ETV Bharat / state

ନିମ୍ନମାନର ରାସ୍ତାକାମକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Dec 28, 2019, 10:04 PM IST

ନିର୍ମାଣର 6ମାସ ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି । ଏପଟେ ମରାମତି କାମକୁ ବିରୋଧ କଲେ ଏ.ମଭି 129 ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

road got damaged, new road damaged, villagers goes on agitation, malkangiri MV 129, ନିର୍ମାଣର ଛ ମାସ ପରେ ରାସ୍ତାର ଅବସ୍ଥା ଶୋଚନୀୟ, କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି 129 ଗ୍ରାମ, ରାସ୍ତାକାମକୁ ବିରୋଧ
ନିମ୍ନ ମାନର ରାସ୍ତାକାମକୁ ବିରୋଧ କରି ରାସ୍ତା କାମ ବନ୍ଦ କରିଲେ ଗ୍ରାମବାସୀ

ମାଲକାନଗିରି: ନିମ୍ନ ମାନର ରାସ୍ତାକାମକୁ ବିରୋଧ କରି ମରାମତି କାମ ବନ୍ଦ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି 129 ଗ୍ରାମରେ ।

ନିମ୍ନ ମାନର ରାସ୍ତାକାମକୁ ବିରୋଧ କରି ରାସ୍ତା କାମ ବନ୍ଦ କରିଲେ ଗ୍ରାମବାସୀ

ଏମ.ଭି 129 ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ 1କି.ମି ଦୂରତାର ପିଚୁ ରାସ୍ତା, ସିସି ରାସ୍ତା ଓ ଗାର୍ଡ ୱାଲ ପାଇଁ 42ଲକ୍ଷ 77ହଜାର ଟଙ୍କା ଆସିଥିଲା । ଏହାସହ ରାସ୍ତାର 5 ବର୍ଷ ରକ୍ଷଣାବେକ୍ଷଣ ପାଇଁ 3 ଲକ୍ଷ 55 ହଜାର ଟଙ୍କା ଆସିଥିବା ବେଳେ 2018 ମସିହାରେ କାମ ସମ୍ପୂର୍ଣ୍ଣ ହେବା ଧାର୍ଯ୍ୟ ହୋଇଥିଲା । କିନ୍ତୁ ଉକ୍ତ କାମ କରୁଥିବା ଠିକାଦାର ଏହି କାମଟିକୁ ଗୋଟିଏ ବର୍ଷ ବିଳମ୍ବ କରି 2019 ମସିହାରେ କରି ଥିବା ଜଣାପଡିଛି ।

ପାଞ୍ଚ ବର୍ଷର ରକ୍ଷଣାବେକ୍ଷଣ ସମୟ ସୀମା ମଧ୍ୟରୁ 1 ବର୍ଷ ବାଦ ପଡିଥିବା କହିଛନ୍ତି ଗ୍ରାମବାସୀ । 2019 ମସିହାରେ କାମ ହୋଇଥିବା ଏହି ରାସ୍ତାର 6 ମାସ ନପୁରୁଣୁ ଚିହ୍ନ ବର୍ଣ୍ଣ ନଥିବା ଦେଖା ଯାଇଛି । ରାସ୍ତାର କିଛି ସ୍ଥାନରେ ଖାଲ ହୋଇ ଯାଇଛି ତ କେଉଁଠି ମାଟି ଦେଖା ଯାଉଛି । ଏହାର ଅଭିଯୋଗ ପରେ ଉକ୍ତ ରାସ୍ତାରେ ଠିକାଦାର ଦୁଇ ତିନିଟି ଶ୍ରମିକ ଆଣି ରାସ୍ତା ମରାମତି ନାମରେ କିଛି ବଜୁରୀ, ପିଚୁ ଓ ଡଷ୍ଟ ଆଣି ଢାଳିଦେଇଥିଲା ।

