ETV Bharat / state

ସପ୍ତାହାନ୍ତ ସଟଡାଉନ, ହନ୍ତସନ୍ତ ପ୍ରବାସୀ

author img

By

Published : May 1, 2021, 4:27 PM IST

ମାଲକାନଗିରି ବସ ଷ୍ଟାଣ୍ଡରେ ପ୍ରବାସୀଙ୍କ ଭିଡ । ସଟଡାଉନ କାରଣରୁ ଫସି ରହିଛନ୍ତି ପ୍ରବାସୀ । ଅଧିକ ପଢନ୍ତୁ...

ସପ୍ତାହାନ୍ତ ସଟଡାଉନ, ହନ୍ତସନ୍ତ ପ୍ରବାସୀ
ସପ୍ତାହାନ୍ତ ସଟଡାଉନ, ହନ୍ତସନ୍ତ ପ୍ରବାସୀ

ମାଲକାନଗିରି: କୋରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହାନ୍ତ ସଟଡାଉନ କରାଯାଇଛି । ମାତ୍ର ମାଲକାନଗିରି ବସ ଷ୍ଟାଣ୍ଡରେ ପ୍ରବାସୀଙ୍କ ଭିଡ ଦେଖିବାକୁ ମିଳିଛି । ଆଜି(ଶନିବାର) ସକାଳୁ ଶହ ଶହ ପ୍ରବାସୀ ବସଷ୍ଟାଣ୍ଡରେ ଫସି ରହିଛନ୍ତି ।

ସପ୍ତାହାନ୍ତ ସଟଡାଉନ, ହନ୍ତସନ୍ତ ପ୍ରବାସୀ

ବାହାର ରାଜ୍ୟରୁ କୌଣସି ମତେ ଜିଲ୍ଲାରେ ପହଞ୍ଚି ଯାଇଥିଲେ ମଧ୍ୟ ସଟଡାଉନ ପାଇଁ ଘରକୁ ଯାଇପାରୁ ନାହାଁନ୍ତି ପ୍ରବାସୀ । ଫଳରେ ଜିଲ୍ଲା ବସଷ୍ଟାଣ୍ଡରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଗୋଟିଏ ପଟେ ହୋଟେଲ କିମ୍ବା କୌଣସି ଦୋକାନ ଖୋଲା ନଥିବାରୁ ଅଖିଆ ଅପିଆ ପଡିଛନ୍ତି ପ୍ରବାସୀ । ଏପରିକି ଛୋଟ ଛୋଟ ଛୁଆ ଠାରୁ ବୟସ୍କ ଲୋକ ମଧ୍ୟ ବସଷ୍ଟାଣ୍ଡରେ ବସି ରହିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ ବୋଲି ପ୍ରବାସୀ ଓଡ଼ିଆ ଏକ ପ୍ରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଅତି କମରେ ପ୍ରବାସୀଙ୍କୁ ଭୁବନେଶ୍ବରରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଥିବା ଘରୋଇ ବସ ସଙ୍ଘ ସଦସ୍ୟ ଛବି ଦାସ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.