ETV Bharat / state

ମାଓ ଇଲାକାରେ ଟ୍ରାଫିକ ସଚେତନ, ବାଟୋଇଙ୍କୁ ନିୟମ ବତାଉଛି ପୋଲିସ - Traffic awarness

ରାଜ୍ୟରେ ନୂଆ ଟ୍ରାଫିକ ନିୟମକୁ ନେଇ ଚହଳ ପଡିଛି । ଟିକେ ଭୁଲ ପାଇଁ କଟୁଛି ହଜାର ହଜାର ଟଙ୍କାର ତଣ୍ଡ । ସେପଟେ ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଉଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Sep 9, 2019, 12:52 PM IST

ମାଲକାନଗିରି: ହଇଚଇ ସୃଷ୍ଟି କରିଛି ନୂଆ ଟ୍ରାଫିକ ନିୟମ । ନିୟମ ଖିଲାପକାରୀଙ୍କ ଉପରେ କଡାକଡି ହେଉଛି କାରବାଇ । ହଜାର ହଜାର ଟଙ୍କାର ତଣ୍ଡ ଗଣୁଛନ୍ତି ସାଧାରଣଲୋକେ । ତେବେ ନିୟମ ଲାଗୁ ହେବାର କିଛି ଦିନ ପରେ ଏବେ ଲୋକଙ୍କୁ କରାଯାଉଛି ସଚେତନ । ମାଓ ଇଲାକା ମାଲକାନଗିରିର ବିଭିନ୍ନ ସ୍ଥାନରେ ପୋଲିସ, ଟ୍ରାଫିକ ପୋଲିସ ସଚେତନାର ବାର୍ତ୍ତା ବାଣ୍ଟୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମୋଟର ଚାଳକଙ୍କ ନିମନ୍ତେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଓ କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି 79 ଠାରେ ପୋଲିସ ତରଫରୁ ଏକ ରାଲି ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା ଖାକି ପୋଷାକ ସହ ମୁଣ୍ଡରେ ହେଲମେଟ ପିନ୍ଧି ଟ୍ରାଫିକ ନିୟମ ପାଳନର ବାର୍ତ୍ତା ଦେଇଛନ୍ତି । ଏଥିସହ ରାସ୍ତାରେ ଯାଉଥିବା ସମସ୍ତ ମୋଟର ସାଇକେଲ ଚାଳକଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । ଯଦି ଆଗାମୀ ଦିନରେ କେହି ଆଇନ ଅମାନ୍ୟ କରନ୍ତି ତାଙ୍କର ଚାଲାଣ କଟାଯିବ ବୋଲି କହିଛନ୍ତି ।

ଏହି ଅବସରରେ ଟ୍ରାଫିକ ନିୟମ ଲେଖା ଥିବା ଏକ ପାମ୍ପପ୍ଲେଟ ମଧ୍ୟ ଲୋକଙ୍କୁ ବଣ୍ଟା ଯାଉଥିବାର ଦେଖିବାକୁ ମିଳିଛି । ଦେଶରେ ଦୁର୍ଘଟଣା କମାଇବାକୁ ସରକାରଙ୍କ ଏହି ନିୟମରେ ସଂଶୋଧନ ଆଣିଛନ୍ତି ।

ସୂଚନାଯୋଗ୍ୟ, ଏହି ନିୟମ ଲାଗୁ ହେବା ପରେ ଓଡ଼ିଶା ହିଁ ଅଧିକ ଚାଲାଣ ଆଦାୟ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଓ ଗୋଡ଼ରେ ଖାକି ପିନ୍ଧି ନୂତନ ଟ୍ରାଫିକ ନିୟମ ବାର୍ତା ଦେଲେ ପୋଲିସ କର୍ମଚାରୀ

Body:ନୂତନ ଟ୍ରାଫିକ୍ ନିୟମ ଚଳିତ ମାସ ପହିଲାରୁ ଦେଶରେ ଲାଗୁ ହୋଇଥିବାରୁ ନୂଆ ଟ୍ରାଫିକ ନିୟମ କୁ ନେଇ ବିଭିନ୍ନ୍ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ, ପୋଲିସ ଓ ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନ ବାର୍ତା ଦେବା ସହ ଚାଲାଣ କଟା ଯାଉଥିବା ଦେଖିବାକୁ ମିଲୁଛି । ଏହି ପରିପେକ୍ଷିରେ ଆଜି ମୋଟର ଚାଳକଙ୍କ ନିମନ୍ତେ ନୂତନ ନିୟମ ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଓ କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି79 ଠାରେ ପୋଲିସ ତରଫରୁ ଏକ ରାଲି ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ପୋଲିସ ବିଭାଗର ସମସ୍ତ କାର୍ଯ୍ୟ କର୍ତ୍ତା ଖାକି ପୋଷାକ ସହ ମୁଣ୍ଡରେ ହେଲମେଟ ପିନ୍ଧି ଟ୍ରାଫିକ ନିୟମ ପାଳନ ର ବାର୍ତା ଦେବା ସହ ରାସ୍ତାରେ ଯାଉଥିବା ସମସ୍ତ ମୋଟର ସାଇକେଲ ଚାଳକଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ କହିଥିଲେ ଏବଂ ଆଗାମୀ ଦିନରେ ଏହି ଆଇନ ଅମାନ୍ୟ କରିଲେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଚାଲାଣ କରାଯିବ ବୋଲି କହିଥିଲେ । ବିଭିନ୍ନ ସମୟରେ ରାସ୍ତା ରେ ଯାଉଥିବା ବେଳେ ହେଲମେଟ ନ ପିନ୍ଧିବା ଯୋଗୁଁ ହେଉଥିବା ଦୁର୍ଘଟଣା ଯୋଗୁଁ ଅନେକ ଲୋକଙ୍କ ପ୍ରାଣ ହାନି ହେଉଛି, ଏଣୁ ଏ ଦିଗରେ ନିୟମ କୁ କଡାକଡି କରାଯିବ ବୋଲି ଥାନା ଅଧିକାରୀ କହିଥିଲେ। ଏହି ଅବସରରେ ଟ୍ରାଫିକ ନିୟମ ଲେଖା ଥିବା ଏକ ପାମ୍ପପ୍ଲେଟ ମଧ୍ଯ ଲୋକଙ୍କୁ ବଣ୍ଟା ଯାଉଥିବା ଦେଖିବାକୁ ମିଳିଛି।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.