ETV Bharat / state

ହନ୍ତାଳଗୁଡା ଘାଟିରେ ଓଲଟିଲା ଅଟୋ, 8 ଗୁରୁତର

author img

By

Published : Apr 25, 2023, 2:28 PM IST

ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ। ଅଳ୍ପକେ ବର୍ତ୍ତିଗାଲା 8 ଯାତ୍ରୀଙ୍କ ଜୀବନ।

accident in sundargarh
accident in sundargarh

ମାଲକାନଗିରି: ମାଲକାନଗିରିରେ ଓଲଟିଲା ଦୃତଗାମୀ ଅଟୋ । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ, ଦୁର୍ଘଟଣାରେ 8ଜଣ ଗୁରୁତର ହୋଇଥିବା ସୂଚନା । ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡା ଘାଟିରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅଟୋଟି ଆଠ ଜଣ ଯାତ୍ରୀଙ୍କୁ ନେଇ ହନ୍ତାଳଗୁଡା ଠାରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିଲା। ଏହି ସମୟରେ ହଠାତ ଅଟୋର ବ୍ରେକ ଫେଲ ହୋଇଯିବାରୁ ଘାଟିରେ ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ଆଠ ଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ବେଳେ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜଣକ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ଚେତାଶୂନ୍ୟ ହୋଇପଡିଥିଲେ ।

ଏନେଇ ଖବର ପାଇ ଜୋଡାଆମ୍ବ ସ୍ବାସ୍ଥ୍ୟ କେନ୍ଦ୍ରର ଏଲଟି ଗଙ୍ଗାଧର ହନ୍ତାଳ, ଗୋବିନ୍ଦ ଚନ୍ଦ୍ର ପୁନା, ଆଟେଣ୍ଡର ମନୋଜ ଶିଶା ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତ ଏବଂ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ସମସ୍ତଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ହନ୍ତାଳଗୁଡାରେ ଅବସ୍ଥାପିତ ସୁରକ୍ଷା କର୍ମୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଆହତ ଏବଂ ଗୁରୁତରକୁ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାବାରେ ସହଯୋଗ କରିଥିଲେ । ସମସ୍ତ ଆହତ ଏବଂ ଗୁରୁତର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଥିବା ଜଣାପଡିଛି।

ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡା ରାସ୍ତାଟି ୭ କିଲମିଟର ସିଧା ଘାଟି ରହିଛି । ଯହା ଫଳରେ ଏହି ଘାଟିରେ ପ୍ରାୟ ସମୟରେ ଦୁର୍ଘଟଣା ହୋଇଥାଏ। ଗତ କିଛି ମାସ ପୁର୍ବରୁ ଘାଟିରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ଦୁର୍ଘଟଣାରେ କାହାରକିଛି କ୍ଷୟକ୍ଷତି ହୋଇନଥିଲା । ଏହି ଘାଟି ଜୋଡାଆମ୍ବ, ପଣସପୁଟ, ଅଣ୍ଡରାପାଲି,ଜନ୍ତ୍ରୀ ପଞ୍ଚାୟତର ପାଖାପାଥି ୮୦ଟି ଗାଁକୁ ସଂଯୋଗ କରିଛି। ତେବେ ଆହତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ ।

ତେବେ ଗତକାଲି ରାତିରେ ସୁନ୍ଦରଗଡ଼ ବୀରମିତ୍ରପୁର ଥାନ ଅନ୍ତର୍ଗତ ତଲସରା ନିକଟରେ ବାଇକ ଓ ଡମ୍ଫର ମୁହାଁମୁହିଁ ଧକ୍କା ହେବା ପରେ ଜଳିଯାଇଥିଲା। ନିଆଁରେ ଦୁଇ ବାଇକ ଆରୋହୀ ଜୀବନ୍ଦ ଦଗ୍ଧ ହୋଇଯାଇଥିବା ବେଳେ ଟମ୍ଫର ଡ୍ରାଇଭର ଫେରାର ହୋଇଯାଇଥିଲେ। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଡମ୍ଫରଟି କୁଆଁରମୁଣ୍ଡା ପଟୁ ବୀରମିତ୍ରପୁରକୁ ଆସୁଥିବା ବେଳେ ବାଇକ ସହ ଧକ୍କା ହୋଇଥିଲା। ଖବର ପାଇ ବୀରମିତ୍ରପୁର ଥାନା ପୋଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.