ETV Bharat / lifestyle

ବିନା ପାର୍ଲରରେ ଗ୍ଲୋ କରିବ ତ୍ବଚା, ବାସ୍ କରନ୍ତୁ ଏହି ଛୋଟ କାମ - SKIN CARE TIPS

ବିନା ପାର୍ଲରରେ ତ୍ବଚାକୁ ସୁନ୍ଦର ଓ ଚମକଦାର ରଖିବାକୁ ଚାହୁଁଛନ୍ତି କି ? ଏହି ଖବର ଆପଣଙ୍କ ପାଇଁ

Skin care tips
Skin care tips (ETV Bharat)
author img

By ETV Bharat Odisha Team

Published : Nov 13, 2024, 1:51 PM IST

Skin Care Tips: ସୁନ୍ଦର, ଚମକଦାର ତ୍ବଚା କାହାକୁ ବା ଲୋଡା ନାହିଁ । ଖାସ୍ କରି ପୂଜାପାର୍ବଣରେ ସମସ୍ତେ ଆକର୍ଷଣୀୟ ଦିଶିବାକୁ ଚାହାଁନ୍ତି । ଏଥିପାଇଁ ବଜାରରୁ ନାନା ପ୍ରକାର ବ୍ୟୁଟି ପ୍ରଡକ୍ଟ ଆଣି ବ୍ୟବହାର କରନ୍ତି । ହେଲେ ଏହି ପୂଜାପାର୍ବଣର ଧାଁ ଦୌଡ ଏବଂ ଖାଦ୍ୟପେୟ କାରଣରୁ ଚେହେରା ଉପରେ ପ୍ରଭାବ ପଡିଥାଏ । ଏଥିରେ ତ୍ବଚାର ଚମକ କମିଯାଏ, ଦାଗ ବ୍ରଣ, ଡ୍ରାଏ ସ୍କିନ ଭଳି ସମସ୍ୟା ହେବାକୁ ଲାଗିଥାଏ । ତେଣୁକରି ଏହି ସମୟରେ ନିଜ ତ୍ବଚାର ବିଶେଷ ଯତ୍ନ ନେବା ଜରୁରୀ ।

ଉତ୍ତରାଖଣ୍ଡର ଡର୍ମେଟୋଲୋଜିଷ୍ଟ ଡଃ ଆଶା ସକଲାନୀ କହିଛନ୍ତି, ''ପୂଜାପାର୍ବଣ ସମୟରେ ତ୍ବଚାକୁ ସଫାସୁତୁରା ଓ ଚମକଦାର ରଖିବା କଷ୍ଟକର ହୋଇଥାଏ । ହେଲେ ଯଦି ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହିତ ଡିପ୍ କ୍ଲିନିଂ, ହାଇଡ୍ରେସନ, ମେକଅପ୍ ରିମୁଭିଂ ସହ ଜଡିତ ଜରୁରୀ ସାବଧାନତା ପାଳନ କରିବେ ତାହେଲେ ତ୍ବଚାର ଗ୍ଲୋ ବଜାୟ ରଖିପାରିବେ ।''

କେମିତି ନେବେ ତ୍ବଚାର ଯତ୍ନ:

ହାଇଡ୍ରେଟ ରୁହନ୍ତୁ: ଗ୍ଲୋଇଂ ସ୍କିନ ପାଇଁ ହାଇଡ୍ରେଟ ରହିବା ଜରୁରୀ । ଏଥିପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଦିନରେ ଦୁଇଥର ମଇଶ୍ଚରାଇଜର ଲଗାନ୍ତୁ । ଏଥିରେ ତ୍ବଚା ନରମ ଓ ମୁଲାୟନ ରହେ ।

