ETV Bharat / state

ବିଭିନ୍ନ ଅଭିଯୋଗ ନେଇ ପୋଷ୍ଟର ମାରିଲା ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଜନମଞ୍ଚ ବିକାଶ

ଅନେକ ଅଭିଯୋଗକୁ ଆଧାର କରି ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଜନମଞ୍ଚ ବିକାଶ ପକ୍ଷରୁ ପୋଷ୍ଟର ମରାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 28, 2020, 5:06 PM IST

ପୋଷ୍ଟର ମାରିଲା ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଜନମଞ୍ଚ ବିକାଶ

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର । ଏହାକୁ ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଜନମଞ୍ଚ ବିକାଶ ନାଁରେ ମରାଯାଇଛି । ଜାନୁୟାରୀ ୨୫ ତାରିଖ ରାତିରେ ଯଡ଼ାମ୍ବରେ ବହୁ ଘର ପୋଡ଼ି ଦିଆଯାଇଥିଲା । ଝିପ୍ର ଆଡ଼ମାକୁ ହତ୍ୟା କରିବା ପରେ ପାଟି ଲୋକ ଏବଂ ସଂଘମ ଲୋକ ମିଶି ଏଭଳି କାଣ୍ଡ ଘଟାଇଥିଲେ । ରାଜୁ, ଗୌର, ଚିଙ୍ଗଡୁ, ବେଣୁ, ରାତୁ ଭଳି ନିରୀହ ଲୋକଙ୍କୁ କାହିଁକି ପାଟି ଲୋକ କହି ରାତି ସାରା ରଖି ନିସ୍ତୁକ ମାଡ଼ ମରାଯାଇଛି ବୋଲି ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

ବିଭିନ୍ନ ଅଭିଯୋଗ ନେଇ ପୋଷ୍ଟର ମାରିଲା ବିଚ୍ଛିନ୍ନାଞ୍ଚଳ ଆଦିବାସୀ ଜନମଞ୍ଚ ବିକାଶ

ସ୍ଵାଧୀନତାକୁ ୭୪ ବର୍ଷ ପୁରିଥିବା ସତ୍ତ୍ବେ କାହିଁକି ବିଚ୍ଛିନ୍ନାଞ୍ଚଳର ବିକାଶ ହୋଇପାରିଲା ନାହିଁ । ମାଓବାଦୀ ୧ଠ ବର୍ଷ ହେଲା ଏହି ଅଞ୍ଚଳରେ ରହିଛନ୍ତି । ଯାହାଫଳରେ ବିଚ୍ଛିନ୍ନାଞ୍ଚଳରେ ଏବେ ବିକାଶ ସମ୍ଭବ ହୋଇପାରୁଛି । ଚିଙ୍ଗଡ଼ୁ, ନିଧି, ଶୁକ୍ରା ଏମାନେ ନିରୀହ ଲୋକ ଆଦିବାସୀଙ୍କୁ ଇନଫର୍ମର କରି ପୁଲିସ ସେମାନଙ୍କୁ ଅକାରଣରେ ମୃତ୍ୟୁ ମୁହଁକୁ ଠେଲି ଦେଇଛି । ଏଭଳି କାର୍ଯ୍ୟକ୍ରମ ପ୍ରଶାସନ ବନ୍ଦ କରୁ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ପୋଲିସ ନିରୀହ ଆଦିବାସୀଙ୍କୁ ଏନକାଉଣ୍ଟର କରିବା ଠିକ କି ବୋଲି ମଧ୍ୟ ପଚରାଯାଇଛି ।

ଆଲମପାକାରେ ବେଣୁ ହନ୍ତାଳ, ନାରିଙ୍ଗିବାଲାର ବୁଦ୍ରା ମୁଦୁଲି, ରାଙ୍ଗିନିଗୁଡ଼ାର ରାଜୁ ହାନ୍ତାଳ, ହେତୁଳାପୋଡ଼ାର ମଧ୍ୟ ଦୁଇ ଗ୍ରାମବାସୀଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଲୋକଙ୍କୁ ଏମିତି ସୁରକ୍ଷା ପୁଲିସ ଦେଉଛି କି ବୋଲି ପ୍ରଶ୍ନ କରାଯାଇଛି । ପୂର୍ବରୁ କାଲିମେଳା, ପଡ଼ିଆ, ମାଥିଲି, କିଆଙ୍ଗ, ଭେଜଙ୍ଗୱାଡ଼ାରୁ ହଜାର ହଜାର ଲୋକଙ୍କୁ ନକ୍ସଲ ଆଖ୍ୟା ଦେଇ ପୋଲିସ ଗିରଫ କରି ଜେଲରେ ଭର୍ତ୍ତି କରିଛି । ବୈଠକ ଗୁଡ଼ିକରେ ରଣା, କନ୍ଧ, ମାଳି, ପରଜା, ଗୌଡ଼ ଭଳି ଜାତିଭେଦକୁ ବନ୍ଦ କରାଯାଉ ମିଲିସିଆ କମିଟି କହି ପୁଲିସ ଗାଁ ଗାଁରେ ଲୋକଙ୍କୁ ହଇରାଣ କରିବା ଏବଂ ଗିରଫ କରିବା ବନ୍ଦ କରୁ ସରକାରଙ୍କ ବିରୋଧରେ ଲଢ଼େଇ କରିବା, ସ୍ବାଭିମାନ ଅଞ୍ଚଳର ସମସ୍ତେ ଏକତ୍ରିତ ହେବା ବୋଲି ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.