ETV Bharat / state

ମାଲକାନଗିରିରେ ୨୧୫ ବିଦ୍ୟାଳୟରେ ନାହିଁ ଖେଳ ପଡିଆ, କ୍ରୀଡ଼ା ପ୍ରତି ବିମୁଖ ପ୍ରଶାସନ ! - ଖେଳ ପଡିଆ ସମସ୍ୟା

କ୍ରୀଡା କ୍ଷେତ୍ରରେ ଅଗ୍ରଗତି ପାଇଁ ସରକାର ବିଭିନ୍ନ ଯୋଜନା ମଧ୍ୟ କରି ବିଦ୍ୟାଳୟ ଗୁଡିକୁ ଅର୍ଥ ପ୍ରଦାନ କରୁଛନ୍ତି । ହେଲେ ମାଲକାନଗିରିରେ ଖେଳ ପଡିଆ ଅଭାବରୁ ଖେଳିପାରୁନାହାନ୍ତି ଛାତ୍ରଛାତ୍ରୀ । ଭିତ୍ତିୂମିର ଅଭାବ କ୍ରୀଡାର ବିକାଶରେ ବାଧକ ସାଜିଛି ।

schools with no play ground
ଖେଳ ପଡିଆ ସମସ୍ୟା
author img

By ETV Bharat Odisha Team

Published : Nov 26, 2023, 9:42 PM IST

schools with no play ground

ମାଲକାନଗିିରି: ପିଲାମାନଙ୍କ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟ ସ୍ତରରୁ କ୍ରୀଡାକୁ ଗୁରୁତ୍ବ ଦେଇ ଆସୁଛନ୍ତି । କ୍ରୀଡା କ୍ଷେତ୍ରରେ ଅଗ୍ରଗତି ପାଇଁ ସରକାର ବିଭିନ୍ନ ଯୋଜନା ମଧ୍ୟ କରି ବିଦ୍ୟାଳୟଗୁଡିକୁ ଅର୍ଥ ପ୍ରଦାନ କରୁଛନ୍ତି । ପିଲାଙ୍କ ପାଇଁ ଖେଳନା କିଣାଯାଉଛି ସତ କିନ୍ତୁ ଖେଳିବା ପାଇଁ ପଡିଆର ଅଭାବ ରହିଛି । ଯାହାଫଳରେ ପିଲାମାନେ ପଡିଆରେ ଖେଳିବା ପାଇଁ ସୁବିଧା ପାଇପାରୁନାହାନ୍ତି । ମାଲକାନଗିରି ଜିଲ୍ଲାରେ ବହୁ ବିଦ୍ୟାଳୟରେ ନିଜସ୍ବ ଖେଳପଡିଆ ନଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଭିତ୍ତିଭୂମି ଅଭାବରୁ ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ କ୍ରୀଡା କ୍ଷେତ୍ରରେ କିଭଳି ଉନ୍ନତି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ମାଲକାନଗିରି ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧ ହଜାର ୨୮୧ଟି ସରକାରୀ ବିଦ୍ୟାଳୟ ରହିଛି । ସେଥି ମଧ୍ୟରେ ୮୧୭ଟି ପ୍ରାଥମିକ ବିଦ୍ୟାଳୟ, ୩୪୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୦୪ଟି ଉଚ୍ଚ ବିଦ୍ୟାଳୟ, ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୭ଟି ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି । ଶିକ୍ଷା ବିଭାଗର ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୨୧୫ଟି ବିଦ୍ୟାଳୟରେ ଖେଳ ପଡିଆ ନାହିଁ । କିନ୍ତୁ ବାସ୍ତବରେ ଏହାର ଚିତ୍ର କିଛି ଅଲଗା ରହିଛି । ଜିଲ୍ଲାରେ ୨୧୫ ନୁହେଁ ତା ଠାରୁ ଅଧିକ ବିଦ୍ୟାଳୟରେ ନିଜସ୍ବ ଖେଳପଡିଆ ନାହିଁ । କେତେକ ବିଦ୍ୟାଳୟରେ ଥିବା ସ୍ବଳ୍ପ ଜାଗାକୁ ଖେଳପଡିଆ ବୋଲି ଦର୍ଶାଇ ପରିସଂଖ୍ୟାନକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି କର୍ତ୍ତୃପକ୍ଷ । ସେପଟେ ଆଉ କେତେକ ବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ପଡିଆ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ମିଳିପାରିନାହିଁ।

ସୂଚନା ଅନୁସାରେ, ପ୍ରତିବର୍ଷ ଜିଲ୍ଲାର ୧ ହଜାର ୨୮୧ଟି ବିଦ୍ୟାଳୟକୁ ଖେଳ ସାମଗ୍ରୀ କିଣିବା ପାଇଁ ଟଙ୍କା ପ୍ରଦାନ କରାଯାଉଛି । ସେଥିରେ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର ଟଙ୍କା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଟଙ୍କା, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଉଛି । ଚଳିତ ବର୍ଷ ଜିଲ୍ଲାରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟକୁ ମୋଟ ୧ କୋଟି ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେଥିରେ ଲୁଡୁ, କ୍ୟାରେମ ବୋର୍ଡ, ରିଲେ ବଟନ୍, ଦଉଡି, ବ୍ୟାଟମିଣ୍ଟନ, ଥ୍ରୋବଲ୍, ଜାଭଲିନ୍ ଥ୍ରୋ, ହାଇହର୍ଡଲସ, ଭାରୋ ଉତ୍ତୋଳନ ସେଟ୍, ବାସ୍କେଟବଲ୍, ଫୁଟବଲ୍, ସଟଫୁଟ୍, ଡିସକସ୍ ଥ୍ରୋ, କ୍ରିକେଟ ସରଞ୍ଜାମ, ହ୍ୟାଣ୍ଡବଲ୍, ଭଲିବଲ୍, ନେଟ୍, ଚେସ୍, ଫୁଟ ପମ୍ପ, ଯୋଗ ପାଇଁ ମେଟ୍, ଫାଷ୍ଟ ଏଡ୍, ଷ୍ଟପ ୱାଚ୍, ଗୋଲ ପୋଷ୍ଟ ନେଟ ଆଦି ବିଭିନ୍ନ ସାମଗ୍ରୀ କ୍ରୟ କରାଯାଇଛି ।

ଏହା ବି ପଢନ୍ତୁ...ଫୋକସରେ ଯୁବପିଢି: କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟରେ ସମ୍ପୃକ୍ତିକୁ ଗୁରୁତ୍ବ

"ଜିଲ୍ଲା ପ୍ରଶାସନ କ୍ରୀଡା ପ୍ରତି ଗୁରୁତ୍ବ ଦେଇ ଏକ ଟିମ୍ ୱାର୍କ କରି ଜିଲ୍ଲାରେ କେତୋଟି ସ୍କୁଲରେ ଖେଳପଡ଼ିଆ ନାହିଁ ତାହାର ତଦନ୍ତ କରି ସ୍କୁଲ ଗୁଡିକୁ ଖେଳପଡିଆ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ ତଥା ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାଶ । ଏନେଇ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନାଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.