ETV Bharat / state

ସଟଡାଉନ ମାଲକାନଗିରି - ଶନିବାର ଓ ରବିବାର ସଟଡାଉନ

କୋରୋନା ମହାମାରୀର ଦ୍ବିତୀୟ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ଏହାସହ ୧୯ ତାରିଖଠାରୁ ଅନ୍ତଃରାଜ୍ୟ ବସ ସେବାକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ମାଲକାନଗିରିରେ ଶନିବାର ଓ ରବିବାର ସଟଡାଉନ
ମାଲକାନଗିରିରେ ଶନିବାର ଓ ରବିବାର ସଟଡାଉନ
author img

By

Published : Apr 17, 2021, 11:48 AM IST

ମାଲକାନଗିରି: କୋରୋନା ମହାମାରୀର ଦ୍ବିତୀୟ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ମାଲକାନଗିରି ମ୍ୟୁନସିପାଲିଟି, ବାଲିମେଳା ଏନଏସି ସହ କାଲିମେଳା ସଦର ମହକୁମାକୁ ଆଜିଠାରୁ(ଶନିବାର) ପ୍ରତ୍ୟେକ ଶନି ଓ ରବିବାର ସପ୍ତାହକୁ ୨ଦିନ ସଟଡାଉନ କରାଯିବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ଦୁଇଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ ଜରୁରୀକାଳୀନ ସେବା ଯେପରିକି; ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ପୋଲିସ ସେବା, ଅଗ୍ନିଶମ ସେବା, କାର୍ଯ୍ୟରତ ସରକାରୀ କର୍ମଚାରୀ, ଡାକ୍ତର, ମେଡିକାଲ କର୍ମଚାରୀ, ପାରା ମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ, ଜରୁରୀ ସ୍ବାସ୍ଥ୍ୟସେବା, ବିଦ୍ୟୁତ୍, ଗ୍ରାମ୍ୟ ଜଳ ଯୋଗାଣ ଓ ଗ୍ୟାସ୍ ଏଜେନ୍ସି ଗୁଡ଼ିକ ପାଇଁ କଟକଣାମୁକ୍ତ କରାଯାଇଛି ।

ମାଲକାନଗିରିରେ ଶନିବାର ଓ ରବିବାର ସଟଡାଉନ

ସେହିପରି ୧୯ ତାରିଖଠାରୁ ଅନ୍ତଃରାଜ୍ୟ ବସ ସେବାକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡ଼ିଛି । ମାଲକାନଗିରି ସହର ଦେଇ ଦୈନିକ ୧୦ରୁ ଅଧିକ ଘରୋଇ ବସ ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ପଡୋଶୀ ହାଇଦ୍ରାବାଦକୁ ଚଳାଚଳ କରୁଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରି ଦିଆଯାଇଛି । ଗତ ସପ୍ତାହରୁ ପଡୋଶୀ ଛତିଶଗଡ଼ ରାଜ୍ୟକୁ ଚଳାଚଳ କରୁଥିବା ଅନେକ ଘରୋଇ ବସ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ମାଲକାନଗିରି ଜିଲ୍ଲାର ମାଥିଲି, ମାଲକାନଗିରି, ପଡିଆ ଓ କାଲିମେଳା ବ୍ଲକର ଅଧିକାଂଶ ଗ୍ରାମ ପଡ଼ୋଶୀ ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ମାଲକାନଗିରି ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରୁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୀମାନ୍ତ ସ୍ଥାନମାନଙ୍କରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୧୯ ତାରିଖରୁ ଅନ୍ତଃରାଜ୍ୟ ବସ ସେବା ବନ୍ଦ ହେବାକୁ ଥିବାରୁ ଏହି ସମୟ ମଧ୍ୟରେ ପ୍ରବାସୀମାନେ କିପରି ନିଜ ନିଜ ଗ୍ରାମକୁ ଫେରିବେ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.