ମାଲକାନଗିରି: ନାଗରିକତା ସଂଶୋଧନ ଆଇନ ବିରୋଧରେ ଜଳୁଛି ଅଧା ଭାରତ। ଦେଶର ଅଧିକାଶଂ ସ୍ଥାନରେ ଏହି ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରତିବାଦ ଜାରି ରହିଥିବା ବେଳେ ଉପାନ୍ତ ଜିଲ୍ଲା ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି ବିରୋଧର ଚିତ୍ର ।
ଗୁରୁବାର ଏସସି,ଏସ୍ଟି, ଓବିସି ଓ ସଂଖ୍ୟାଲଘୁ ଗୋଷ୍ଠୀ ସଂଘ ଅଧକ୍ଷ ବ୍ରଜ ମାଝିଙ୍କ ନେତୃତ୍ବରେ ଶହ ଶହ ଲୋକେ ମାଲକାନଗିରି ସହରରେ ଏକ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ବିଲକୁ ରଦ୍ଦ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