ମାଲକାନଗିରି: ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଜୟପୁର କେନ୍ଦୁପତ୍ର ରେଞ୍ଜରଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ମାଲକାନଗିରି କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଜଣକ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ମାଲକାନଗିରି ପୋଲିସ କେନ୍ଦୁପତ୍ର ରେଞ୍ଜର ବିଜୟ କୁମାର ନାଏକଙ୍କୁ ଜୟପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୂର୍ବରୁ ବିଜୟ ମାଲକାନଗିରି ଜିଲ୍ଲାରେ ଫରେଷ୍ଟର ଭାବେ ନିଯୁକ୍ତି ପାଇଥିଲେ । ହେଲେ ମହିଳା ଫରେଷ୍ଟ ଗାର୍ଡଙ୍କ ଅଭିଯୋଗ ପାଇବା ପରେ ତାଙ୍କୁ ପୂର୍ବରୁ ଡେପ୍ୟୁଟେସନରେ ଜୟପୁର ପଠାଯାଇଥିଲା ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