ETV Bharat / state

ମିଳୁନି ଜାତିଗତ ପ୍ରମାଣପତ୍ର, ମାଓ ସଙ୍ଗଠନରେ ସାମିଲ ହେବାକୁ ଛାତ୍ରଛାତ୍ରୀଙ୍କ ଧମକ - malkangiri tahasildar

ଜାତିଗତ ପ୍ରମାଣପତ୍ର ମିଳିବାରେ ଅସୁବିଧା ହେବାରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଦୋରାଗୁଡା ଗ୍ରାମର ପିଲାଙ୍କୁ ପାଠପଢାରୁ ବଞ୍ଚିତ ହେବାକୁ ପଡୁଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 5, 2019, 4:49 PM IST

ମାଲକାନଗିରି: ଶିକ୍ଷାର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ କରାଯାଉଛି ଅନେକ ଯୋଜନା । ଆଉ ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି ବେଶ ମୋଟା ଅଙ୍କର ଟଙ୍କା । ସମସ୍ତଙ୍କ ନିକଟରେ ଶିକ୍ଷାକୁ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ କରାଯାଉଛି ଅନେକ ପ୍ରକାରର ବ୍ୟବସ୍ଥା । ମାତ୍ର ଏହାର ସୁଫଳ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉପଲବ୍ଧ ହେଉନଥିବା ଜଣାପଡିଛି । ଏଠାକାର ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବାଧକ ସାଜିଛି ଜାତିଗତ ପ୍ରମାଣପତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏଭଳି ସମସ୍ୟା ଦେଖିବାକୁ ମିଳିଛି ମାଲକାନଗିରିର ଦୋରାଗୁଡ଼ା ଗ୍ରାମରେ । ଏହି ଗାଁରେ ପ୍ରାୟ 40ରୁ ଅଧିକ ଆଦିବାସୀ ପରିବାର ବସବାସ କରିଥାନ୍ତି । ସ୍ଥାନୀୟ ଗ୍ରାମବାସୀ ଆଦିବାସୀ ହୋଇଥିବାରୁ ସେମାନଙ୍କୁ ସରକାରୀ ସ୍ତରରେ ଅନେକ ସୁବିଧା ସୁଯୋଗ ମିଳିଥାଏ। ମାତ୍ର ବ୍ୟତିକ୍ରମ ଏହା ଯେ ଶିକ୍ଷାରୁ ବଞ୍ଚିତ ହେବାକୁ ପଡୁଛି ସେମାନଙ୍କୁ। ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡୁଛି। ଯାହା ଫଳରେ ଗାଁର ପିଲାଏ ପାଠପଢାରୁ ବଞ୍ଚିତ ହେଉଛନ୍ତି।

ଏନେଇ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ଅନେକ ସରକାରୀ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜାତିଗତ ପ୍ରମାଣପତ୍ର ଅଭାବରୁ ଶିକ୍ଷାରୁ ବଞ୍ଚିତ ହୋଇ ରହିଥିବା ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ଦିନମଜୁରିଆ ଭାବେ କାମ କରୁଛନ୍ତି । ଯେଉଁମାନଙ୍କର ପାଠ ପଢା ବନ୍ଦ ହେବାକୁ ଯାଉଛି ସେମାନେ ପ୍ରଶାସନର ଉଦାସୀନତା ପ୍ରତି ଅସନ୍ତୁଷ୍ଟ ମାଓବାଦୀ ସଙ୍ଗଠନରେ ସାମିଲ ହେବେ ବୋଲି ଜଣାଇ ଦେଇଛନ୍ତି ।

ଏହି ସମସ୍ୟା ସମ୍ପର୍କରେ ମାଲକାନଗିରି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏ ଖବର ପାଇବା ପରେ ସେ ତୁରନ୍ତ ଦୋରାଗୁଡା ଗ୍ରାମକୁ ଯାଇ ତଦନ୍ତ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇଥିବା ବେଳେ ଜାତିଗତ ପ୍ରମାଣପତ୍ର ଅଭାବରୁ କେହି ବି ଶିକ୍ଷାରୁ ବଞ୍ଚିତ ହେବେ ନାହି ବୋଲି ତହସିଲଦାର ଜଣାଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

(ଭିଓ1) ମୁହଁରେ ମାକ୍ସ । ନୂଆବହୁ ପରି ମହିଳା ବି ଓଢଣୀରେ ମୁହଁକୁ ଢାଙ୍କି ଚାଲୁଛନ୍ତି । ମନେ ହେଉଛି ସତେ ଯେମିତି ଖରା ତାତିରେ ଅସହ୍ୟ ଜୀବନ । ହେଲେ ଏଠି ନା ଅଛି ଖରାର ଭୟ । ନା ସ୍ବାଇନ ଫ୍ଲୁର । ନିର୍ମାଣଧିନ ରାସ୍ତାର ଧୁଳିଗୁଣ୍ଡରେ ହିଁ ହନ୍ତସନ୍ତ କଳାହାଣ୍ଡି ବାସିନ୍ଦା । ଭଲକରି ନଜର ପକାନ୍ତୁ ଏ ଦୃଶ୍ୟକୁ । ଏ ଚିତ୍ର ହିଁ ବୟାନ କରୁଛି ଲୋକଙ୍କୁ କେତେ ଭୟାବହ ଜୀବନ ବିତାଇବାକୁ ପଡୁଛି । ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ ଧରି ପ୍ରଶସ୍ତିକରଣ ନାଁରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାକାମ ଚାଲିଛି । ଏପଟେ କିନ୍ତୁ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟକୁ ଆଖିଆଗରେ ରଖି ରାସ୍ତାରେ ପାଣିଛିଞ୍ଚନ ବି କରାଯାଉନଥିବା ଅଭିଯୋଗ ହୋଇଛି ।

ବାଇଟ- କଳାହାଣ୍ଡି ବାସିନ୍ଦା

ବାଇଟ- କଳାହାଣ୍ଡି ବାସିନ୍ଦା

(ଭିଓ2) ଆଉ ହେଉଛି ରାସ୍ତାରୁ ବାହାରୁଥିବା ଧୁଳିଗୁଣ୍ଡର ଏଫେକ୍ଟ । ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଘରଦ୍ବାରା ଏବଂ ବୃକ୍ଷଲତାର ଅବସ୍ଥା ଅତି ସାଙ୍ଘାତିକ । ବହୁ ଲୋକ ଜଣ୍ଡିସର ଆକ୍ରାନ୍ତ ବି ହେଲେଣି । ଶେଷରେ ବାଧ୍ୟ ହୋଇ ସାଧାରଣ ଲୋକ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।

ବାଇଟ- କଳାହାଣ୍ଡି ବାସିନ୍ଦା

ପିଟୁସି ଅଛି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.