ETV Bharat / state

ରାଜ୍ୟରେ ଏନଆରସି ଚଡକ, ଭୟରେ ବଙ୍ଗୀୟ ଶରଣାର୍ଥୀ - ଭୟରେ ବଙ୍ଗୀୟ ଶରଣାର୍ଥୀ

ଆସାମରେ ଚୂଡାନ୍ତ ଏନଆରସି ତାଲିକା ପ୍ରକାଶ ପାଇବାପରେ ‘ଯିଏ ଭାରତର ନାଗରିକ ନୁହେଁ ସେ ତୁରନ୍ତ ଦେଶ ଛାଡି ଚାଲିଯାଅ’ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ରାଜ୍ୟରେ ବସବାସ କରୁଥିବା ବାଂଲାଦେଶୀଙ୍କ ମୁଣ୍ଡ ଉପରେ ଚଡକ ପଡିଛି । ମାଲକାନଗିରିରୁ ଦେଖନ୍ତୁ ଏହି ରିପୋର୍ଟ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Oct 5, 2019, 4:30 PM IST

ମାଲକାନଗିରି: ଏନଆରସି ଡାଟାକୁ ନେଇ ସମଗ୍ର ଦେଶରେ ରହୁଥିବା ବାଂଲାଦେଶୀଙ୍କ ମୁଣ୍ଡରେ ପଡିଛି ଚଡକ । ଆସାମ ପରେ ଏବେ କେନ୍ଦ୍ର ସରକାରଙ୍କ ଆଖି ଓଡିଶା ଉପରେ ରହିଥିବା ବେଳେ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଶରଣାର୍ଥୀଙ୍କ ମନରେ ଭୟର ବାତାବରଣ । ସେପଟେ ଏନଆରସି ରିପୋର୍ଟ ପରେ ‘ଯିଏ ଭାରତର ନାଗରିକ ନୁହେଁ ସେ ତୁରନ୍ତ ଦେଶ ଛାଡି ଚାଲିଯାଅ’ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏହାକୁ ନେଇ ରାଜ୍ୟରେ ବସବାସ କରୁଥିବା ବାଂଲାଦେଶୀଙ୍କ ମୁଣ୍ଡ ଉପରେ ଚଡକ ପଡିଛି । ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଗ୍ରାଉଣ୍ଡ ଜିରୋରେ ବାସ୍ତବତା ଜାଣିବା ପାଇଁ ମାଲକାନଗିରି ଜିଲ୍ଲାର ଅନେକ ବଙ୍ଗୀୟ ଶରଣାର୍ଥୀଙ୍କ ଗାଁକୁ ଯାଇ ପହଞ୍ଚିଥିଲା ‘ଇଟିଭି ଭାରତ’ ଟିମ୍‌ । ତଥ୍ୟ ଅନୁଯାୟୀ 1961 ମସିହାରେ ବାଂଲାଦେଶରେ ଦଙ୍ଗା ହୋଇଥିବା ସମୟରେ ଲକ୍ଷ ଲକ୍ଷ ଶରଣାର୍ଥୀ ନିଜର ଭିଟା ମାଟି ଛାଡି ଭାରତକୁ ଚାଲି ଆସିଥିଲେ ।

ଏମାନଙ୍କୁ ଦେଶର ବିଭିନ୍ନ ରାଜ୍ୟରେ ଥଇଥାନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପୁନର୍ବସତି ପାଇଥିଲେ ଅନେକ ବଙ୍ଗୀୟ ଶରଣାର୍ଥୀ । ଜିଲ୍ଲାରେ 215ଟି ଏମ.ଭି ଓ ଏମ.ପି.ଭି ଗ୍ରାମରେ ଏମାନଙ୍କୁ ଥାଇଥାନ କରାଯାଇଥିଲା । ପରିବାର ପିଛା 6 ଏକର ଚାଷ ଜମି ଓ 6 ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଥିଲେ କେନ୍ଦ୍ର ସରକାର । ଏହାରି ଭିତରେ ଦୀର୍ଘ 6 ଦଶନ୍ଧି ବିତି ଯାଇଛି । ଆଉ ସେସମୟର ବଙ୍ଗୀୟ ଶରଣାର୍ଥୀ ଏବେ ଓଡିଶାର ଅର୍ଥନୀତି, ସାମାଜିକ ଓ ରାଜନୀତି କ୍ଷେତ୍ରରେ ଅଂଶୀଦାର ହୋଇଛନ୍ତି ।

