ETV Bharat / state

ସ୍କୁଲ ଘର ଭାଙ୍ଗିଲା ପ୍ରଶାସନ, ବେସାହାରା ଛାତ୍ରଛାତ୍ରୀ - ବେସାହାରା

କାଲିମେଳା ବ୍ଲୋକ ଅନ୍ତର୍ଗତ ଏମ୍. ଭି ୭୯ ମୋଟୁ ରାସ୍ତା କଡ ସ୍ଥିତ ଜୀବନ ବିକାଶ ନାମକ ଏକ ପବ୍ଲିକ ସ୍କୁଲକୁ ଭାଙ୍ଗିଲା ପ୍ରଶାସନ । ବେସାହାରା ହେଲେ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 21, 2019, 3:08 PM IST

ମାଲକାନଗିରି: ପ୍ରଶାସନ ଭାଙ୍ଗିଲା ବିଦ୍ୟାଳୟ । ବେସାହାରା ହେଲେ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିରେ । ଜଙ୍ଗଲ ଜମିରେ ଥିବାରୁ ବିଦ୍ୟାଳୟକୁ ଭାଙ୍ଗିଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲୋକ ଅନ୍ତର୍ଗତ ଏମ୍. ଭି ୭୯ ମୋଟୁ ରାସ୍ତା କଡରେ ଜୀବନ ବିକାଶ ନାମକ ଏକ ପବ୍ଲିକ ସ୍କୁଲଟି ଗଢି ଉଠିଥିଲା । କିନ୍ତୁ ଜଙ୍ଗଲ ଜମିରେ ବିଦ୍ୟାଳୟଟି ଥିବାରୁ ବିଦ୍ୟାଳୟକୁ ଭାଙ୍ଗିବା ନିମନ୍ତେ ପ୍ରଶାସନ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ସ୍ଥାନ ଖାଲି କରିବାକୁ ନୋଟିସ କରିଥିଲେ । ଏହାପରେ ୧୪ ଫେବ୍ରୁଆରୀ ୨୦୧୯ରେ ଦ୍ବିତୀୟ ଥର ଏବଂ ଶେଷ ନୋଟିସ ଚଳିତ ମାସ 10 ତାରିଖରେ ହୋଇଥିଲା । ଏହାପରେ ବିଦ୍ୟାଳୟକୁ ବୁଲଡୋଜର ଲଗାଇ ପୋଲିସ ଉପସ୍ଥିତିରେ ଭାଙ୍ଗି ଦିଆଯାଇଥିଲା । 10 ଅନାଥ ଶିଶୁଙ୍କୁ ମିଶାଇ ବିଦ୍ୟାଳୟରେ ମୋଟ୍‌ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରହି ପାଠ ପଢୁଥିଲେ । କିନ୍ତୁ ବିଦ୍ୟାଳୟଟି ଭାଙ୍ଗିବାରୁ ସେହି ଅନାଥ ଶିଶୁ ପୁଣିଥରେ ବାସହରା ହୋଇଯାଇଛନ୍ତି ।

ବର୍ତ୍ତମାନ ଶିଶୁ ମାନଙ୍କର ଭବିଷ୍ୟତ କଥା ଚିନ୍ତା କରି ବିଦ୍ୟାଳୟର ଅଭିଭାବକ, ଗ୍ରାମବାସୀ, ସରପଞ୍ଚ, କାଲିମେଳା ବ୍ଲକର ବ୍ଲକ ଅଧ୍ୟକ୍ଷ ମାଲା ମାଢି ଏକ ବୈଠକ କରିଥିଲେ । ବୈଠକରେ ପୁର୍ନବାର ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଆଲୋଚନା କରାଯାଇଛି ।

ଏହାସହ ପ୍ରଶାସନ ସ୍କୁଲ ଖୋଲିବା ନିମନ୍ତେ ଯଦି ଜାଗା ପ୍ରଦାନ ନ କରନ୍ତି ତେବେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.