ETV Bharat / state

ଓଡିଆ ଗୀତ ଗାଇ ଚର୍ଚ୍ଚାରେ ଅଣଓଡିଆ ଓମ୍ - ଛତିଶଗଡ ବାଳକ ଓମ ଅଗ୍ରହରି

ସେ ଓଡିଆ ନୁହେଁ, ହେଲେ ଗାଉଛନ୍ତି ଚମତ୍କାର ଓଡିଆ ଗୀତ । ଯାହାକୁ ଶୁଣି ପ୍ରତିଟି ଓଡିଆ ମୁହଁରେ ବାଃ ବାଃ । ଛତିଶଗଡର କୁନି ବାଳକ ଓମ୍ ଅଗ୍ରହରିଙ୍କ ମନ୍ତ୍ରମୁଗ୍ଧ କଣ୍ଠ ପ୍ରଶଂସକଙ୍କୁ କିମିଆ କରିଛି । ଅଧିକ ପଢନ୍ତୁ...

nonodia-chattishgarh-boy-omm-now-viral-singing-odia-song
ଓଡିଆ ଗୀତଗାଇ ଚର୍ଚ୍ଚାରେ ଅଣଓଡିଆ କୁନି ବାଳକ ଓମ୍
author img

By

Published : May 20, 2021, 8:08 AM IST

Updated : May 23, 2021, 9:51 AM IST

ମାଲକାନଗିରି: ଭାଷା ନ ବୁଝିକି ବି ଏପରି ଗୀତ ଗାଉଛନ୍ତି ଯେ କେହିବି ଶୁଣି ଘଡିଏ ଅଟକିଯିବ । ଛତିଶଗଡର ଜଣେ ସପ୍ତମ ଶ୍ରେଣୀର ବାଳକ ଓଡିଆ ଭାଷାରେ ଗୀତଗାଇ ବର୍ତ୍ତମାନ ଚର୍ଚ୍ଚାରେ । ତାଙ୍କ ମନ୍ତ୍ରମୁଗ୍ଧ କଣ୍ଠ ଏବଂ ଗାଇବା ଶୈଳୀକୁ ନେଇ ପ୍ରଶଂସାରେ ପୋତି ଦେଉଛନ୍ତି ପ୍ରଶଂସକ ।

ଓଡିଆ ଗୀତ ଗାଇ ଚର୍ଚ୍ଚାରେ ଅଣଓଡିଆ ଓମ୍

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ ଓମ ଅଗ୍ରହରିଙ୍କ ଘର । ଓମ ଆଗରୁ ବହୁତ ହିନ୍ଦୀ ଗୀତ ଗାଇ ଥିବାବେଳେ ପ୍ରଥମ ଥର ସେ ଓଡିଆ ଗୀତ ଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଓଡ଼ିଆଙ୍କ ହୃଦୟକୁ ଛୁଇଁଯାଇଛି ତାଙ୍କ ଗୀତ ଏବଂ ଗାଇବା ଶୈଳୀ । 'ମାଡିଗଲା ଢେଉ, ଲିଭିଗଲା ଚିହ୍ନ' ଏହି ଓଡ଼ିଆ ଆଲବମ ଗୀତଟି ସବୁ ଓଡ଼ିଆଙ୍କ ମନକୁ ଛୁଇଁଛି । ଏହି ଗୀତଟି ଓଡିଶାରେ ରେକର୍ଡ ହୋଇନି କି ସୁଟିଂ ମଧ୍ୟ ହୋଇନାହିଁ ।

ଗୀତର ସମ୍ପୂର୍ଣ୍ଣ ସୁଟିଂ ଛତିଶଗଡ଼ର ବସ୍ତର ଜିଲ୍ଲାରେ ହୋଇଛି । ଏହି ଗୀତର ଲେଖାଟି ସୋସିଆଲ ମିଡିଆରେ ଇଂରାଜୀ ଭାଷାରେ ଲେଖାଥିବା ଖୋଜି ପାଇଥିଲେ ଓମ୍ । ପରେ ସେ ନିଜ ସୁମଧୁର କଣ୍ଠରେ ଏବଂ ନିଜ ଚେଷ୍ଟାରେ ଗୀତଟିକୁ ଗାଇଛନ୍ତି । ଓଡିଆ ଶବ୍ଦ ଉଚ୍ଚାରଣରେ ଓମଙ୍କର ସାମାନ୍ୟ ତ୍ରୁଟି ଥିଲେ ମଧ୍ୟ ଅଣଓଡିଆ ହୋଇ ଏପରି ଏକ ସୁନ୍ଦର ଗୀତ ଗାଇଥିବାରୁ ତାଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି ପ୍ରଶଂସକ । ତେବେ ସେ ଆଗରୁ ବହୁ ଗୀତ ଗାଇ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଓମ ଅଗ୍ରହରି ଅପଲୋଡ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : May 23, 2021, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.