ETV Bharat / state

ସରକାରୀ ଦଳ ପାଇଁ ପ୍ରଚାର କରୁଛନ୍ତି ଶିକ୍ଷକ, ଅଭିଯୋଗ ଆଣିଲା ବିଜେପି - ମାଲକାନଗିରି ଖବର

ଅଭିଯୋଗ ଅନୁସାରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଟିଟିବିରି ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ ଭାଷଣ ଦେବା ସହ ବିଜେଡିକୁ ଭୋଟ ଦେବା ପାଇଁ କହୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିଜେପି
ବିଜେପି
author img

By

Published : Feb 18, 2022, 5:02 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକ ଏମଭି - ୩୬ ଗ୍ରାମରେ ବିଜେଡି ପକ୍ଷରୁ ଆୟୋଜିତ ନିର୍ବାଚନୀ ପ୍ରଚାରରେ ନିର୍ବାଚନ ଆଚରଣ ଆଦର୍ଶବିଦ୍ଧି ଉଲ୍ଲଙ୍ଘନ ଅଭିଯୋଗ ।

ସରକାରୀ ଦଳ ପାଇଁ ପ୍ରଚାର କରୁଛନ୍ତି ଶିକ୍ଷକ, ଅଭିଯୋଗ ଆଣିଲା ବିଜେପି

ଅଭିଯୋଗ ଅନୁସାରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଟିଟିବିରି ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ ଭାଷଣ ଦେବା ସହ ବିଜେଡିକୁ ଭୋଟ ଦେବା ପାଇଁ କହୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ଆଇନ ଅନୁଯାୟୀ , କୌଣସି ସରକାରୀ କର୍ମଚାରୀ ନିର୍ବାଚନୀ ପ୍ରଚାରରେ ଭାଗ ନେଇପାରିବେ ନାହିଁ । କିମ୍ବା କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ହୋଇପାରିବେ ନାହିଁ। କିନ୍ତୁ ନିର୍ବାଚନ ନୀତି ନିୟମକୁ ଫୁ କରି ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ସାମିଲ ହୋଇଥିବା ଅଭିଯୋଗ ହୋଇଛି ।

ଖୋଲାଖୋଲି ଭାବେ ଶାସକ ଦଳ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ଗୁଡିକ ଖୋଲା ରହିଥିବା ବେଳେ ଜଣେ ପ୍ରଧାନଶିକ୍ଷକ କିଭଳି ପ୍ରଚାରରେ ସାମିଲ ହେଲେ ତାହାର ତଦନ୍ତ ପାଇଁ ଦାବି ହୋଇଛି ।

କେବଳ ମୃତ୍ୟୁଞ୍ଜୟ ହାଲଦାର ନୁହଁନ୍ତି ଅନେକ ଶିକ୍ଷକ ନିର୍ବାଚନୀ ପ୍ରଚାରରେ ଭାଗ ନେଉଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ଆଜି ବିଜେପି ପକ୍ଷରୁ ପ୍ରଧାନଶିକ୍ଷକଙ୍କ ପ୍ରଚାର ସମୟର ଫଟୋକୁ ଦେଖାଇ ନିରପେକ୍ଷ ନିର୍ବାଚନ ହେଉନଥିବା ଦର୍ଶାଇଛି। ଯଦି ସରକାରୀ କର୍ମଚାରୀମାନେ ନିୟମ ଉଲ୍ଲଙ୍ଘନ କରି ସରକାରୀ ଦଳକୁ ସହଯୋଗ କରିବେ ଏବଂ ପ୍ରଚାରରେ ଯୋଗଦେବେ ତେବେ କିପରି ସ୍ବଚ୍ଛତାର ସହ ନିର୍ବାଚନ ହେବ ବୋଲି ବିଜେପି ଅଭିଯୋଗ କରିଛି ।

ସେହିପରି ଦଳ ଦାବି କରିଛି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନା କରିବାକୁ ବିଜେପି ଚେତାବନୀ ଦେଇଛି । ମୃତ୍ୟୁଞ୍ଜୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ବିଦ୍ୟାଳୟରରେ କାର୍ଯ୍ୟ କରୁଥିବାରୁ DWO କୃପାସିନ୍ଧୁ ବେହେରାଙ୍କୁ ପଚାରିବାରୁ ଯେଉଁ ଶିକ୍ଷକ ଆଇନର ଉଲଂଘନ କରିବେ ତାଙ୍କ ବିରୋଧରେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.