ମାଲକାନଗିରି: ଲାଲଗଡରେ ଚାଲିଛି ପୋଲିସ ଆଦିବାସୀ ଛକାପଞ୍ଝା । ନିରୀହ ଆଦିବାସୀଙ୍କୁ ନକ୍ସଲ କହି ପୋଲିସ ଗିରଫକୁ ପ୍ରତିବାଦ କରିଛନ୍ତି 5ଟି ପଞ୍ଚାୟତର ଲୋକେ। । ଯାହାକୁ ନେଇ ସ୍ବାଭିମାନ ଅଞ୍ଚଳରେ ପୁଣି ବସିଛି ପ୍ରଜାମେଳି ।
ଏହି ମେଳିରେ ୫ଟି ପଞ୍ଚାୟତରେ ୮ ଶହରୁ ଅଧିକ ଲୋକ ସାମିଲ ହୋଇଛନ୍ତି । ଦରଲାବେଡାର ନୂଆ ବିଏସଏଫ କ୍ୟାମ୍ପକୁ ବିରୋଧ କରିଛନ୍ତି । ପୁଲିସ ଲୋକଙ୍କ ଉପରେ ଦମନଲୀଳା ଚଳାଇଥିବା ଅଭିଯୋଗରେ ପଣସପୁଟ ପଞ୍ଚାୟତର ଗୋରାସେତୁ ନିକଟରେ ୫ଟି ପଞ୍ଚାୟତର ଲୋକେ ଏକଜୁଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