ETV Bharat / state

ଭେଣ୍ଡିଂ ଜୋନ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ, ଷ୍ଟଲ ନପାଇ ହନ୍ତସନ୍ତ ଉଠା ଦୋକାନୀ - ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ଭେଣ୍ଡିଂ ଜୋନ

ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ତିଆରି ହୋଇଥିବା ଭେଣ୍ଡିଂ ଜୋନ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି । ପ୍ରଶାନିକ ଅବହେଳା ଯୋଗୁଁ ଯୋଗ୍ଯ ହିତାଧିକାରୀ ଷ୍ଟଲ ପାଇପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

vending zone issue in malkangiri
ମାଲକାନଗିରିରେ ଭେଣ୍ଡିଂ ଜୋନ ସମସ୍ୟା
author img

By

Published : Apr 4, 2023, 10:02 PM IST

ମାଲକାନଗିରିରେ ଭେଣ୍ଡିଂ ଜୋନ ସମସ୍ୟା

ମାଲକାନଗିରି: ପୌରପରିଷଦ ଅଞ୍ଚଳରେ ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ହେଲା ଭେଣ୍ଡିଂ ଜୋନ । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହେଲା ଷ୍ଟଲ । ନିର୍ମାଣ ହେବାର ୫ ବର୍ଷ ବିତିଗଲା ଭୋଣ୍ଡିଂ ଜୋନର ସୁବିଧା ପାଇପାରିଲେନି ଉଠା ଦୋକାନୀ । ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ଏହି ଭେଣ୍ଡିଂ ଜୋନ ଏବେ କିଛି ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି । ଷ୍ଟଲ ନପାଇ ଏଣେତେଣେ ଦୋକାନ ଦେଉଛନ୍ତି ଉଠା ବ୍ୟବସାୟୀ । ପ୍ରଶାସନିକ ମନୋବଳ ଅଭାବରୁ ଏପରି ସମସ୍ୟା ଦେଖାଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ମାଲକାନଗିରି ସହରକୁ ୨୦୧୭ ମସିହାରେ ବିଜ୍ଞାପିତ ଅଞ୍ଚଳରୁ ପରିବର୍ତ୍ତନ କରି ପୌରପରିଷଦର ମାନ୍ୟତା ଦେଇଥିଲେ ସରକାର । ପୌରପରିଷଦ ହେବା ପରେ ସହରର ବିଭିନ୍ନ ଉନ୍ନୟନମୂଳକ କାମ କରିବା ଦେଖିବାକୁ ମିଳିଥିଲା । ଏହି ସମୟରେ ୨୦୧୮-୧୯ ମସିହାରେ ସହରରେ ଥିବା ଉଠା ଦୋକାନୀଙ୍କୁ ଥଇଥାନ କରିବାପାଇଁ ଭେଣ୍ଡିଂ ଜୋନ କରାଯାଇଥିଲା । ସହରର ଜିଲ୍ଲା ପରିଷଦ (ଡିଆରଡିଏ) ଛକ ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ଭେଣ୍ଡିଂ ଜୋନ ଷ୍ଟଲ କରାଗଲା । କିନ୍ତୁ ଷ୍ଟଲ୍‌ ନିର୍ମାଣ ହେବାର ୫ବର୍ଷ ବିତି ଗଲାଣି, ଥଇଥାନ ହୋଇନାହାନ୍ତି ଦୋକାନୀ । ଗୋଟିଏ ବି ଷ୍ଟଲ୍‌ କାହାକୁ ଦିଆଯାଇ ନାହିଁ ।

