ମାଲକାନଗିରି: ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି-81 ଗ୍ରାମରେ ଘଟିଛି । ତେବେ ଏ ନେଇ ପୋଲିସ ପକ୍ଷରୁ ଖାମଖିଆଲି କରାଯିବା ସହ ବିଳମ୍ବରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ହୋଇଛି ।
ପାଠ ପଢେଇବା ନାଁରେ ଘରକୁ ଡାକି ଦୁଇ ଦିନ ଧରି ଶିକ୍ଷକ ଜଣକ ନାବଳିକାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ପୀଡିତାଙ୍କ ପକ୍ଷରୁ ମୋଟୁ ଥାନାରେ ପ୍ରଥମେ ଏତଲା ଦିଆଯାଇ ଥିବା ବେଳେ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ନଥିଲେ । ଶନିବାର ପୀଡିତାଙ୍କ ମା’ ଏ ନେଇ ମାଲକାନଗିରି ମଡେଲ ଥାନାରେ ପହଞ୍ଚିଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏତଲା ରୁଜୁ ହୋଇଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