ETV Bharat / state

PMGSYରେ ନିମ୍ନମାନର କାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ - ମାଲକାନଗିରି ଖବର

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିମ୍ନମାନର କାମ ଅଭିଯୋଗ । ଯାହାକୁ ନେଇ ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

PMGSYରେ ନିମ୍ନମାନର କାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

author img

By

Published : Aug 25, 2022, 9:33 AM IST

ମାଲକାନଗିରି: ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିମ୍ନମାନର କାମ ଅଭିଯୋଗ । ଯାହାକୁ ନେଇ ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ । ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଗୁଡିକ ଅତି ନିମ୍ନମାନର କରାଯାଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା ସାଜିଛି ।

ସୂଚନା ଅନୁସାରେ, ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ଠାରୁ ପେଡାକୋଣ୍ଡା ଏବଂ ପେଡାକୋଣ୍ଡା ଠାରୁ ମାଟିଗୁଡା ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ରାସ୍ତା କାମ ଗତ 4 ବର୍ଷ ହେବ ଚାଲିଛି । ଜିଲ୍ଲାରେ ଜୈନିକ ଠିକାଦାର କାମ ନେଇ ଆଜି ପର୍ଯ୍ୟନ୍ତ ତାକୁ ସମାପ୍ତ କରୁ ନ ଥିବା ବେଳେ ଅତି ନିମ୍ନମାନର କାମ କରୁଥିବାରୁ ବାରମ୍ବାର ଏନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦେଖା କରି ଠିକାଦାରଙ୍କୁ ବ୍ଲାକ ଲିଷ୍ଟ କରିବା ପାଇଁ ଦାବି କରିଥିଲେ। କିନ୍ତୁ ବିଭାଗୀୟ ଯନ୍ତ୍ରୀ ଏନେଇ କୌଣସି ପଦକ୍ଷେପ ନେଇ ନଥିଲେ।

PMGSYରେ ନିମ୍ନମାନର କାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ତେଣୁ ବାଧ୍ୟ ହୋଇ ଶତାଧିକ ଗ୍ରାମବାସୀ ଏକତ୍ର ହୋଇ ପୁଣି ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରିବା ସହ ରାସ୍ତାର କାମକୁ ତଦାରଖ କରିବା ପାଇଁ ଯିବାକୁ କହିଥିଲେ । କିନ୍ତୁ ଅଧିକ୍ଷଣ ଯନ୍ତ୍ରୀ ଯିବାକୁ ଅମଙ୍ଗ ହୋଇଥିଲେ । ତେବେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଇବା ସହ ଧାରଣା ଦେବେ ବୋଲି ଚେତାବନୀ ଦେବା ପରେ ପୁଣି ଅଧିକ୍ଷଣ ଯନ୍ତ୍ରୀ କାମକୁ ଦେଖିବା ପାଇଁ ରାଜି ହୋଇଥିଲେ ।

ପୋଲିସର ସୁରକ୍ଷା ବଳୟରେ ଅଧିକ୍ଷଣ ଯନ୍ତ୍ରୀ ରାସ୍ତା କାମର ତଦାରଖ କରିଥିଲେ । ଏହି ରାସ୍ତା ଉପରେ ନିର୍ଭର କରୁଥିବା ବହୁ ଗ୍ରାମବାସୀ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରି ତୁରନ୍ତ ଠିକାଦାରକୁ ବ୍ଲାକ ଲିଷ୍ଟ କରିବା ସହ କାମକୁ ଅନ୍ୟ ଠିକାଦାରକୁ ଦେବାକୁ ଦାବି କରିଥିଲେ । ବାରମ୍ବାର ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରାଯାଇ ଠିକାଦାରଙ୍କୁ ଆନ୍ତରିକତା ଦେଖାଇବା ପଛରେ ବିଭାଗର କଣ ସ୍ବାର୍ଥ ରହିଛି ତାହାକୁ ନେଇ ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥର ଯଦି ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବା ସହ ଜିଲ୍ଲାକୁ ବନ୍ଦ କରିବା ନେଇ ଧମକ ଦିଆଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.