ETV Bharat / state

ମାଲକାନଗିରିରେ କଂଗ୍ରେସର ମଙ୍ଗ ଧରିଛନ୍ତି ପ୍ରଦୀପ ମାଝୀ - ମାଲକାନଗିରି

ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ରାଲି । ମାଲକାନଗିରିର ବିଧାୟକ ପ୍ରାର୍ଥୀ ମାଲା ମାଢି ଓ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାକା (ନାୟକ)ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପ୍ରଦିପ ମାଝୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Apr 6, 2019, 4:36 PM IST

ମାଲକାନଗିରି: ନିର୍ବାଚନୀ ପ୍ରଚାର ପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ସିନେ ତାରକାଙ୍କ ସହ ଦଳର ତୁଙ୍ଗ ନେତାମାନଙ୍କୁ ଅସ୍ତ୍ର କରିଥିବା ବେଳେ କଂଗ୍ରେସର ମଙ୍ଗ ଧରିଛନ୍ତି ଏକା ପ୍ରଦୀପ ମାଝି । ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ରୋଡ ସୋ କରିବା ସହ ଜନତାଙ୍କ ଘରେ ଘରେ ପହଞ୍ଚି ନିଜ ସାଂସଦ ପଦ ସହ ମାଲକାନଗିରିର ବିଧାୟକ ପ୍ରାର୍ଥୀ ମାଲା ମାଢି ଓ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାକା (ନାୟକ)ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପ୍ରଦିପ ମାଝୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜାପାନି ଜ୍ବର ଠାରୁ ଆରମ୍ଭ କରି ମାଲକାନଗିରି ଜିଲ୍ଲାର ରାସ୍ତା ଘାଟ ଓ ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ଲୋକଙ୍କ ସବୁ ଦୁଃଖରେ ପ୍ରଦୀପ ମାଝୀ ଗତ 5 ବର୍ଷ ଧରି ଠିଆ ହୋଇଥିବାରୁ ତାଙ୍କୁ ଲୋକେ ଏଥର ନିଶ୍ଚୟ ଭୋଟ ଦେବେ ବୋଲି କହିଛନ୍ତି ।

ତେବେ ଶାସକ ବିଜେଡି ପକ୍ଷରୁ ପ୍ରଦୀପ ମାଝିଙ୍କ ଭାଇରାଲ ଭିଡିଓକୁ ନେଇ ନବରଙ୍ଗପୁରଠାରେ ଗତକାଲି ପ୍ରେସ ମିଟ କରାଯାଇଥିବା ବେଳେ ଏହାକୁ ଏକ ପ୍ରହସନ ବୋଲି କହିଛନ୍ତି ନିଜେ ପ୍ରଦୀପ ମାଝି । ପ୍ରତିଥର ନିର୍ବାଚନ ଆସିଲେ ବିଜେଡି ଭୟଭୀତ ହୋଇ ଏମିତି କିଛି କରନ୍ତି ବୋଲି ଓଲଟା ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.