ETV Bharat / state

ଯୌତୁକ ନିର୍ଯାତନା କଲା ଅତିଷ୍ଠ, ଜୀବନ ହାରିଲା ନବବଧୂ - ମାଲକାନଗିରିରେ ଯୌତୁକ ନିର୍ଯାତନା

ମାଲକାନଗିରିରେ ଜୀବନ ହାରିଲେ ସାତ ମାସ ତଳେ ବିବାହ କରିଥିବା ଏମ୍.ଭି -35 ଗ୍ରାମର ନବବଧୂ ବବିତା । ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର । ଅଧିକ ପଢନ୍ତୁ

ଯୌତୁକ ନିର୍ଯାତନା କଲା ଅତିଷ୍ଠ, ଜୀବନ ହାରିଲା ନବବଧୂ

author img

By

Published : Mar 6, 2022, 8:21 PM IST

ମାଲକାନଗିରି: ପାରିବାରିକ କଳହ ସାଙ୍ଗକୁ ଯୌତୁକ ନିର୍ଯାତନା ସାଜିଲା କାଳ । ଶେଷରେ ବାରମ୍ବାର ନିର୍ଯାତନାର ଶିକାର ହୋଇ ମାତ୍ର ୭ ମାସ ତଳେ ବିବାହ କରିଥିବା ନବବଧୂ ଆତ୍ମହତ୍ୟା କରି ନିଜ ଜୀବନ ହାରିଛି । ଏଭଳି ଦୁଃଖଦ ଘଟଣା ଜିଲ୍ଲାର କାଲିମେଳା ଥାନା ନିକଟ ଏମ୍.ଭି -35 ଗ୍ରାମରେ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବବଧୂଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଯୌତୁକ ନିର୍ଯାତନା କଲା ଅତିଷ୍ଠ, ଜୀବନ ହାରିଲା ନବବଧୂ

ମିଳିଥିବା ସୂଚନା ଅନୁସାରେ ଏମ୍.ଭି-35 ଗ୍ରାମର ମନୋରଞ୍ଜନ ହାଲଦାର ନିଜ ଝିଅ ବବିତାକୁ ଗତ ସାତ ମାସ ତଳେ ଏମ୍.ଭି- 19 ଗ୍ରାମର ଯୁଗଳ ସାହାଙ୍କ ପୁଅ ବିଜୟଙ୍କ ସହ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବିବାହ ସମୟରେ ନିଜ ସାମର୍ଥ୍ୟ ଅନୁଯାୟୀ ଯୌତୁକ ଦେଇଥିଲେ । ବିବାହ କରି 2 ମାସ ହସ ଖୁସିରର ସଂସାର କରିଥିଲେ ଏହି ନବ ଦମ୍ପତି । କିନ୍ତୁ କିଛି ଦିନ ପରେ ଯୌତୁକ ଲାଳସା ଥିବା ଶଶୁର ଘର ଝିଅକୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଲା । ବାପ ଘରକୁ ଝିଅ ବାରମ୍ବାର ଜଣାଇ ଆସୁଥିଲେ।

ଶନିବାର ଗାଁରେ ଏକ ଭୋଜି କାର୍ଯ୍ୟରେ ଶ୍ବଶୁର ଯାଇ ଫେରିବା ପରେ ବୋହୂ ବବିତାକୁ ଅକଥନୀୟ ନିର୍ଯାତନା ଦେଇଥିଲେ। ପରିବାରରେ କଳହ ଉଗ୍ର ରୂପ ନେବା ପରେ ଶଶୁର ଏବଂ ସ୍ବାମୀ ବବିତାକୁ ହତ୍ୟା କରି ଶାଢୀରେ ଟଙ୍ଗାଇଥିଲେ । ଏହାକୁ ଆତ୍ମହତ୍ୟା କରିଥିବା ଦର୍ଶାଇଥିଲେ। ଏହା ପରେ ଏମ.ଭି 19 ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏଭଳି ଅଭିଯୋଗ କରି ମୃତ ବବିତାର ପରିବାର ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ମୃତ ବଧୂର ବାପ ଘର ଲୋକେ କରିଥିବା ଅଭିଯୋଗକୁ ଶ୍ବଶୁର ଖଣ୍ଡନ କରିଛନ୍ତି । ପରିବାର ମଧ୍ୟରେ ପ୍ରତ୍ୟେକ ଦିନ କଳହ ଲାଗି ରହିଥିଲା । ଖାଇବା ପିଇବାକୁ ନେଇ ଶ୍ବଶୁର ପୁଅକୁ ଏ ବାବଦରେ ଗାଳି ଗୁଳଜ କରିଥିଲେ। କିନ୍ତୁ ବୋହୂକୁ କିଛି କହିନଥିଲେ। ବୋହୂ ନିଜେ ବେକରେ ପିନ୍ଧା ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ମୃତ ବୋହୂର ଶ୍ବଶୁର କହିଛନ୍ତି । ଅପର ପକ୍ଷରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.