ମାଲକାନଗିରି: ବ୍ରିଜର ସେଣ୍ଟରିଂ ଭୁଶୁଡି ଶ୍ରମିକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ରାସ୍ତାରେ । ଶ୍ରମିକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା । ଏହି ବ୍ରିଜର ସେଣ୍ଟେରିଂ ଛାତ ହଠାତ୍ ଭୁଶୁଡି ପଡିବା ଯୋଗୁଁ ଦେବ ଶିଶା ନାମକ ଯୁବକ ଜଣକ ସେହି ସେଣ୍ଟେରିଂ ତଳେ ଚାପି ହୋଇ ଗୁରୁତର ହୋଇଥିଲେ ।
ତେବେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମାଥିଲି ଡାକ୍ତରଖାନା ଓ ପରେ ଜୟପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ସେ ମୃତ୍ୟବରଣ କରିଥିବା ଜଣାପଡିଛି । ତେବେ ଏନେଇ ଗତକାଲି(ବୁଧବାର) ସନ୍ଧ୍ୟାରେ ପରିବାର ଲୋକେ ଗୋବିନ୍ଦପାଲ୍ଲୀ ଫାଣ୍ଡିରେ ଏତଲା ଦେଇଛନ୍ତି । ପୁଲିସ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ମାଲକାନଗିରି