ଡିପ୍ କ୍ଲିନିଙ୍ଗ: ତ୍ବଚାକୁ ଭଲ ଭାବେ ସଫା କରନ୍ତୁ । ସପ୍ତାହକୁ ଥରେ ସ୍କ୍ରବ ବ୍ୟବହାର କରନ୍ତୁ ଯାହାଫଳରେ ତ୍ବଚାରୁ ଡେଡ୍ ସେଲଗୁଡିକ ବାହାରିଯିବ । ସ୍କ୍ରବ ପରେ ତ୍ବଚାକୁ ମଇଶ୍ଚରାଇଜ କରିବାକୁ ଭୁଲିବେନି । ଯେତେବେଳେ ବି ବାହାରୁ ଘରକୁ ଫେରୁଛନ୍ତି, ମୁହଁରେ ଲଗାଇଥିବା ମେକଅପ୍, ଧୂଳି, ପ୍ରଦୂଷଣ ହଟାଇବାକୁ ଭଲ ଭାବେ ସଫା କରନ୍ତୁ । ଏଥିପାଇଁ ଆପଣ ମେକଅପ୍ କ୍ଲିନିଂ ଅଏଲ କିମ୍ବା କ୍ରିମ ସହ ଫେସୱାସ ବ୍ୟବହାର କରିପାରିବେ ।

ଫେସପ୍ୟାକ ଲଗାନ୍ତୁ: ନିଜ ସ୍କିନ ଅନୁସାରେ ମୁହଁରେ ଫେସପ୍ୟାକ ଲଗାନ୍ତୁ । ଆପଣ ଚାହିଁଲେ ଘରୋଇ ଫେସପ୍ୟାକ ଯେମିତି- ବେସନ, ଦହି, ହଳଦୀକୁ ମିଶାଇ ଏହି ପେଷ୍ଟ ଲଗାନ୍ତୁ । ଏହା ତ୍ବଚାରେ ପ୍ରାକୃତିକ ଗ୍ଲୋ ଆଣିଥାଏ ।

ସନସ୍କ୍ରିନ ଲଗାନ୍ତୁ: ଖରାରେ ବାହାରକୁ ବାହାରୁଥିଲେ ନିଶ୍ଚୟ ସନସ୍କ୍ରିନ ଲଗାନ୍ତୁ । ଏହା ସୂର୍ଯ୍ୟଙ୍କ ହାନିକାରକ କିରଣରୁ ତ୍ବଚାକୁ ସୁରକ୍ଷା ଦେଇଥାଏ । ଏବେ ଶୀତ ପଡୁଥିବାରୁ ସନ୍ଧ୍ୟାରେ ବାହାରକୁ ଯାଉଥିଲେ କୋଲ୍ଡ ବ୍ୟବହାର କରନ୍ତୁ ।

ଆଖିର ଯତ୍ନ ନିଅନ୍ତୁ: ଅଧିକ ମେକଅପ୍ ବ୍ୟବହାର ଓ ନିଦ କମ୍ ହେଲେ ଆଖି ତଳେ କଳା ଦାଗ ହୋଇପାରେ । ଏଥିପାଇଁ ସେହି ସ୍ଥାନରେ ବାଦମ ତେଲ କିମ୍ବା କାକୁଡି ରସ ଲଗାନ୍ତୁ । ଏହାବ୍ୟତୀତ ବଜାରରେ ଆଜିକାଲି ଭଲ କ୍ବାଲିଟର ଅଣ୍ଡର ଆଇପ୍ୟାକ ବି ମିଳୁଛି, ଯାହାକୁ ବ୍ୟବହାର କରିପାରିବେ ।

ଏସବୁ ବ୍ୟତୀତ ସମୟ ସମୟରେ ଆଣ୍ଟିଅକ୍ସିଡାଣ୍ଟ ସିରମ ତଥା ମଇଶ୍ଚରାଇଜିଂ ପ୍ୟାକ ବ୍ୟବହାର କରନ୍ତୁ । ଏହା ଚେହେରାକୁ ନରମ ମୁଲାୟମ ରଖିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ପଞ୍ଚୁକ ସ୍ପେଶାଲ; ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ହବିଷ ଡାଲମା

ଏହା ମଧ୍ୟ ପଢନ୍ତୁ: ଗାଲରେ ବ୍ଲଶ୍ ଭାବେ ଲିପଷ୍ଟିକ୍ ଲଗାଉଛନ୍ତି କି ? ବିଶେଷଜ୍ଞ କହିଲେ ବଡ଼ କଥା

ଏହା ମଧ୍ୟ ପଢନ୍ତୁ: ଇମ୍ୟୁନିଟି ଦୁର୍ବଳ ଥିଲେ ଦେଖାଯାଏ ଏସବୁ ସଙ୍କେତ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.