ETV Bharat / state

ବିଭିନ୍ନ ଦାବି ନେଇ ନର୍ସଙ୍କ ପ୍ରତିବାଦ - malkanagiri

ବିଭିନ୍ନ ଦାବି ପୂରଣ ନେଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଇଛନ୍ତି ଷ୍ଟାଫ ନର୍ସ । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ନର୍ସଙ୍କ ପ୍ରତିବାଦ
ବିଭିନ୍ନ ଦାବି ନେଇ ନର୍ସଙ୍କ ପ୍ରତିବାଦ
author img

By

Published : Jan 4, 2021, 2:12 PM IST

ମାଲକାନଗିରି: କୋରୋନା ହେଉ କି ବନ୍ୟା ବାତ୍ୟା ସବୁ ସମୟରେ ନିଜ ଜୀବନକୁ ବାଜି ଲଗାଇ ରେଗୀ ସେବା କରିଛନ୍ତି ନର୍ସ । ହେଲେ ସେମାନଙ୍କୁ ନାଁ ମିଳୁଛି ଉପଯୁକ୍ତ ଦରମା ନାଁ ଚାକିରୀରେ ସ୍ଥାୟୀତ୍ବ । ସରକାର ତାଙ୍କୁ ସବୁବେଳେ ଅଣଦେଖା କରିଆସୁଛନ୍ତି । ଏହାର ପ୍ରତିବାଦ କରି ମାନକାନଗିରି ମୁଖ୍ୟ ଚିିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି ନର୍ସ ।

ବିଭିନ୍ନ ଦାବି ନେଇ ନର୍ସଙ୍କ ପ୍ରତିବାଦ

ମୂଳ ଦରମା ସଂଶୋଧନ ଠାରୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ 10 ବର୍ଷର 'ଏମ୍ଏସିପି' ପ୍ରଦାନ, ନର୍ସିଂ ସ୍କିମରେ ଚାକିରୀ କରୁଥିବା 'ଆର ବି ଏସ କେ' ଷ୍ଟାଫ ନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି,ଗ୍ରୁପ ସି ରୁ ଗ୍ରୁପ ବି କୁ ନେବା ସହ ବିଭିନ୍ନ ଦାବି କରି ସକାଳ 10ଟାରୁ 6ଟା ଯାଏଁ ଟୋକନ ଷ୍ଟ୍ରାଇକ ଦେଇଛନ୍ତି ଷ୍ଟାଫ ନର୍ସ । ଏ ନେଇ ଆଗରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ତେହେ ଆଜି(ସୋମବାର) ପୁଣି ଦାବିକୁ ପୂରଣା କରିବା ପାଇଁ ଧାରଣା ଦେଇଛନ୍ତି ଷ୍ଟାଫ ନର୍ସ । ଆଗକୁ ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନ ପ୍ରଥା ଗ୍ରହଣ କରିବା ନେଇ ଚେତାବନୀ ଦେଇଛନ୍ତି ନର୍ସ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.