ପୂର୍ବତନ ବିଧାୟକ ନଦିଆବାସି ବିଶ୍ଵାସ ଓ ନିମାଇଁ ସରକାରଙ୍କଠାରୁ ଆରମ୍ଭ କରି କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ବଙ୍ଗୀୟ ଶରଣାର୍ଥୀ । ମାଲକାନଗିରି ଜିଲ୍ଲାର 215ଟି ଗାଁର ପ୍ରାୟ 2 ଲକ୍ଷ ବଙ୍ଗୀୟ ଶରଣାର୍ଥୀ ଏବେ ସେଠାକାର ସ୍ଥାୟୀ ବାସିନ୍ଦା । ମତଦାନଠାରୁ ଆରମ୍ଭ କରି ସରକାରୀ ଚାକିରି ଓ ରାଜନୀତିରେ ଅଂଶଗ୍ରହଣ କରିବା ପରି ଅନେକ ଗୁରତ୍ଵପୂର୍ଣ୍ଣ ଭୂମିକା ନିଭାଉଛନ୍ତି ବଙ୍ଗୀୟ ଶରଣାର୍ଥୀ ।

ତେବେ 60ବର୍ଷ ଧରି ଓଡିଶାରେ ରହିବା ପରେ ନିଜକୁ ଆଉ ବଙ୍ଗୀୟ ବୋଲି ଭାବୁ ନାହାନ୍ତି ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଲୋକେ । ନିଜକୁ ଓଡିଆ ବୋଲି ଭାବୁଥିବା ବଙ୍ଗୀୟ ଲୋକେ ଚାଷବାସ କରିବା ସହ ଜିଲ୍ଲାରେ ଅନେକ ଛୋଟ ବଡ ଚାକିରି କରି ନିଜ ପରିବାର ଚଳାଉଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଏନଆରସି ରିପୋର୍ଟ ପରେ ପ୍ରଶାସନ ତନାଘନା କରୁଥିବାରୁ ଚିନ୍ତାରେ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଲୋକେ ।

ହେଲେ ସେମାନଙ୍କ ସମସ୍ତ ପ୍ରମାଣପତ୍ର ଠିକ ରହିଥିବା କହିଛନ୍ତି ବଙ୍ଗୀୟ ଲୋକେ । ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାରେ ବେଆଇନ ଭାବେ ରହୁଥିବା ବଙ୍ଗୀୟମାନଙ୍କୁ ଚିହ୍ନଟ କରିବା ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro: ଏନ.ଆର.ସି ଡାଟାକୁ ନେଇ ସମଗ୍ର ଦେଶରେ ରହୁଥିବା ବାଂଲାଦେସୀଙ୍କ ମୁଣ୍ଡ ଉପରେ ଚଡକ ପଡିଛି । ଆସାମ ପରେ ଏବେ କେନ୍ଦ୍ର ସରକାରଙ୍କ ଆଖି ଓଡିଶା ଉପରେ ରହିଥିବା ବେଳେ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଶରଣାର୍ଥୀଙ୍କ ମନରେ ଏବେ ଭୟର ବାତାବରଣ ଦେଖା ଦେଇଛି । Body:ଭି.ଓ-୧- ଯିଏ ଭାରତର ନାଗରିକ ନୁହଁ ସିଏ ତୁରନ୍ତ ଦେଶ ଛାଡି ଚାଲିଯାଅ । ଏ କଥା ଆମେ କହୁନୁ ଏନ.ଆର.ସି ରିପୋର୍ଟ ପରେ ଏମିତି କିଛି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଆମ ରାଜ୍ୟରେ ବସବାସ କରୁଥିବା ବାଙ୍ଗଲାଦେଶିଙ୍କ ମୁଣ୍ଡ ଉପରେ ଚଡକ ପଡିଛି । ତେବେ କେନ୍ଦ୍ର ସରକାରଙ୍କ ନିସ୍ପତି ପରେ ଗ୍ରାଉଣ୍ଡ ଜିରୋ ରେ ବାସ୍ତବତା ଜାଣିବା ଲାଗି ଆମେ ମାଲକାନଗିରି ଜିଲ୍ଲାର ଅନେକ ବଙ୍ଗୀୟ ଶରଣାର୍ଥୀଙ୍କ ଗାଁକୁ ଯାଇଥିଲୁ । ତଥ୍ୟ ଅନୁଯାଇ ୧୯୬୧ ମସିହାରେ ଯେତେବେଳେ ବାଙ୍ଗଲାଦେଶରେ ଦଙ୍ଗା ସୃଷ୍ଟି ହୋଇଥିଲା ସେତେବେଳେ ଲକ୍ଷ ଲକ୍ଷ ହିନ୍ଦୁ ଶରଣାର୍ଥୀ ନିଜର ଭିଟା ମାଟି ଛାଡି ଭାରତକୁ ଚାଲି ଆସିଥିଲେ । ଏମାନଙ୍କୁ ଦେଶର ବିଭିନ୍ନ ରାଜ୍ୟରେ ଥଇଥାନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପୁନର୍ବସତି ପାଇଥିଲେ ଅନେକ ବଙ୍ଗୀୟ ଶରଣାର୍ଥୀ । ଜିଲ୍ଲାରେ ୨୧୫ଟି M.V ଓ M.P.V ଗ୍ରାମରେ ଏମାନଙ୍କୁ ଥାଇଥାନ କରାଯାଇଥିଲା । ପରିବାର ପିଛା ୬ଏକର ଚାଷ ଜମି ଓ ୬ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଥିଲେ ସେତେବେଳର କେନ୍ଦ୍ର ସରକାର । ଏହାରି ଭିତରେ ଦୀର୍ଘ ୬ ଦଶନ୍ଧି ବିତି ଯାଇଛି ଆଉ ସେବେକାର ବଙ୍ଗୀୟ ଶରଣାର୍ଥୀ ଏବେ ଓଡିଶାର ଅର୍ଥନୀତି ସାମାଜିକ ଓ ରାଜିନୀତି କ୍ଷେତ୍ରରେ ଅଂଶୀଦାର ହୋଇଛନ୍ତି । ପୂର୍ବତନ ବିଧାୟକ ନଦିଆବାସି ବିଶ୍ଵାସ ଓ ନିମାଇଁ ସରକାରଙ୍କ ଠାରୁ ଆରମ୍ଭ କରି କେବିନେଟ ମନ୍ତ୍ରି ଅରୋବିନ୍ଦ ଢାଲି ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ବଙ୍ଗିୟ ଶରଣାର୍ଥୀ ।

