ETV Bharat / state

କଟକ ମେୟରଙ୍କ ମାଲକାନଗିରି ବୟାନକୁ ନେଇ ଝଡ, କୁଶପୁତ୍ତଳିକା ଦାହ କଲା କଂଗ୍ରେସ - Cuttack mayor Subhas Singh controversial statement

"ସଠିକ ଭାବେ କାର୍ଯ୍ୟ କର ନଚେତ ମାଲକାନଗିରିରେ କାମ କରିବାକୁ ପଡ଼ିବ"। ଏଭଳି ଏକ ମନ୍ତବ୍ୟ ଦେଇ ବିବାଦ ଘେରରେ କଟକ ମେୟର ସୁବାସ ସିଂ । ଅଧିକ ପଢ଼ନ୍ତୁ

protests over Cuttack mayor Subhas Singh's comment transfer of government workers to Malkangiri
କର୍ମଚାରୀଙ୍କୁ ମାଲକାନଗିରି ଯାଇ କାମ କରିବାକୁ କହି ଫସିଲେ ସୁବାସ ସିଂ, କଂଗ୍ରେସର କୁଶ ପୁତ୍ତଳିକା ଦାହ
author img

By

Published : May 23, 2022, 11:10 AM IST

ମାଲକାନଗିରି: "ସଠିକ ଭାବେ କାର୍ଯ୍ୟ କର ନଚେତ ମାଲକାନଗିରିରେ କାମ କରିବାକୁ ପଡ଼ିବ"। ଏଭଳି ଏକ ମନ୍ତବ୍ୟ ଦେଇ ବିବାଦ ଘେରରେ କଟକ ମେୟର ସୁବାସ ସିଂ। ନିଜ ଅଞ୍ଚଳର ସରକାରୀ କର୍ମଚାରୀ ମାନଙ୍କୁ କାର୍ଯ୍ୟ ନକଲେ ମାଲକାନଗିରିରେ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଯାହାକୁ ନେଇ ରାଜନୀତିରେ ବିବାଦ ଦେଖିବାକୁ ମିଳିଛି । ସୁବାସଙ୍କ ଏଭଳି ମନ୍ତବ୍ୟ ପରେ ମାଲକାନଗିରି କଂଗ୍ରେସ ଦଳ ପକ୍ଷରୁ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି ।

କର୍ମଚାରୀଙ୍କୁ ମାଲକାନଗିରି ଯାଇ କାମ କରିବାକୁ କହି ଫସିଲେ ସୁବାସ ସିଂ, କଂଗ୍ରେସର କୁଶ ପୁତ୍ତଳିକା ଦାହ

ରାଜ୍ୟ ସରକାର ଯେତେବେଳେ ମାଲକାନଗିରିର ବିକାଶ କଥା ଚିନ୍ତା କରୁଛନ୍ତି ଏବଂ ଜିଲ୍ଲାର ବିକାଶକୁ ନେଇ ଅନେକ ବଡ ବଡ ଯୋଜନା ଆରମ୍ଭ କରୁଛନ୍ତି, ସେତେବେଳେ ଶାସକ ଦଳର ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବର୍ତ୍ତମାନର ନବ ନିର୍ବାଚିତ କଟକ ମେୟର ସୁବାସ ସିଂଙ୍କ ଏଭଳି କଥା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କଂଗ୍ରେସ କହିଛି । ଏହା ଧମକ ନା ଆଉ କିଛି ବୋଲି ସାଧାରଣରେ କୁହାଯାଇଛି । ଏଥିସହ ମାଲକାନଗିରିକୁ ପାକିସ୍ତାନ ନା କଳାପାଣି ଭାବି ସେ ଏପରି କହିଥିବା କଂଗ୍ରେସର ମାଲକାନଗିରି ସଭାପତି ଗୋବିନ୍ଦପାତ୍ର ମତ ପ୍ରକାଶ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିକୁ ଉପେକ୍ଷା କରି କହିଥିବା କଥା ଯୋଗୁଁ ସେ ଭୁଲ ମାଗନ୍ତୁ । ନଚେତ ଆଗାମୀ ଦିନରେ ଧାରଣା ଦିଆଯିବ ବୋଲି କଂଗ୍ରେସର ଯୁବ ସଭାପତି ମଙ୍ଗୁ ଖିଲ ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.