ETV Bharat / state

ମାଲକାନଗିରି ଗସ୍ତରେ କ୍ରୀଡ଼ା ମନ୍ତ୍ରୀ

ମାଓ ପ୍ରବଣ ମାଲକାନଗିରିକୁ ଗୋଟିଏ ସପ୍ତାହରେ ତିନି ମନ୍ତ୍ରୀଙ୍କ ଗସ୍ତ । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗସ୍ତ କରିସାରିଥିବାବେଳେ ଆଜି ଗସ୍ତ କରୁଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ।

author img

By

Published : Dec 24, 2019, 9:53 AM IST

sports minister
sports minister

ମାଲକାନଗିରି: ଆଜି ଜିଲ୍ଲା ଗସ୍ତରେ ଆସୁଛନ୍ତି କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସକାଳ ସାଢେ 11ଟାରେ ମନ୍ତ୍ରୀ ସଦରମହକୁମାରେ ପହଁଚିବା ନେଇ ସୂଚନା ମିଳିଛି । ସର୍କିଟ ହାଉସରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ସହ ଜିଲ୍ଲାରେ କ୍ରୀଡ଼ାର ବିକାଶ କାର୍ଯ୍ୟ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ।

ଏହି ବୈଠକରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ମାନସ ମାଡକାମୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେବେ । ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ମାଓ ଅଧ୍ୟୁଷିତ ମାଲକାନଗିରିକୁ ଗୋଟିଏ ସପ୍ତାହରେ ତିନିଜଣ ମନ୍ତ୍ରୀଙ୍କ ଗସ୍ତ ରାଜନୀତିରେ ଚର୍ଚ୍ଚା ପାଲଟିଥିବାବେଳେ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ସ୍ବାଗତ କରିବା ପାଇଁ ହୋଇଛି ବ୍ୟାପକ ଆୟୋଜନ । ଭୌରବୀ ମନ୍ଦିର ଠାରୁ ଆରମ୍ଭ କରି ସଦର ମହକୁମା ପର୍ଯ୍ୟନ୍ତ ବିଶାଳ ରାଲିର ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.