ETV Bharat / state

ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, କାଉଡି଼ରେ ୩କିମି ବୁହା ହେଲେ ରୋଗୀ - କାଉଡି଼ରେ ବୁହା ହେଲେ ରୋଗୀ

ମାଲକାନଗିରି ରାସବେଡ଼ା ପଞ୍ଚାୟତ ତାଗବେଡା ଗ୍ରାମରେ କାଉଡ଼ିରେ ବୁହା ହେଲେ ରୋଗୀ । ଗାଁକୁ ଆମ୍ବୁଲାନ୍ସ ନ ଯିବାରୁ ୩କିମି ରୋଗୀ ବୁହା ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, କାଉଡି଼ରେ ୩କିମି ବୁହା ହେଲେ ରୋଗୀ

author img

By

Published : Oct 9, 2022, 9:31 PM IST

ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତ ତାଗବେଡା ଗ୍ରାମରେ କାଉଡ଼ିରେ ବୁହା ହେଲେ ରୋଗୀ । ଗାଁଟି ପାହାଡ଼ ଉପରେ ଥିବାରୁ ଆମ୍ବୁଲାନ୍ସ ଯିବାକୁ ମନା କରିବା ପରେ ରୋଗୀଙ୍କୁ ପରିବାର ଲୋକେ ବୋହି ପାହାଡ଼ ତଳକୁ ଆଣିଥିବା ଦେଖିବାକୁ ମିଳିଛି । ସେମାନେ ପ୍ରାୟ ୩ କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତାରେ ଚାଲି ଚାଲି ରୋଗୀଙ୍କୁ ଆଣିଥିବା ଜଣାପଡ଼ିଛି ।

ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, କାଉଡି଼ରେ ୩କିମି ବୁହା ହେଲେ ରୋଗୀ

ତାଗବେଡା ଗ୍ରାମଟି ପାହାଡ ଉପରେ ରହିଛି । ଲୋକେ ପାହାଡ ଉପରେ ତଳକୁ ଚାଲି ଚାଲି ଆସନ୍ତି । ବର୍ଷା ଦିନ ହେଲେ ନାହିଁ ନଥିବା ହଇରାଣ ହୋଇଥାନ୍ତି । ତେବେ ଏହି ଗ୍ରାମର ସମରା ଶିଶାକୁ ରୋଗ ହେବାରୁ ସେ ଗୁରୁତର ହୋଇଯାଇଥିଲେ । ତେବେ ପରିବାର ଲୋକେ ସ୍ଥାନୀୟ ଆଶା ଦିଦିଙ୍କୁ ଖବର ଦେବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଘାଟି ଉପରକୁ ଯାଇପାରିବ ନାହିଁ ବୋଲି ସଫା ସଫା ମନା କରିଦେବା ପରେ ପ୍ରାୟ ୩ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ଚାଲି ଚାଲି ରୋଗକୁ ଏକ ଡାଲାରେ କାଉଡି଼ କରି ପରିବାର ଲୋକେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ ।

ଏହା ବି ପଢନ୍ତୁ- ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କୁ ଚୂନ ଲଗାଇଲା ଘରୋଇ ସଂସ୍ଥା

ତେବେ ସାଥୀରେ ପରିବାର ଲୋକେ ମଧ୍ୟ ଚାଲି ଚାଲି ଆସିଥିଲେ । ଆମ୍ବୁଲାନ୍ସ ମୁଖ୍ୟ ରାସ୍ତାରେ ରୋଗୀଙ୍କୁ ଅପେକ୍ଷା କରିଥିଲା । ତେବେ ଯେଉଁ ରାସ୍ତାରେ ରୋଗୀକୁ ବୋହି ଅଣାଯାଇଥିଲା, ସେହି ରାସ୍ତା ଅତି କଦର୍ଯ୍ୟ ହୋଇପଡି଼ଛି । ପରିବାର ଲୋକେ ଯେକୌଣସି ପ୍ରକାରେ ଏକ ଛୋଟିଆ ଡାଲାରେ ରୋଗୀକୁ ବସାଇ ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ନିଆଯାଇଛି ।

ଏପରି ଖବର ଅପହଞ୍ଚ ଅଞ୍ଚଳରେ ନୂଆ ନୁହେଁ । ଗ୍ରାମକୁ ସୁଗମ ରାସ୍ତା ନଥିବାରୁ କେତେବେଳେ ଗର୍ଭବତୀ ମହିଳା ତ କେତେବେଳେ ଗୁରୁତର ରୋଗୀଙ୍କୁ ଏପରି ଖଟିଆ, କାଉଡ଼ିରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଉଛି । ଏ ନେଇ ଖବର ମଧ୍ୟ ପ୍ରସାରଣ ହେଉଛି । ହେଲେ ସରକାରଙ୍କ ନିକଟରେ ଏହି ଗ୍ରାମବାସୀଙ୍କ ସମସ୍ୟାର ସ୍ବର ପହଞ୍ଚିପାରିନି । ବାରମ୍ବାର ଏପରି ଖବର ସାମ୍ନାକୁ ଆସୁଥିଲେ ମଧ୍ୟ ସରକାରୀ ବ୍ୟବସ୍ଥା ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.