ETV Bharat / state

ଚର୍ଚ୍ଚାରେ ଅବସରପ୍ରାପ୍ତ ଶିକ୍ଷକ, ମୃତ୍ୟୁ ପରେ ଶରୀର ଦାନ କରିବାକୁ କଲେ ଘୋଷଣା

author img

By

Published : Feb 2, 2023, 4:25 PM IST

ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ବଦାନ୍ୟତା । ଅଙ୍ଗଦାନ ଦାନ କରିବା ପାଇଁ ନେଲେ ପଣ । ଅଧିକ ପଢ଼ନ୍ତୁ

ଚର୍ଚ୍ଚାରେ  ଅବସର ପ୍ରାପ୍ତ ଶିକ୍ଷକ
ଚର୍ଚ୍ଚାରେ ଅବସର ପ୍ରାପ୍ତ ଶିକ୍ଷକ
ଚର୍ଚ୍ଚାରେ ଅବସର ପ୍ରାପ୍ତ ଶିକ୍ଷକ

ମାଲକାନଗିରି: ଗୁରୁ ସର୍ବଦା ଯିଏ ମଣିଷକୁ ମଣିଷ ପରି ଗଢ଼ି ତୋଳିଥାଏ । ଯାହାର ଛତ୍ରଛାୟାରେ ଛାତ୍ର ସଦମାର୍ଗରେ ଯିବା ପାଇଁ ରାହା ପାଇଥାଏ । ଜୀବନବ୍ୟାପି ଅନ୍ୟକୁ ମଣିଷ କରି ଗଢି ତୋଳିବାରେ ଜଣେ ବ୍ରହ୍ନଚାର୍ଯ୍ୟ ଶିକ୍ଷକ ସୁଶାନ୍ତ କୁମାର ସାହୁ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ମାଲାନଗିରି ସରକାରୀ ସ୍କୁଲର ଜଣେ ଶିକ୍ଷକ ଶିକ୍ଷକତା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତେବେ ଏହି ଦିନକୁ ମନେ ରଖିବା ପାଇଁ ସେ ପ୍ରଥମେ ରକ୍ତଦାନ କରିଥିଲେ । ଏହାପର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ଶରୀର ଦାନ କରିବାକୁ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: Union Budget 2023: ଫୋକସରେ ନିର୍ବାଚନ, ଆଦିମ ଜନଜାତି ବିକାଶ ଲାଗି ୧୫ହଜାର କୋଟି

ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରିବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ନିମନ୍ତେ ନିଜର ଶରୀରକୁ ମଧ୍ୟ ଦାନ କରିବେ ବୋଲି ଘୋଷଣା କରିଛନ୍ତି । ସୁଶାନ୍ତ ସାହୁଙ୍କ ଘର କଟକ ଜିଲ୍ଲାର ବାସୁଦେବପୁରରେ । ସେ ୧୯୯୬ ମସିହାରେ ମାଲକାନଗିରିକୁ ଆସି ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଆଜୀବନ ବ୍ରହ୍ମଚାର୍ଯ୍ୟ ଗ୍ରହଣ କରିବା ପରେ ନିଜର ଛାତ୍ରଛାତ୍ରୀଙ୍କୁ ପୁଅ ଝିଅର ସ୍ନେହ ଦେଇ ପାଠ ପଢାଇଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଜିଲ୍ଲାରେ ବେଶ ପରିଚିତ । ନିଃସ୍ବାର୍ଥପର ଜୀବନ ବିତାଇବା ସହ ଅନ୍ୟକୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ଥିଲା । ଜଣେ ଜୀବନ ବ୍ୟାପୀ କାର୍ଯ୍ୟ କରିବା ପରେ ଅବସର ନେଇ ଅନେକ ବ୍ୟକ୍ତି ବିଭିନ୍ନ କାର୍ଯ୍ୟରେ ଲିପ୍ତ ହୋଇଯାନ୍ତି ।

ଅଧିକ ପଢ଼ନ୍ତୁ: ନବ ଦାସଙ୍କ PSO ନିଲମ୍ବିତ: ବଦଳିଲେ ବ୍ରଜରାଜନଗର ଏସଡିପିଓ ଓ ଆଇଆଇସି, ଗୋପାଳ ଦାସକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ସୁଶାନ୍ତ ସାର୍‌ କିନ୍ତୁ ନିଜକୁ ଗରିବ ,ଅସହାୟ ଏବଂ ନିଷ୍ପେସିତ ଲୋକଙ୍କ ପାଇଁ ଉତ୍ସର୍ଗ କରିବେ ବୋଲି କହିଥିଲେ । ମୃତ୍ୟୁ ପରେ ତାଙ୍କ ଶରୀର ମଧ୍ୟ କାମରେ ଲାଗୁ ବୋଲି କହିଥିଲେ । ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀ ତାଙ୍କର ଶରୀର ନେଇ ବହୁ ଗବେଷଣା ମଧ୍ୟ କରିପାରିବେ । ତେଣୁ ସେ ନିଜର ଅଙ୍ଗଦାନ ମଧ୍ୟ କରିବେ ବୋଲି କହିଥିଲେ । ନିଜର ଶେଷ ଶିକ୍ଷକତା ଜୀବନ ଫୁଲବାଡ ସ୍କୁଲରେ କଟାଇଥିଲେ । ଆଜି ରକ୍ତଭଣ୍ଡାରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ସମେତ ନିଜର ବନ୍ଧୁମାନେ ଉପସ୍ଥିତ ଥିଲେ ।ତାଙ୍କର ଏହି ଘୋଷଣାକୁ ସାରା ଜିଲ୍ଲାରେ ସ୍ବାଗତ କରାଯିବା ସହ ତାଙ୍କୁ ଭୁୟସୀ ପ୍ରଶଂସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.