ବାଇଟ-୧- ନିମାଇଁ ସରକାର, ପୂର୍ବତନ ବିଧାୟକ, ମାଲକାନଗିରି

ବାଇଟ-୨- ନିଳକଣ୍ଠ ବରାଇ, ଏମଭି-୧୪ ବଙ୍ଗିୟ ଗ୍ରାମବାସି

ଭି.ଓ-୨- ମାଲକାନଗିରି ଜିଲ୍ଲାର ୨୧୫ଟି ଗାଁର ପ୍ରାୟ ଦୁଇ ଲକ୍ଷ ବଙ୍ଗିୟ ଶରଣାର୍ଥୀ ଏବେ ସେଠାକାର ସ୍ଥାୟୀ ବାସିନ୍ଦା । ମତ ଦାନ ଠାରୁ ଆରମ୍ଭ କରି ସରକାରୀ ଚାକିରି କରିବା ଓ ରାଜନୀତିରେ ଅଂଶଗ୍ରହଣ କରିବା ପରି ଅନେକ ଗୁରତ୍ଵ ପୂର୍ଣ ଭୁମିକା ନିଭଉଛନ୍ତି ବଙ୍ଗିୟ ଶରଣାର୍ଥୀ ତେବେ ୬୦ବର୍ଷ ଧରି ଓଡିଶାରେ ରହିବା ପରେ ନିଜକୁ ଆଉ ବଙ୍ଗିୟ ବୋଲି ଭାବୁ ନାହାନ୍ତି ମାଲକାନଗିରି ଜିଲ୍ଲାର ବଙ୍ଗାଳି ଲୋକେ । ନିଜକୁ ଓଡିଆ ବୋଲି ଭାବୁଥିବା ବଙ୍ଗାଳୀ ଲୋକେ ଚାଷ ବାସ ସହ ଜିଲ୍ଲାରେ ଅନେକ ଛୋଟ ବଡ ଚାକିରି କରି ନିଜ ପରିବାର ଚଳାଉଛନ୍ତି ହେଲେ କେନ୍ଦ୍ର ସରକାରଙ୍କ ଏନ.ଆର.ସି ରିପୋର୍ଟ ପରେ ପ୍ରଶାସନ ତନାଘନା କରୁଥିବାରୁ ଚିନ୍ତାରେ ଏମମାଲକାନଗିରି ଜିଲ୍ଲାର ବଙ୍ଗାଳି ଲୋକେ ହେଲେ ସେମାନଙ୍କ ସମସ୍ତ ପ୍ରମାଣ ପତ୍ର ଠିକ ରହିଥିବା କହିଛନ୍ତି ବଙ୍ଗିୟ ଲୋକେ । ତେବେ କେନ୍ଦ୍ରସରକାରଙ୍କ ନିର୍ଦ୍ଧେଶ ପରେ ଜିଲ୍ଲାରେ ବେ ଆଇନ ଭାବେ ରହୁଥିବା ବଙ୍ଗିୟ ମାନଙ୍କୁ ଖୋଜିବା ପାଇଁ ତହସିଲଦାର ମାନଙ୍କୁ ନିର୍ଦ୍ଧେଶ ଦେଇଛି ଜିଲ୍ଲା ପ୍ରଶାସନ ।

ବାଇଟ-୩- ବିଜୟ ବିଶ୍ବାସ, ଏମଭି-୭ ବଙ୍ଗିୟ ଗ୍ରାମବାସୀ

ବାଇଟ-୪- ହରଲାଲ କିର୍ତ୍ତନିୟା, ଏମଭି-୭ ବଙ୍ଗିୟ ଗ୍ରାମବାସୀ

ବାଇଟ-୫- ପ୍ରମୋଦ ବେହେରା, ଜିଲ୍ଲା ଜରୁରୀ କାଳିନ ଅଧିକାରୀ
Conclusion:ପି.ଟୁ.ସି- ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.