ETV Bharat / state

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ - ରୋଗୀ ମୃତ୍ୟୁ ଉତ୍ତେଜନା

ମାଲକାନଗିରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ...

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
author img

By

Published : Feb 25, 2021, 10:34 PM IST

ମାଲକାନଗିରି: ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ବୁଧବାର ମାଲକାନଗିରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅନୁପସ୍ଥିତି, ଚିକିତ୍ସା ଅବହେଳା ଏବଂ ଜରୁରୀ ଚିକିତ୍ସା ଅଭାବରୁ ଜଣେ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଚିତ୍ରକୋଣ୍ଡା ସାଇ ମନ୍ଦିର ପଛ ସାହିର 29 ବର୍ଷୀୟ ବିଜୁ ନାୟକ । ଏହାକୁ କେନ୍ଦ୍ରକରି ମୃତକଙ୍କ ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ମେଡିକାଲ ଘେରାଉ କରିଛନ୍ତି । ବୁଧବାର ଠାରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ଲାଗି ରହିଛି ।

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଚିତ୍ରକୋଣ୍ଡା ଜନସାଧାରଣ ମୃତଦେହକୁ ମେଡିକାଲରୁ ନ ନେଇ ତାଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି । ଯାହାଫଳରେ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ନ ଆସିବା ଯାଏଁ ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଫଳରେ ବହୁ ସମୟ ଧରି ମେଡିକାଲ ୱାର୍ଡରୁ ମୃତଦେହ ନ ଉଠିବା କାରଣରୁ ଅନ୍ୟ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ ଧନେଶ୍ବର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଜନସାଧାରଣ ଏବଂ ମୃତକଙ୍କ ପରିବାର ଲୋକଙ୍କ ଦାବି ଅନୁଯାୟୀ ଆବଶ୍ୟକ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଓ ପରିବାର ମଧ୍ୟରୁ ଜଣକୁ ଚାକିରୀ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ପୁନର୍ବାର ମେଡିକାଲରେ ଏଭଳି ସ୍ଥିତି ସୃଷ୍ଟି ନ ହେବାକୁ ଧ୍ୟାନ ଦିଆଯିବ ବୋଲି ଏଡିଏମ କହିଛନ୍ତି । ଏହାପରେ ଘଟଣାସ୍ଥଳରେ ସ୍ଥିତି ସ୍ବାଭାବିକ ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.