ETV Bharat / state

ମାଲକାନଗିରି ଜିଲ୍ଲାରେ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ଜିଲ୍ଲାରେ ପୁଣି ବୁହାହେଲେ ଗର୍ଭବତୀ । ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଭାରରେ 7 କିମି ବୁହା ହେଇ ଆସିଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲାରେ ଦିନକୁ ରୋଗୀଙ୍କୁ ଭାର ରେ ବୁହା ହେବା ଘଟଣା ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ..

ମାଲକାନଗିରି ଜିଲ୍ଲାରେ ପୁଣି ବୁହାହେଲେ ଗର୍ଭବତୀ

author img

By

Published : Sep 25, 2020, 7:10 PM IST

ମାଲକାନଗିରି: ଜିଲ୍ଲାରେ ପୁଣି ବୁହାହେଲେ ଗର୍ଭବତୀ । ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଭାରରେ 7 କିମି ବୁହା ହେଇ ଆସିଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ରୋଗୀଙ୍କୁ ଭାରରେ ବୁହା ହେବା ଘଟଣା ବଢ଼ିବାରେ ଲାଗିଛି । ଆଜି ମାଲକାନଗିରି ଜିଲ୍ଲାର ବାଲିମେଳା ସ୍ଥିତ ପାଡ଼ଲପୁଟରେ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ନିମନ୍ତେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।

ମାଲକାନଗିରି ଜିଲ୍ଲାରେ ପୁଣି ବୁହାହେଲେ ଗର୍ଭବତୀ

କିନ୍ତୁ ଆମ୍ବୁଲାନ୍ସଟି ରାସ୍ତା ଖରାପ ଥିବାରୁ ଗ୍ରାମ ଠାରୁ ପ୍ରାୟ 7 କିମି ଦୂରରେ ଅଟକି ରହିଥିଲା । ଗର୍ଭ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ପରିବାର ଲୋକେ ଭାରରେ ଗର୍ଭବତୀ ଙ୍କୁ ବୋହି ବୋହି 7କିମି ଆଣିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର ନେଉଥିବା ବେଳେ ବାଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.