ETV Bharat / state

କେବେ ସରିବ ବିବିଗୁଡା ପୋଖରୀ ପୁନରଦ୍ଧାର କାମ, ଅସନ୍ତୁଷ୍ଟ ସ୍ଥାନୀୟ ବାସିନ୍ଦା

author img

By

Published : May 17, 2023, 12:40 PM IST

କେବେ ସରିବ ମାଲକାମନଗିରି ଜିଲ୍ଲା ବିବିଗୁଡା ପୋଖରୀ ପୁନରଦ୍ଧାର କାମ । ପ୍ରଶାସନିକ ଅଧିକାରୀଙ୍କ ଉତ୍ତରକୁ ନେଇ ଅସନ୍ତୋଷ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

restoration of the pond in malkangiri
restoration of the pond in malkangiri
restoration of the pond in malkangiri

ମାଲକାନଗିରି: ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ ବର୍ଷବର୍ଷ ଧରି ଚାଲୁଛି କାମ । ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ହେଲେ କେବେ ସରିବ କାମ କାହା ପାଖରେ ନାହିଁ ଉତ୍ତର । ସବୁଠାରୁ ବଡ କଥା ହେଲା ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିଁ ହେଉଛି ଏହି ଘୋଟାଲା ! ବିବିଗୁଡା ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଦଶବର୍ଷ ହବ ମ୍ୟୁନିସିପାଲଟି ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସରିପାରୁନି କାମ । ଯାହାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଥଲାବେଳେ ମ୍ୟୁନିସିପାଲଟି ନିର୍ବାହି ଅଧିକାରୀ କହିଛନ୍ତି ସ୍ଥାୟୀ ସୌନ୍ଦର୍ଯ୍ୟକରଣ ପାଇଁ ପୁଣି ଖର୍ଚ୍ଚ କରାଯିବ 5 କୋଟି ଟଙ୍କା ।

