ETV Bharat / state

ସରିଲା ଗୁଳିବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ - malkangiri news

ମୁଦୁଲିପଡା ଥାନା ଅନ୍ତର୍ଗତ ଗୋଇଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଶେଷ ହୋଇଛି । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି ।

malkangiri
ସୁରକ୍ଷା ବାହିନୀ-ମାଓବାଦୀ ଗୁଳି ବିନିମୟ
author img

By

Published : Jan 16, 2020, 7:53 AM IST

Updated : Jan 16, 2020, 8:10 PM IST

ମାଲକାନଗିରି: ସରିଲା ଗୁଳିବିନିମୟ । ମୁଦୁଲିପଡ଼ା ଥାନା ଅନ୍ତର୍ଗତ ଗୋଇଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଶେଷ ହୋଇଛି । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି ।

ସୁରକ୍ଷା ବାହିନୀ-ମାଓବାଦୀ ଗୁଳି ବିନିମୟ

ସୂଚନା ଅନୁଯାୟୀ, ଗୋଇଗୁଡା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ମାଲକାନଗିରି ଏସପିଙ୍କ ନେତୃତ୍ବରେ ଡିଭିଏଫ ଓ ବିଏସଏଫ ଯବାନମାନେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ ।

ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିବାରୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ପ୍ରାୟ 12ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅପରେସନ ଚାଲିବା ପରେ ବର୍ତ୍ତମାନ ଅପରେସନ ଶେଷ ହୋଇଥିବା ଜଣାପଡ଼ିଛି ।

ଯବାନମାନେ ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ସୁରକ୍ଷା ବହିନୀ ଏବଂ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ। Body:ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା ବହିନୀ ମଧ୍ୟରେ ଗୁଳିବିନିମୟ। କୁମ୍ବିଂ ଅପରେସନ ସମୟରେ ଏହି ଗୁଳିବିନିମୟ ଘଟିଛି। ମାଲକାନଗିରି ଏସ.ପି ଙ୍କ ନେତୃତ୍ୱରେ ଡିବିଏଫର ଜବାନ ମାନେ ଏହି ଅଞ୍ଚଳରେ ଅପରେସନ କରୁଥିବା ସମୟରେ ଜବାନ ଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଜବାନ ମାନେ ପାଲଟା ଆକ୍ରମଣ କରିଥିଲେ । Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
Last Updated : Jan 16, 2020, 8:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.