରୁଛନ୍ତି। ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ସେରପାଲି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହି ଦୃଶ୍ୟ ତାଙ୍କ ନଜରକୁ ଆସିଥିଲା। ଏହାପରେ ସେ ସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏହି ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବା ପରେ ସେ କହିଥିଲେ, ରୋଷେୟା ମଦ୍ୟପ ହୋଇଥିବାରୁ ସେ କିଛିଦିନ ହେବ ହଷ୍ଟେଲ ଆସୁନାହିଁ। ତେଣୁ ଛାତ୍ରମାନଙ୍କୁ ଏହି କାମରେ ନିୟୋଜିତ କରାଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଉକ୍ତ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଇଟିଡିଏ ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସକ ତଥା ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅଭିଯୋଗର ସତ୍ୟତା ଥିଲେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି |

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.