ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

author img

By

Published : Feb 13, 2022, 8:02 PM IST

ମାଲକାନଗିରିରେ ସଡକ ଦୁର୍ଘଟଣା । ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ ଦୁଇ ମୃତ ,ଜଣେ ଗୁରୁତର
ସଡକ ଦୁର୍ଘଟଣାରେ ଦୁଇ ମୃତ ,ଜଣେ ଗୁରୁତର

ମାଲକାନଗିରି: ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସଡକ ଦୁର୍ଘଟଣାରେ ଦୁଇ ମୃତ ,ଜଣେ ଗୁରୁତର

ସୂଚନା ଅନୁସାରେ, ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ନାୟକଗୁଡା ଦରିଗୁଡା ମଧ୍ୟରେ ଏ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକରେ ସମରଥଗୁଡା ଗାଁର ଗୌର ଭୂମିଆ ଓ ଏମଭି-93 ଗାଁର ନିଳ କମଳ ସରକାର ନାୟକଗୁଡା ଗାଁରୁ ଦରିଗୁଡାକୁ ଅଭିମୁଖେ ଯାଉଥିଲେ । ଏହି ସମୟରେ ନାୟକଗୁଡା ଗାଁର ରାମ ଖୁଡୁକୁ ନାମକ ବ୍ୟକ୍ତି ଅନ୍ୟ ଏକ ବାଇକରେ ଦରିଗୁଡା ଠାରୁ ନିଜ ଗାଁ ନାୟକଗୁଡାକୁ ଆସୁଥିଲେ।

ଏହାବି ପଢନ୍ତୁ : Husband Abduction Case: ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ SPଙ୍କୁ ଭେଟିଲେ ସମିତି ସଭ୍ୟ ପ୍ରାର୍ଥିନୀ

ଏହି ସମୟରେ ନାୟକଗୁଡା ଓ ଦରିଗୁଡା ମଧ୍ୟରେ 2 ଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ 3 ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ୩ ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ରାମ ଖୁଡୁକୁ ଓ ଗୌର ଭୂମିଆଙ୍କୁ ମୃତ ଘୋଷଣା କରିଥିଲେ। ନୀଳ କମଳଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.