ETV Bharat / state

ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Malkangiri new airport inaugurated: ଆକାଶ ପଥରେ ଯୋଡ଼ି ହେଲା ମାଲକାନଗିରି । ଆଜି ନୂଆ ବିମାନ ବନ୍ଦର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Malkangiri airport
ମାଲକାନଗିରି ବିମାନ ବନ୍ଦର
author img

By ETV Bharat Odisha Team

Published : Jan 9, 2024, 10:54 AM IST

Updated : Jan 9, 2024, 6:01 PM IST

ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Malkangiri airport

ମାଲକାନଗିରି: ବଦଳୁଛି ମାଓ ଅଧ୍ୟୁଷିତ ଅଞ୍ଚଳର ଚିତ୍ର । ମାଲକାନଗିରି ଜିଲ୍ଲାର ବିକାଶରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ଆଜିଠୁ ମାଲକାନଗିରିରୁ ଆରମ୍ଭ ହୋଇଛି ବିମାନ ସେବା । ଆଜି ନୂଆ ବିମାନବନ୍ଦରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଆକାଶ ମାର୍ଗରେ ମାଲକାନିଗିରି ମାଟିରୁ ବିକାଶର ଉଡାଣ ଆରମ୍ଭ ହୋଇଛି ।

ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କ ସ୍ଵପ୍ନ ଆଜି ପୂରଣ ହୋଇଛି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ନବ ନିର୍ମିତ ବିମାନବନ୍ଦରର ଉଦଘାଟନ କରିଛନ୍ତି । ଏଥିପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ବହୁ ସଂଖ୍ୟକ ଲୋକ କିପରି ଉଦଘାଟନୀ ସମାରୋହରେ ସାମିଲ ହୋଇଥିବା ବେଳେ,ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଗତକାଲି (ସୋମବାର) ଯାଜପୁର ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ସଂସାଦ ରମେଶ ଚନ୍ଦ୍ର ମାଝୀ ଓ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବିମାନବନ୍ଦର ବୁଲି ଦେଖିଥିଲେ । ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ମାଲକାନଗିରିରୁ ଖୁବଶୀଘ୍ର ଉଡିବ ବିମାନ, ସଫଳ ହେଲା ବିମାନ ଟ୍ରାଏଲ ରନ୍

ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚି ବିମାନବନ୍ଦର ଉଦଘାଟନ କରିବା ସହ ପରିସର ବୁଲି ଦେଖିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦର ଚାରିପାଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସମସ୍ତ ଗାଡ଼ିମୋଟର ଯାଞ୍ଚ ସହ ସୁରକ୍ଷା କଡ଼ାକଡି କରାଯାଇଛି । ଏସପି ନୀତେଶ ୱାଧୱାନି ଓ ଜିଲ୍ଲାପାଳ ନିଜେ ଏହାର ତଦାରଖ କରିଥିବା ବେଳେ, ବ୍ୟପକ ଫୋର୍ସ ମୁତୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ନୂଆବର୍ଷରୁ ମାଲକାନଗିରିକୁ ଉଡିବ ବିମାନ

ଜାନୁଆରୀ 7 ତାରିଖରେ ବିମାନ ଉଡାଣର ଟ୍ରାଇଲ୍ ରନ୍ କରାଯାଇଥିଲା । ଏୟାରପୋର୍ଟରେ ଭିଟି 100 ଫ୍ଲାଇଟ୍ ସଫଳତାର ସହ ଅବତରଣ କରିଥିଲା । ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଥିଲେ । ବିମାନ ବନ୍ଦରର ରନୱେ 16 ଶହ 20 ମିଟର ଏବଂ ଓସାର ୩୦ମିଟର ରଖାଯାଇଛି । ଏଠାରେ 20 ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହାପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ବିମାନ ବନ୍ଦର ନିର୍ମାଣ ପାଇଁ 54 କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

Last Updated : Jan 9, 2024, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.