ଏନେଇ ଉଠା ଦୋକାନୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି, "ଷ୍ଟଲ୍‌ ବାବଦକୁ ୫ହଜାର ଟଙ୍କା ଅଗ୍ରିମ ଦେବା ସହ ମାସିକ ୩୦୦ ଟଙ୍କା ଭଡ଼ା ଦେବାକୁ ପୂର୍ବତନ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ (ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାପାଳ) କହିଥିଲେ । କିନ୍ତୁ ସେହି ସମୟରେ ଜିଲ୍ଲାପାଳଙ୍କ ବଦଳି ହୋଇଯିବା ପରେ ମ୍ୟୁନିସିପାଲଟି ଅଧିକାରୀମାନେ ମନଇଚ୍ଛା ଦର ବଢାଇ ଗୋଟିଏ ଷ୍ଟଲ ପିଛା ୬୦ରୁ ୭୦ ହଜାର ଟଙ୍କା ଅଗ୍ରିମ ଦେଇ ମାସିକ ୫୦୦ଟଙ୍କା ଦେଲେ ଷ୍ଟଲ ଦିଆଯିବ କହିଥିଲେ । ଏଣୁ ଛୋଟ ଉଠା ଦୋକାନୀମାନେ ଏତେ ଟଙ୍କା ଦେଇ ଷ୍ଟଲ ନେବାର ସମ୍ବଳ ନଥିବାରୁ ସେମାନେ ଷ୍ଟଲ ନେଇ ପାରିନଥିଲେ । ଯାହା ଫଳରେ ଷ୍ଟଲ୍‌ କରାଯାଇଥିବା ସ୍ଥାନଗୁଡିକରେ ଗଛପତ୍ର ଉଠି ଜଙ୍ଗଲ ସଦୃଶ ହୋଇଗଲାଣି ।"

ସେହିଭଳି ବାଲିମେଳା ରାସ୍ତା ବାଲି ସାଗର ନିକଟରେ ୨୦୨୧/୨୨ ମସିହାରେ ୪୦ଟି ଭେଣ୍ଡିଂ ଜୋନ ଷ୍ଟଲ୍‌ କରାଯାଇଛି । ଯାହାକୁ ଗତ ୨୫.୧.୨୦୨୩ରେ ନବରଙ୍ଗପୁରୁ ସାଂସଦ ରମେଶଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ । ସମାନ ଭାବେ ଏଠାରେ ମଧ୍ୟ କୌଣସି ଦୋକାନୀ ଷ୍ଟଲ୍‌ ପାଇନାହାନ୍ତି । ଫଳରେ ସେହି ସବୁ ସ୍ଥାନରେ ସନ୍ଧ୍ୟା ହେଲେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟେ । ଖାଲି ସେତିକି ନୁହେଁ ଷ୍ଟଲ ନିକଟ ଡ୍ରେନ ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ପ୍ଲେଟ ନିମ୍ନମାନର ହୋଇଥିବାରୁ ସେଗୁଗୁଡିକ ମଧ୍ୟ ଭାଙ୍ଗିଗଲାଣି । ତେଣୁ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଯୋଗ୍ଯ ହିତାଧିକାରୀଙ୍କୁ ଷ୍ଟଲ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଅନ୍ୟପଟେ ଏନେଇ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, "କୋଭିଡ ସମୟରେ ସର୍ଭେ କରାଯାଇଥିବା ୩୫୦ ଭେଣ୍ଡରଙ୍କୁ ଆସନ୍ତା ୫ ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିବାକୁ ସମୟ ଦିଆଯାଇଛି । ଅଗ୍ରିମ ୨୦ହଜାର ଟଙ୍କା ଦେଇ ମାସିକ ୫୦୦ଟଙ୍କା ଭଡା ଦେଲେ ସେମାନଙ୍କୁ ଏହି ଷ୍ଟଲ ଦିଆଯିବ ।" ଏଠି ପ୍ରଶ୍ନ ଉଠୁଛି ଯଦି ୨୦ହଜାର ଟଙ୍କାରେ ଷ୍ଟଲ ଦିଆଯିବ, ତାହେଲେ ଦୀର୍ଘ ପାଞ୍ଚ ବର୍ଷ ଧରି କଣ ପାଇଁ ନାମ ପଞ୍ଜୀକରଣ କରାଯାଇଥିଲା ?

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.