ETV Bharat / state

ମାଲକାନଗିରିରେ ମାଓଦମନ ପ୍ରକ୍ରିୟା ଓ 5T କାର୍ଯ୍ୟକ୍ରମର ଅନୁଧ୍ୟାନ କଲେ ଡିଜିପି - ପୋଲିସ ଡିଜି ବିକେ ଶର୍ମା ନ୍ୟୁଜ

ମାଲକାନଗିରି ଗସ୍ତରେ ରାଜ୍ୟ ପୋଲିସ ଡିଜି ବିକେ ଶର୍ମା। ମାଓଦମନ ପ୍ରକ୍ରିୟା ଓ ସରକାରଙ୍କ 5T କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ସେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଡିଜିପିଙ୍କ ମାଲକାନଗିରି ଗସ୍ତ
author img

By

Published : Nov 2, 2019, 7:04 PM IST

ମାଲକାନଗିରି: ଶନିବାର କୋରାପୁଟରୁ ମାଲକାନଗିରି ଗସ୍ତରେ ଯାଇଛନ୍ତି ରାଜ୍ୟ ପୋଲିସ ଡିଜି ବିକେ ଶର୍ମା। ମୁଖ୍ୟତଃ ମାଓଦମନ ପ୍ରକ୍ରିୟା ଓ ସରକାରଙ୍କ 5T କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ସେ । ଓଡିଶା ପୋଲିସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଡିଜିପି ବିକେ ଶର୍ମା ମାଲକାନଗିରି ଗସ୍ତ କରିଥିବାବେଳେ ସାଥିରେ ଥିଲେ ଏଡିଜି ଆରପି କୋଚେ, ଗୁଇନ୍ଦା ଆଇଜି ଆରକେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ। ହେଲିକପ୍ଟର ଯୋଗେ ମାଲକାନଗିରି ପହଁଞ୍ଚିବା ପରେ ଡିଜିପି ପ୍ରଥମେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାରେ କାର୍ଯ୍ୟରତ ଜଣେ ଜଣେ ପୋଲିସ ଆଧିକାରୀଙ୍କ ସହ ବ୍ୟକ୍ତିଗତ ଭାବେ ମିଶିଥିଲେ।

ଡିଜିପିଙ୍କ ମାଲକାନଗିରି ଗସ୍ତ
ଏହାପରେ ଜିଲ୍ଲା ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସହ ନକ୍ସଲ ଦମନ ଉପରେ ବୈଠକ କରିଥିଲେ ପୋଲିସ ଡିଜି। ବିଶେଷ କରି ସ୍ବାଭିମାନ ଅଞ୍ଚଳରେ ନକ୍ସଲ ଦମନ କରିବା ସହ ସେଠାକାର ବିକାଶ ଦିଗରେ ପୋଲିସ କିପରି ଭାବେ ସହାୟକ ହେବ ସେନେଇ ଉଭୟ ଜିଲ୍ଲା ପୋଲିସ ଓ ବିଏସଏଫ ବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ଲାଗି ପରାମର୍ଶ ଦେଇଛନ୍ତି।

ଏହା ସହିତ ଅନ୍ୟ ଏକ ବୈଠକରେ ଯୋଗ ଦେଇ ମୋ ସରକାର ଓ 5T କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ଅବଗତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ସାଧାରଣ ଲୋକେ ଥାନାକୁ ଯାଇ କିପରି ଭାବେ ଉପଯୁକ୍ତ ନ୍ୟାୟ ପାଇ ପାରିବେ ସେନେଇ ସମସ୍ତ ଆଇଆଇସିଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୋଲିସ ମହାନିର୍ଦ୍ଦେଶକ ଡିଜି ହେବା ପରେ ଆଜି ପ୍ରଥମ ଥର କରି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ଡିଜିପି ବିକେ ଶର୍ମା ।

Body:ସାଥିରେ ଥିଲେ ଏଡିଜି ଆର.ପି କୋଚେ, ଗୁଇନ୍ଦା ଆଇଜି ଆର.କେ ଶର୍ମା, ଆଇ.ଜି ଅପରେସନ ଅମିତାଭ ଠାକୁର ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ । ହେଲିକେପ୍ଟର ଯୋଗେ ମାଲକାନଗିରି ପହଁଚିବା ପରେ ଡି.ଜି.ପି ବିକେ ଶର୍ମା ପ୍ରଥମେ ଏସପି ଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାର ଜଣେ ଜଣେ ପୋଲିସ ଆଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ମିଶିଥିଲେ । ଏହା ପରେ ଜିଲ୍ଲା ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସହ ନକ୍ସଲ ଦମନ ଉପରେ ବେଠକ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଦମନ କରିବା ସହ ସେଠାକାର ବିକାଶ ଦିଗରେ ପୋଲିସ କିପରି ଭାବେ ସହାୟକ ହେବ ସେ ନେଇ ଉଭୟ ଜିଲ୍ଲା ପୋଲିସ ଓ ବି.ଏସ.ଏଫ ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ପରାମର୍ଶ ଦେଇଛନ୍ତି । ଏହା ପରେ ଅନ୍ୟ ଏକ ବୈଠକରେ ଯୋଗ ଦେଇ ମୋ ସରକାର ଓ 5ଟି କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାର ସମସ୍ଥ ଥାନା ଅଧିକାରୀଙ୍କୁ ଅବଗତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ସାଧାରଣ ଲୋକେ ଥାନାକୁ ଯାଇ କିପରି ଭାବେ ଉପଯୁକ୍ତ ନ୍ୟାୟ ପାଇ ପାରିବେ ସେ ନେଇ ସମସ୍ଥ ଆଇ.ଆଇ.ସିଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି ।

ଅପରେ ମହାନିର୍ଦ୍ଦେଶକ

Conclusion:ବାଇଟ- ବିକେ ଶର୍ମା, ପୋଲିସ ମହାନିର୍ଦ୍ଦେଶକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.