ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ - କଏଦୀଙ୍କ ଜଣକ ହେଲେ ରାମା ମାଡକାମୀ

ମାଲକାନଗିରି ଜେଲରେ ଥିବା ରାମା ମାଡକାମୀ ନାମକ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ
ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ
author img

By

Published : Jan 11, 2021, 2:02 PM IST

ମାଲକାନଗିରି: ଜିଲ୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । କଏଦୀଙ୍କ ଜଣକ ହେଲେ ରାମା ମାଡକାମୀ । ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ବିଚାରଧୀନ କଏଦୀ ଭାବରେ ରହିଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ

ସୂଚନାଅନୁସାରେ, ଗତ 6 ତାରିଖରେ କଏଦୀ ଜଣଙ୍କ ଦେହ ଖରାପ ହୋବାରୁ ସେ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ମଧୁମେହ ଓ ଟିଭି ରୋଗରେ ଆକ୍ରାନ୍ତ ଥିଲେ । ରବିବାର ବିଳମ୍ବିତ ରାତିରେ କଏଦୀ ରାମ ମାଡକାମୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ପରିବାର ଲୋକ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଘଟଣାସ୍ଥଳରେ ମାଲକାନଗିରି ଟାଉନ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ରାମ ପ୍ରସାଦ ନାଗ କହିଛନ୍ତି। ଗତ ଏକ ମାସ ଭିତରେ ମାନକାନଗିରି ଜେଲରେ ଏହି ଘଟଣାକୁ ମିଶାଇ ମୋଟ 4ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ଗତ 2019 ମସିହାରୁ ମାଲକାନଗିରି ଉପକାରାଗାରରେ ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ବିଚାରଧୀନ କଏଦୀ ଭାବେ ରହୁଥିଲେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.