ETV Bharat / state

ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା: ଅଭିଯୋଗ ପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ

author img

By

Published : Sep 13, 2019, 10:30 PM IST

ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା ବାହାରିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ସହରରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା । ଏହି ଅଭିଯୋଗ ଆସିଛି ସହରର ହାଇଟେକ କଲୋନୀରୁ । ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରର ବିଭିନ୍ନ ଅଣ୍ଡା ଦୋକାନରେ ଚଢାଉ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ଅନୁସାରେ, ସହରର ହାଇଟେକ କଲୋନୀରେ ରହୁଥିବା ଦିଗମ୍ବର ବେହେରା ଘର ପାଖ ଦୋକାନରୁ ଅଣ୍ଡା କିଣିଥିଲେ । ହେଲେ ତାଙ୍କ ମା ଏହାକୁ ରୋଷେଇ କରିବା ପାଇଁ ଭାଙ୍ଗିବା ପରେ ଏହା ଭିତରେ ଥିବା କେଶର ତରଳ ରହିବା ପରିବର୍ତ୍ତେ ବେଲୁନ ପରି ରହିଥିବା ଦେଖିବାକୁ ମିଳିଥିଲା । ଏହାକୁ ପ୍ଲାଷ୍ଟିକ ଅଣ୍ଡା ସନ୍ଦେହ କରି ଗଣମାଧ୍ୟମକୁ ଖବର ଦେଇଥିଲେ ଦିଗମ୍ବର ।

ଏହାପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଅଣ୍ଡା ଦୋକାନରେ ଚଢାଉ କରାଯାଇଛି । ଏହାପରେ ଅଣ୍ଡା ଗୁଡିକର ସାମ୍ପୁଲ ଗୁଡିକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି ଘଟଣାପରେ ମାଲକାନଗିରିରେ ଅଣ୍ଡା ଖାଇବାକୁ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ଏବେ ପ୍ଲାଷ୍ଟିକ ଅଣ୍ଡାର ଆତଙ୍କ ।Body:ସହରର ହାଇଟେକ କଲୋନୀରେ ରହୁଥିବା ଦିଗାମ୍ବର ବେହେରାଙ୍କ ଘରେ ଆଜି ଦେଖା ଯାଇଛି ଏପରି ପ୍ଲାଷ୍ଟିକ ଅଣ୍ଡା । ଘର ପାଖ ଦୋକାନରୁ ଦିଗାମ୍ବର ଆଜି 4ଟି ଅଣ୍ଡା କିଣି ଆଣିଥିବା ବେଳେ ତାଙ୍କ ମା ଏହାକୁ ରୋଷେଇ କରିବା ସମୟରେ କିଛି ଅଜବ ଦେଖିଥିଲେ । ଅଣ୍ଡା ଗୁଡିକ ଗୋଲ ଆକୃତିର ହୋଇଥିବା ବେଳେ ଏହାକୁ ସନ୍ଦେହ କରି ଅଣ୍ଡା ଗୁଡିକ ଫଟାଇ ଥିଲେ । ହେଲେ ଏହା ଭିତରେ ଥିବା କେଶର ତରଳ ରହିବା ପରିବର୍ତ୍ତେ ବେଲୁନ ଭିତରେ ପାଣି ରହିବା ପରି ଦିଶୁଥିଲା । ଏହା କୁକୁଡ଼ା ଅଣ୍ଡା ନୁହେଁ ବରଂ ପ୍ଲାଷ୍ଟିକ ଅଣ୍ଡା ବୋଲି ସନ୍ଦେହ କରି ଗଣମାଧ୍ୟମକୁ ଖବର ଦେଇଥିଲେ ଦିଗାମ୍ବର । ତେବେ ଏହା ପ୍ଲାଷ୍ଟିକ ଅଣ୍ଡା କି ନୁହେଁ ତାହା ଜିଲ୍ଲା ପ୍ରଶାସନ ପରୀକ୍ଷା କରିବାର ଆଵଶ୍ୟକତା ରହିଛି ।Conclusion:ବାଇଟ- 1- ଦିଗାମ୍ବର ବେହେରାଙ୍କ ମା
ବାଇଟ-2- ଦିଗାମ୍ବର ବେହେରା, ମାଲକାନଗିରି ନିବାସୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.