ତେବେ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ କାମଟି ବନ୍ଦ ରହିଥିବା ଜଣାପଡିଛି। ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ରହିଥିବା କହିଛନ୍ତି ଗ୍ରାମବାସୀ । ଗ୍ରାମ ମୁଖିଆ ନିର୍ମଲ ମଣ୍ଡଲଙ୍କ ନେତୃତ୍ବରେ ଗ୍ରାମବାସୀ ଅଭିଯୋଗ କରି ରାସ୍ତା କାମର ଅନିୟମିତତା ଯାଞ୍ଚ ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ନିମ୍ନ ମାନର ରାସ୍ତାକାମକୁ ବିରୋଧ କରି ମରାମତି କାମ ବନ୍ଦ କରିଲେ ଗ୍ରାମବାସୀ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି ୧୨୯ ଗ୍ରାମରେ ।Body:ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ କରି ରାସ୍ତା ମରାମତି କାମକୁ ବନ୍ଦ କରିଛନ୍ତି ଉତ୍ୟକ୍ତ। ଏମ୍ ଭି ୧୨୯ ଗ୍ରାମ ଲୋକେ କହିବା ଅନୁସାରେ ଗ୍ରାମ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ ୧ କିମି ଦୁରତାର ପିଚୁ ରାସ୍ତା,ସିସି ରାସ୍ତା ଓ ଗାର୍ଡ ୱାଲ ପାଇଁ ୪୨ଲକ୍ଷ ୭୭ ହଜାର ଟଙ୍କା ଆସିଥିଲା ଏବଂ ରାସ୍ତାର ୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୩ଲକ୍ଷ ୫୫ ହଜାର ଟଙ୍କା ଆସିବା ସହ ୨୦୧୮ ମସିହାରେ କାମ ଟି ସମ୍ପୂର୍ଣ ହେବା ଧାର୍ଯ୍ୟ ହୋଇଥିଲା । କିନ୍ତୁ ଉକ୍ତ କାମ କରୁଥିବା ଠିକାଦାର ଏହି କାମଟିକୁ ଗୋଟିଏ ବର୍ଷ କାଳ ବିଳମ୍ବ କରି ୨୦୧୯ ମସିହାରେ କରି ଥିବା ଜଣାପଡିଛି । ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ପାଞ୍ଚ ବର୍ଷ ର ରକ୍ଷଣାବେକ୍ଷଣ ସମୟ ସୀମା ମଧ୍ୟରୁ ୧ ବର୍ଷ ବାଦ ପଡିଥିବା କହିଛନ୍ତି । ୨୦୧୯ ମସିହାରେ କାମ ହୋଇଥିବା ଏହି ରାସ୍ତାଟି ୬ମାସ ନପୁରୁଣୁ ରାସ୍ତାର ଚିହ୍ନ ବର୍ଣ୍ଣ ନଥିବା ଦେଖା ଯାଇଛି । ରାସ୍ତା ଟି ପ୍ରାୟ ସ୍ଥାନରେ ଖାଲ ହୋଇ ଯାଇଛି ତୋ କେଉଁଠି ମାଟି ଦେଖା ଯାଉଛି । ଏହାର ଅଭିଯୋଗ ପରେ ଉକ୍ତ ରାସ୍ତା ରେ ଠିକାଦାର ଦୁଇ ତିନିଟି ଶ୍ରମିକ ଆଣି ରାସ୍ତା ମରାମତି ନାମରେ କିଛି ବଜୁରୀ,ପିଚୁ ଓ ଡଷ୍ଟ ଆଣି ଢାଳିଦେଇଥିବା ଅତି ନିମ୍ନ ମାନର କାମକୁ ଗ୍ରାମ ବାସୀ ବିରୋଧ କରିବାରୁ କାମଟି ବନ୍ଦ ରହିଥିବା ଜଣାପଡିଛି। ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ରହିଥିବା ଗ୍ରାମ ମୁଖିଆ ନିର୍ମଲ ମଣ୍ଡଲଙ୍କ ନେତୃତ୍ୱରେ ଗ୍ରାମବାସୀ ଅଭିଯୋଗ କରି ରାସ୍ତା କାମର ଅନିୟମିତତା ଯାଞ୍ଚ ପାଇଁ ସରକାରଙ୍କ ପାଖରେ ବିନତି କରିଛନ୍ତି ।

ବାଇଟ- ଗ୍ରାମବାସୀ
ବାଇଟ-ଗ୍ରାମବାସୀ
ବାଇଟ-ଗ୍ରାମବାସୀConclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.