ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ ଅଙ୍ଗନବାଡି କେନ୍ଦ୍ରରୁ ମୃତଦେହ ଉଦ୍ଧାର ଘଟଣାରେ ସୋମବାର ଦିନ ତମାମ ପୋଲିସ ଜନତାଙ୍କ ମଧ୍ୟରେ ଲାଗିଥିବା ଉତ୍ତେଜନାର ଅନ୍ତ ଘଟିଛି।
ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମାଲକାନଗିରି ଏସପି, ଏସଓଜି ଜବାନ ସୋମବାର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଥିବା ହଜାର ହଜାର ଆଦିବାସୀଙ୍କୁ ଶାନ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ବିଏସଏଫ ଯବାନ ହତ୍ୟା କରିଥିବା ଅଭିଯୋଗରେ ଗତକାଲି ପରିବାର ମୃତଦେହକୁ ଅଙ୍ଗନବାଡି କେନ୍ଦ୍ରରେ ରଖିଥିଲେ । ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ଆଜି(ସୋମବାର) ହସ୍ତାନ୍ତର କରିଥିବାବେଳେ ପରିବାର ଲୋକେ ନେବାକୁ ମନା କରିଥିଲେ । ଯାହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