ETV Bharat / state

ଉପଜିଲ୍ଲାପାଳଙ୍କ ପ୍ରତିଶୃତି, ଆନ୍ଦୋଳନରୁ ଓହରିଲେ ସ୍ବାଭିମାନ ଅଞ୍ଚଳବାସୀ

author img

By

Published : Aug 26, 2019, 8:19 PM IST

ଆନ୍ଦୋଳନରୁ ଓହରିଲେ ସ୍ବାଭିମାନ ଅଞ୍ଚଳବାସୀ । ଗୋଟିଏ ଦିନର ଅପେକ୍ଷା ପରେ ମିଳିଲା ଉପଜିଲ୍ଲାପାଳଙ୍କ ପ୍ରତିଶୃତି । ମାସକ ମଧ୍ୟରେ ମାଲକାନଗିରି ଜିଲ୍ଲାର ବିଚ୍ଛାନାଞ୍ଚଳବାସୀଙ୍କ ସମସ୍ୟାର ହେବ ସମାଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ସ୍ବାଭିମାନ ଅଞ୍ଚଳବାସୀ । ମାସକ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ମାଲକାନଗିରି ଉପଜିଲ୍ଲାପାଳ । ଗତକାଲି ଲଞ୍ଚ ଯୋଗେ ବିଚ୍ଛିନ୍ନାଞ୍ଚଳର 6ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଚିତ୍ରୋକୋଣ୍ଡାରେ ପହଞ୍ଚିଥିଲେ । କିନ୍ତୁ ରବିବାର ଥିବାରୁ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିପାରିନଥିଲେ । ଫଳରେ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଉପସ୍ଥାପନା କରିବା ପରେ ସମାଧାନର ପ୍ରତିଶୃତି ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ସ୍ବାଧୀନତାର 73 ବର୍ଷ ପରେ ମାଲକାନଗିରି ଜିଲ୍ଲାର ପଣଷପୁଟ, ଯନ୍ତ୍ରୀ, ଯୋଡାଆମ୍ବ, ଅଣ୍ଡ୍ରାପାଲ୍ଲି, ଗାଜମମାମୁଡି ଓ ମୁଦୁଲିଗୁଡାରକୁ ଅପହଞ୍ଚି ମୌଳିକ ସୁବିଧା । ଗୁରୁପ୍ରିୟା ସେତୁ ହେବା ପରେ ବିକାଶ ପହଞ୍ଚିବ ବୋଲି ଆଶାତିତ ଥିଲେ ବିଚ୍ଛାନ୍ନାଞ୍ଚଳବାସୀ । କିନ୍ତୁ ଯେଉଁ ବିଚ୍ଛିନ୍ନାଞ୍ଚଳକୁ ସେହି ବିଚ୍ଛିନ୍ନାଞ୍ଚଳ ହୋଇ ରହିଛନ୍ତି ଏମାନେ । ନା ପହଞ୍ଚି ପାରିଛି ଶିକ୍ଷା, ସ୍ବାସ୍ଥ୍ୟ ନା ଗମନାଗମନର ସୁବିଧା ।

ଯାହାକୁ ନେଇ ବିଚ୍ଛିନ୍ନାଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିଲା । ଫଳରେ ବାଧ୍ୟ ହୋଇ ଜିଲ୍ଲପାଳ ନିକଟରେ ନିଜର ଦାବି ଜଣାଇବାକୁ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ ଗ୍ରାମବାସୀ । ତେବେ ଗୋଟିଏ ଦିନର ଅପେକ୍ଷା ପରେ ଉପଜିଲ୍ଲାପାଳଙ୍କ ଠାରୁ ମିଲିଛି ପ୍ରତିଶୃତି । କିନ୍ତୁ ସରକାର ପ୍ରତିଶୃତି ହରାଇଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଥିବାବେଳେ ବର୍ତ୍ତମାନ ଘରକୁ ଫେରିଛନ୍ତି ଗ୍ରାମବାସୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ସ୍ବାଧିନତାର ୭୩ ବର୍ଷ ପରେବି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ବାସିଙ୍କ ପଖରେ ଶିକ୍ଷା ସ୍ବାସ୍ଥ୍ୟ ଓ ଗମନା ଗମନ ଭଳି ମୌଳିକ ସୁବିଧା ପହଞ୍ଚି ପାରିନଥିବାରୁ ୬ଟି ପଞ୍ଚାୟତର ଏକ ହଜାରରୁ ଉର୍ଧ ଆଦିବାସି ଲୋକ ୪ଟି ମୋଟର ଲଞ୍ଚରେ ଚିତ୍ରକୋଣ୍ଡା ଆସିଥିଲେ ।Body:ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ୬ ଟି ପଞ୍ଚାୟତ ପଣଷପୁଟ, ଯନ୍ତ୍ରୀ, ଯୋଡାଆମ୍ବ, ଅଣ୍ଡ୍ରାପାଲ୍ଲି, ଗାଜମମାମୁଡି ଓ ମୁଦୁଲିଗୁଡା ବର୍ତ୍ତମାନ ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଲୋକଙ୍କ ଲାଗି ଗମନା ଗମନାର ସୁବିଧା ନଥିବା ବେଳେ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟାବସ୍ତା ସମପୁର୍ଣ ଭାବେ ଠପ୍ ହୋଇ ପଡିଛି । କେଉଁଠି ଗାଁରେ ବିଦ୍ୟାଳୟ ନାହି ତୋ ଆଉ କେଉଁଠି ଆବାସିକ ବିଦ୍ୟାଳୟରେ ବର୍ଷ ବର୍ଷ ଧରି ଶିକ୍ଷକଙ୍କ ନିଯୁକ୍ତି ହେଉନାହି । ପୁଣି କେଉଁଠି ଜଣେ ଶିକ୍ଷକ ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ପାଠ ପଢାଇବାର ନଜିରି ରହିଛି । ହେଲେ ଏନେଇ ବିଚ୍ଛିନ୍ନାଞ୍ଚଳ ବାସି ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଇ ନଥିବାରୁ ବିଚ୍ଛିନ୍ନାଞ୍ଚଳର ୬ଟି ପଞ୍ଚାୟତର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିବା ଲାଗି ଘରୁ ପାଦ କାଢିଥିଲେ । ରବିବାର ଅପରାହ୍ନରେ ଏମାନେ ଚିତ୍ରକୋଣ୍ଡା ଠାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ମାଲକାନଗିରି ଯିବାର ଅନୁମତି ଦେଇନଥିଲା । ଜିଲ୍ଲାପାଳ ଛୁଟିରେ ରହିଥିବା ବେଳେ ଆଜି ସକାଳେ ଉପଜିଲ୍ଲାପାଳ ଚିତ୍ରକୋଣ୍ଡା ଯାଇ ଲୋକଙ୍କ ସହ କଥା ହେବା ପରେ ମାସକ ମଧ୍ୟରେ ସବୁ ସମସ୍ୟାର ସମାଧନ ହେବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି ବିଚ୍ଛିନ୍ନାଞ୍ଚଳ ବାସି ଆଉ ଫେରି ଯାଇଛନ୍ତି ପୁଣି ସେଇ ଇଲାକାକୁ ହେଲେ ଆଗାମି ଦିନରେ ଦାବି ପୁରଣ ନହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଦିବାସି ମାନେ ଧମକ ଦେଇଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.