ମାଲକାନଗିରି ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଛି ବିବିଗୁଡା ପୋଖରୀ । ଏହାର ପାର୍ଶ୍ବରେ ୩୨୬ ନମ୍ବର ଜାତିୟ ରାଜପଥ ଯାଇଥିବାରୁ ଏହି ରାସ୍ତାରେ ବହୁ ଜାନବାହାନର ଯାତାୟତ ହୁଏ । ଫଳରେ ଏଠିଥିବା ପୋଖୋରୀ ଉପରେ ସମସ୍ତଙ୍କର ନଜର ପଡିଥାଏ। ତାସହ ପୋଖରୀର ମଧ୍ଯରେ ପ୍ରବାଦପୁରୁଷ ବିଜୁବାବୁଙ୍କ ଏକ ବିରାଟକାୟ ପ୍ରତିମୂର୍ତ୍ତି ରହିଥିବାରୁ ବିଜୁବାବୁଙ୍କ ଜନ୍ମଜୟନ୍ତୀ ଓ ପୁଣ୍ୟ ତିଥିରେ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବାପାଇଁ ନେତା, ମନ୍ତ୍ରୀଙ୍କଠାରୁ ଜିଲ୍ଲାପାଳ ଓ ଜିଲ୍ଲାର ବହୁ ବରିଷ୍ଠ ଅଧିକାରିମାନେ ଆସିଥାନ୍ତି । ଏହି ଦଶ ବର୍ଷ ମଧ୍ୟରେ ପ୍ରତିବର୍ଷ ମ୍ୟୁନିସିପାଲଟି ପକ୍ଷରୁ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରିବା ବାହାନାରେ ଖର୍ଚ୍ଚ ହୋଇ ଚାଲିଛି କୋଟିକୋଟି ଟଙ୍କା ଏବଂ ଏବେବି ଚାଲିଛି ଏହାର ପାଚେରି କାମ ଓ ସୌନ୍ଦର୍ଯ୍ୟକରଣ କାମ । କିନ୍ତୁ ଏହି ପୋଖରୀ କାମ ପ୍ରତିବର୍ଷ ଚାଲୁଥିଲେ ହେଁ ଦେଖିଲେ ଲାଗୁଛି ସତେ ଯେମିତି ସରକାରଙ୍କ ଟଙ୍କା ପାଣିରେ ପଡୁଛି କିନ୍ତୁ କାମ ସରୁନି । ଯାହାକୁ ନେଇ ସହରବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ପାଞ୍ଚ ବର୍ଷ ମଧ୍ଯରେ କେତେଟଙ୍କା ଖର୍ଚ୍ଚ ହୋଇଛି ଏବଂ କେଉଁ ବାବଦକୁ ଖର୍ଚ୍ଚ ହୋଇଛି ସେନେଇ ପ୍ରଶ୍ନ ଉଠିଥିଲା । ଜଣେ ସମାଜସେବୀ ଏହାକୁ ଆରଟିଆଇ ମାଧ୍ୟମରେ ତଥ୍ୟ ଦେବାପାଇଁ ଗତ ଫେବ୍ରୁଆରି ମାସରେ ଆବେଦନ କରିଥିଲେ । ଏହି ଆରଟିଆଇ ରିପୋର୍ଟ ମୁତାବିକ୍ ଜଣାପଡିଛି ଗତ ୨୦୧୬/୧୭ ମସିହାରେ ପୋଖୋରି ଉନ୍ନତିକରଣ ପାଇଁ ୩୭ ଲକ୍ଷ ଟଙ୍କା, ପାଚେରୀ ନିର୍ମାଣ, ତାରଜାଲି ବାଡ ଓ ବନ୍ଧରେ ଫଥର ପେଚିଂ ପାଇଁ ୩୦ ଲକ୍ଷଟଙ୍କା, ଓପେନ୍‌ ଜିମ୍ ସାମଗ୍ରୀ ପାଇଁ ୮ ଲକ୍ଷ ୫୦ ହଜାର ଟଙ୍କା ଏବଂ ମିନି ପାର୍କ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥିବା ଦର୍ଶାଯାଇଥିବା ବେଳେ ୨୦୧୯/୨୦ ମସିହାରେ ୧କୋଟି ୪୬ଲକ୍ଷ ୯୪ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ସେଥିମଧ୍ୟରୁ ୮୬ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଆରଟିଆଇ ରିପୋର୍ଟରେ ଦର୍ଶାଯାଇଛି । ୨୦୨୦ ମସିହାରୁ ମାର୍ଚ୍ଚ ୨୦୨୩ ମସିହା ମଧ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଆର୍‌ଟିଆଇ ରିପୋର୍ଟରେ ଉଲ୍ଲେଖ କରିନାହାନ୍ତି ମ୍ୟୁନିସିପାଲଟି କର୍ତ୍ତୃପକ୍ଷ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆରଟିଆଇ ମାଗିଥିବା ସମାଜସେବୀ ।

ଏନେଇ ମାଲକାନଗିରି ପୌରପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି, "ଆଗରୁ କଣ ଖର୍ଚ୍ଚ ହୋଇଛି ତାହା କହିହେବ ନାହିଁ । କିଭଳି ସେଠାରେ ସ୍ଥାୟୀ କାମ କରାଯିବ ଏବଂ ବାରମ୍ବାର ଟଙ୍କା ଖର୍ଚ୍ଚ କରାଯିବ ନାହିଁ ତେଣୁ ସେଠାରେ ପାଚେରୀ କାମ କରାଯାଉଛି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପୁଣି ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ପଙ୍କ ଉଦ୍ଧାର ନିମନ୍ତେ ୱାଟର ବଡି ରିଜୁଭେନେସନ୍ ସ୍କିମ୍‌ରେ ପଙ୍କ ଉଦ୍ଧାର କରାଯିବ ।" ଲୋକଙ୍କ ଟଙ୍କାକୁ ପୌରପରିଷଦ ଖର୍ଚ୍ଚ କରୁଛି କିନ୍ତୁ ଲୋକଙ୍କ କାମରେ ଆସୁନି । ତେବେ ଦେଖିବାକୁ ରହିଲା ଏହି ପୋଖରୀ କାମ କେବେ ସରିବ ଓ କେବେ ଲୋକଙ୍କ ଉପଯୋଗରେ ଲାଗିବ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.